Posted inଖେଳ

ନୂଆ ଅଧ୍ୟକ୍ଷ ଘୋଷଣା କଲା BCCI, ଗୋଟିଏ ବି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ନ ଥିବା କ୍ରିକେଟରଙ୍କୁ…

ନୂଆଦିଲ୍ଲୀ,୨୮।୯: ମିଥୁନ ମନ୍‌ହାସ BCCIର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ଦିଲ୍ଲୀର ଏହି ପୂର୍ବତନ ଅଧିନାୟକ BCCIର ଅଧ୍ୟକ୍ଷ ହେବାକୁ ନେଇ କେନ୍ଦ୍ରୀୟ ମନ୍ତ୍ରୀ ଜିତେନ୍ଦ୍ର ସିଂହ ତାଙ୍କ ଏକ୍ସ ହ୍ୟାଣ୍ଡଲରେ ପ୍ରଥମେ ସୂଚନା ଦେଇଥିଲେ। ସେ ଜଣାଇଛନ୍ତି ଯେ ମିଥୁନଙ୍କୁ ଆନୁଷ୍ଠାନିକ ଭାବେ BCCIର ଅଧ୍ୟକ୍ଷ କରାଯାଇଛି। ଜମ୍ମୁ-କାଶ୍ମୀରରେ ଜନ୍ମଗ୍ରହଣ କରିଥିବା ମିଥୁନଙ୍କ ନାମ ପୂର୍ବରୁ ହିଁ ଆଲୋଚନାରେ ଥିଲା। କେବଳ ଏହାକୁ ନେଇ ଆନୁଷ୍ଠାନିକ ଘୋଷଣା ବାକି ରହିଥିଲା। ୨୮ ସେପ୍ଟେମ୍ବରରେ ହେବାକୁ ଥିବା AGMରେ ତାଙ୍କ ନାମର ଘୋଷଣା ହୋଇପାରେ ବୋଲି କୁହାଯାଉଥିଲା। ଏବେ ଠିକ ସେହିପରି ଘଟିଛି।
BCCIର ଅଧ୍ୟକ୍ଷ ହେଉଥିବା ମିଥୁନ ତୃତୀୟ କ୍ରିକେଟର। ତାଙ୍କ ପୂର୍ବରୁ ସୋରଭ ଗାଙ୍ଗୁଲି ଏବଂ ରୋଜର୍‌ ବିନ୍ନୀ ଏହି ପଦରେ ରହିଥିଲେ। ମିଥୁନ ରୋଜର୍‌ ବିନ୍ନୀଙ୍କ ସ୍ଥାନ ନେଇଛନ୍ତି, ଯାହାଙ୍କୁ ବୟସାଧିକ ଯୋଗୁ ପଦ ଛାଡ଼ିବାକୁ ପଡ଼ିଥିଲା।  ଏବେ ମିଥୁନଙ୍କ ନିଯୁକ୍ତି ପରେ ପ୍ରଥମ ଥର ଲାଗି ଜଣେ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ନ ଥିବା କ୍ରିକେଟରଙ୍କୁ ବିସିସିଆଇର ଗୁରୁତ୍ୱପୂର୍ଣ୍ଣ ପଦ ମିଳିଛି।
BCCIର ନୂଆ ଅଧ୍ୟକ୍ଷ ହୋଇଥିବା ମିଥୁନ ପୂର୍ବରୁ ଜମ୍ମୁ-କାଶ୍ମୀର କ୍ରିକେଟ ଆସୋସିଏଶନରେ ଆଡମିନିଷ୍ଟ୍ରେଟର୍‌ ଭାବେ କାର୍ଯ୍ୟ କରିଛନ୍ତି। ସେହି ପୂର୍ବରୁ ସେ ଦିଲିପ ଟ୍ରଫିରେ ନର୍ଥ ଜୋନ ପାଇଁ କନ୍‌ଭେନର ଭୂମିକା ମଧ୍ୟ ନିର୍ବାହ କରିଛନ୍ତି। ମିଥୁନ IPLରେ ମଧ୍ୟ ନିଜର ଅବଦାନ ଦେଇଛନ୍ତି, ଯେଉଁଠାରେ ସେ IPL ଫ୍ରାଞ୍ଚାଇଜି ଗୁଜରାଟ ଟାଇଟାନ୍ସ ସପୋର୍ଟ ଷ୍ଟାଫ ରହିଥିଲେ।

ମିଥୁନଙ୍କ କ୍ରିକେଟ କ୍ୟାରିୟର ବିଷୟରେ କହିଲେ, ସେ ୧୫୭ ଫାର୍ଷ୍ଟ କ୍ଲାସ କ୍ରିକେଟ, ୧୩୦ ଲିଷ୍ଟ ଏ ମ୍ୟାଚ ଏବଂ ୯୧ ଟ୍ବେଣ୍ଟି୨୦ ମୁକାବଲା ଖେଳିଛନ୍ତି। ଏହି ସମସ୍ତ ଫର୍ମାଟ୍‌କୁ ଯୋଡ଼ିଲେ ଘରୋଇ କ୍ରିକେଟ୍‌ରେ ମିଥୁନ ପ୍ରାୟ ୧୫୦୦୦ ରନ କରିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

କ୍ରସ୍‌ ଭୋଟିଂ ନେଇ ସୁବାସିନୀଙ୍କ ବଡ଼ ଖୁଲାସା, କହିଲେ ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍‌ ଦେଇଛି

ଭୁବନେଶ୍ୱର,୧୯ା୩: କ୍ରସ୍‌ ଭୋଟିଂ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ସୁବାସିନୀ ଜେନା। ସେ କହିଛନ୍ତି, ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍‌ ଦେଇଛି।…

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି କଣ୍ଟେଇପଲ୍ଲୀ ଭିଏସ୍‌ଏସ୍‌

ଭଞ୍ଜନଗର,୧୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ପକ୍ଷରୁ ଜଙ୍ଗଲ ନିଆଁ ରୋକିବା ପାଇଁ ଏକ ସାଇକେଲ ରାଲି କଣ୍ଟେଇପଲ୍ଲୀରୁ ବାହାରିଥିଲା।…

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ଶେୟାର ମାର୍କେଟ୍‌ରେ ହାହାକାର: ଗୋଟିଏ ଘଣ୍ଟାରେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ମୁମ୍ବାଇ,୧୯।୩: ଭାରତୀୟ ଷ୍ଟକ ବଜାରରେ ଗୁରୁବାର ହାହାକାର ଦେଖିବାକୁ ମିଳିଛି। ବଜାର ଖୋଲିବାର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ନିବେଶକମାନେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ପୁଣି ଯୁଦ୍ଧକୁ ଓହ୍ଲାଇବେ ଭାରତ-ପାକିସ୍ତାନ! ପରମାଣୁ ଆଟାକ୍‌ କରିପାରେ ପାକ୍‌…

ନୂଆଦିଲ୍ଲୀ,୧୯।୩: ଯଦିଓ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ବର୍ତ୍ତମାନ ଶାନ୍ତ ଦେଖାଯାଉଛି, ତଥାପି ବିପଦ ସମ୍ପୂର୍ଣ୍ଣ ହ୍ରାସ ପାଇନାହିଁ। ଏହି ଦାବି ଆମେ କରୁନୁ, ବରଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

୨୪ ଘଣ୍ଟା ଭିତରେ ୟୁ-ଟର୍ନ ନେଲେ ଟ୍ରମ୍ପ: ବ୍ୟାକ୍‌ଫୁଟ୍‌ରେ ଆମେରିକା

ଓ୍ବାଶିଂଟନ୍‌,୧୯।୩: ମଧ୍ୟପ୍ରାଚ୍ୟରେ ଗ୍ୟାସ ସୁବିଧା ଉପରେ ଇରାନର ପ୍ରତିଶୋଧମୂଳକ ଆକ୍ରମଣ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟେନ୍‌ସନ୍‌ରେ ପକାଇ ଦେଇଛି। ଏକ ବିବୃତ୍ତି ଜାରି କରି ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri