ଏମ୍‌କେସିଜିରେ ନାହିଁ ବର୍ନ କେୟାର୍‌ ୟୁନିଟ୍‌

ବ୍ରହ୍ମପୁର ଅଫିସ,୧୨ା୬: ଦକ୍ଷିଣ ଓଡ଼ିଶାର ଏକମାତ୍ର ରେଫରାଲ୍‌ ହସ୍ପିଟାଲ୍‌ ହେଉଛି ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ। ଏଠାକୁ ଗଞ୍ଜାମ ସମେତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲା ଓ ପଡୋଶୀ ଆନ୍ଧ୍ରପ୍ରଦେଶର ଏଠାକୁ ରୋଗୀ ରେଫର୍‌ ହୋଇଆସିଥାନ୍ତି। ରୋଗୀଙ୍କୁ ଅତ୍ୟାଧୁନିକ ସେବା ଯୋଗାଇବା ପାଇଁ ରାଜ୍ୟ ସରକାର ନାନା ଯୋଜନା କରୁଛନ୍ତି। ଏମକେସିଜିରେ ପିଏମ୍‌ଏସ୍‌ଏସ୍‌ୱାଇରେ ସୁପରସ୍ପେସାଲିଟି ବ୍ଲକ୍‌ କାର୍ଯ୍ୟକ୍ଷମ ହୋଇଛି। ହେଲେ ୬୦ବର୍ଷ ଏହି ହସ୍ପିଟାଲରେ ଦୀର୍ଘଦିନର ଦାବି ସ୍ବତ୍ତ୍ୱେ ବର୍ନ କେୟାର୍‌ ୟୁନିଟ୍‌ ପ୍ରତିଷ୍ଠା ହୋଇପାରିନାହିଁ। ଫଳରେ ନିଆଁରେ ପୋଡ଼ି ହୋଇ ଗୁରୁତର ଅବସ୍ଥାରେ ଆସୁଥିବା ରୋଗୀଙ୍କୁ ଏଠାରେ ଆବଶ୍ୟକ ଚିକିତ୍ସା ମିଳିପାରୁନାହିଁ। ଫଳରେ ଅକାଳରେ ଜୀବନ ଯାଉଛି। ବିଗତ ଦିନରେ ବାରମ୍ବାର ଏଭଳି ଘଟଣା ନଜରକୁ ଆସିଛି। ଏମକେସିଜି ପାଇଁ ବର୍ନ କେୟାର୍‌ ୟୁନିଟ୍‌ ନିହାତି ଆବଶ୍ୟକ। ଏଥିରେ ହସ୍ତକ୍ଷେପ କରି ସମାଧାନ ପନ୍ଥା ବାହାର କରିବାକୁ ଜାତୀୟ ମାନବ ଅଧିକାର କମିସନ୍‌(ଏନ୍‌ଏଚ୍‌ଆରସି)ଙ୍କ ନିକଟରେ ବ୍ରହ୍ମପୁରର ଯୁବ ସାମାଜିକ କର୍ମୀ ରବୀନ୍ଦ୍ର କୁମାର ମିଶ୍ର ରୁଜୁ କରିଥିବା ପିଟିସନ୍‌ରେ ଅନୁରୋଧ କରିଛନ୍ତି।
ଅଗ୍ନିକାଣ୍ଡ ହେଉ କିମ୍ବା ଅନ୍ୟ କୌଣସି କାରଣରୁ ପୋଡ଼ି ହୋଇ ଗୁରୁତର ହେଉଥିବା ଲୋକଙ୍କୁ ଚିକିତ୍ସା ପାଇଁ ଏମ୍‌କେସିଜି ଅଣାଯାଉଥିବା ବେଳେ ବର୍ନ କେୟାର୍‌ ୟୁନିଟ୍‌ ନଥିବାରୁ ସେମାନଙ୍କୁ ସାଧାରଣ ୱାର୍ଡ଼ରେ ରଖାଯାଉଛି। ରବିବାର ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ରାଇପୋଙ୍କା ଗ୍ରାମର ସୁପ୍ରିୟା ବସ୍ତରାଇ ଏକ ଇଟାଭାଟିରେ କାମ କରୁଥିଲେ। ସେ ନିଆଁ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ। ତାଙ୍କୁ ଏମକେସିଜି ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ଏଠାରେ ବର୍ନ କେୟାର ୟୁନିଟ ନ ଥିବାରୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର ହୋଇଛନ୍ତି। ସେହିପରି ଗତ ୧୨ତାରିଖରେ ଲୋଚାପଡ଼ାରେ ଅଗ୍ନିକାଣ୍ଡରେ ଗୁରୁତର ଉତ୍ତରା ସାହୁଙ୍କୁ ଏମକେସିଜିରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ବର୍ନ କେୟାର ୟୁନିଟ ନ ଥିବାରୁ ଆବଶ୍ୟକ ଚିକିତ୍ସା ମିଳିପାରି ନଥିଲା। ସେଠାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବା ବେଳେ ରାସ୍ତାରେ ମୃତ୍ୟୁ ଘଟିଥିଲା। ୨୦୨୧ ଫେବୃଆରୀ ୯ ତାରିଖରେ ଗୋଳନ୍ଥରା ଥାନା ଅନ୍ତର୍ଗତ ମେଣ୍ଢରାଜ ବସ ଟ୍ରାଜେଡ଼଼ିରେ ୨୭ଜଣ ଗୁରୁତର ହୋଇ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ବର୍ନ କେୟାର ୟୁନିଟ ନଥିବାରୁ ପର୍ଯ୍ୟାୟକ୍ରମେ ୧୨ ଜଣଙ୍କର ମୃତ୍ୟୁ ଘଟିଥିଲା। ଉକ୍ତ ଘଟଣା ପରେ ଏମକେସିଜିରେ ସ୍ବତନ୍ତ୍ର ବନର୍ର୍ କେୟାର ୟୁନିଟ କାର୍ଯ୍ୟକ୍ଷମ ପାଇଁ ଘୋଷଣା କରାଯାଇଥିଲା। ଯାହାକି ଏଯାବତ କାର୍ଯ୍ୟକ୍ଷମ ହୋଇପାରିନାହିଁ। ବର୍ନ କେୟାର୍‌ ୟୁନିଟ୍‌ ନଥିବାରୁ ଡାକ୍ତର ମଧ୍ୟ କିଛି କରିପାରୁ ନାହାନ୍ତି। ଦୀର୍ଘବର୍ଷ ହେଲା ଏହି ୟୁନିଟ୍‌ ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ସରକାର ଏ ଦିଗରେ ଦୃଷ୍ଟି ଦେଉ ନାହାନ୍ତି। ସାଧାରଣତଃ ଏମକେସିଜି ବଡ଼ ଡାକ୍ତରଖାନାକୁ ମାସକୁ ପ୍ରାୟ ୩୦ ପୋଡ଼ି ହେବା ମାମଲା ଆସୁଛି। ତନ୍ମଧ୍ୟରୁ ପ୍ରାୟ ୫୦ ପ୍ରତିଶତଙ୍କ ଅବସ୍ଥା ଗୁରୁତର ରହୁଛି। ଏହି ସଂଖ୍ୟା ଖରାଦିନରେ ଅଧିକ ରହୁଛି। ଚିକିତ୍ସା ସେବା ନପାଇ ଅଯଥାରେ ଲୋକଙ୍କ ଜୀବନ ଯାଉଛି। ଯାହାକି ମାନବ ଅଧିକାରକୁ କ୍ଷୁର୍ଣ୍ଣ କରୁଛି। ଏଣୁ ଏନ୍‌ଏଚ୍‌ଆରସି ଏଥିରେ ହସ୍ତକ୍ଷେପ କରି ବିହିତ ପଦକ୍ଷେପ ଗ୍ରହଣ କରି ଜନସାଧାରଣଙ୍କ ମାନବ ଅଧିକାର ସୁରକ୍ଷା ଦିଗରେ ପଦକ୍ଷେପ ନେବାକୁ ସାମାଜିକ କର୍ମୀ ମିଶ୍ର ତାଙ୍କର ପିଟିସନରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଲିଙ୍କୁ ବାନ୍ଧିଲା ପୋଲିସ: ଆକ୍ସନ ମୋଡ୍‌ରେ ବାଲେନ୍ଦ୍ର ସରକାର

କାଠମାଣ୍ଡୁ,୨୮।୩: ନେପାଳରେ କ୍ଷମତା ପରିବର୍ତ୍ତନ ସହିତ ବର୍ତ୍ତମାନ ଏକ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବାଲେନ୍ଦ୍ର ଶାହା ସରକାର କ୍ଷମତାକୁ ଆସିବା ପରେ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି।…

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

ଆଜିଠୁ ଆଇପିଏଲ୍‌: ମୁହାଁମୁହିଁ ହେବେ ଏହି ୨ ଟିମ୍‌

ବେଙ୍ଗାଲୁରୁ, ୨୮।୩:ଅନ୍ତର୍ଜାତୀୟ ଟି୨୦ରେ ସବୁଠାରୁ ବ୍ୟୟବହୁଳ ଲିଗ୍‌ ଆଇପିଏଲ୍‌ (ଇଣ୍ଡିଆନ ପ୍ରିମିୟର ଲିଗ୍‌)ର ୧୯ଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ମେ’ ୩୧ ପର୍ଯ୍ୟନ୍ତ…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri