ଆରମ୍ଭରୁ ଅବ୍ୟବସ୍ଥା, ଅଭାବୀ ବିକ୍ରି ଆଶଙ୍କା

ପଦ୍ମପୁର,୨୪।୧୧(ଡି.ଏନ.ଏ.): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ରାଜନୈତିକ ତାତି ଯେପରି ବୃଦ୍ଧି ପାଉଛି ଚାଷୀଙ୍କ ଅସନ୍ତୋଷ ତାତି ମଧ୍ୟ ସମପରିମାଣରେ ବୃଦ୍ଧି ପାଉଛି। ଡିସେମ୍ବର ୫ରେ ମଣ୍ଡି ଖୋଲିବା ଯୋଜନା ଥିଲେ ମଧ୍ୟ ପଦ୍ମପୁର ଉପନିର୍ବାଚନରେ ଏଥର ଚାଷ ଓ ଚାଷୀ ମୁଖ୍ୟ ପ୍ରସଙ୍ଗ ହୋଇଥିବାରୁ ପ୍ରଶାସନ ଗତ ୨୧ ତାରିଖରୁ ଜିଲାର ସମସ୍ତ ମଣ୍ଡି ଖୋଲିଦେଲେ। ମାତ୍ର ମଣ୍ଡିଗୁଡିକରେ ଆବଶ୍ୟକ ଭିତ୍ତିଭୂମି ଅଭାବ ସହିତ ଚାଷୀମାନଙ୍କ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇ ନ ଥିବାରୁ ମଣ୍ଡି ଖୋଲିବାର ୨ଦିନ ପରେ ବି ପଦ୍ମପୁର ଉପଖଣ୍ଡର ୮୦ଟିରୁ ମାତ୍ର ୨୦ଟି ମଣ୍ଡିକୁ ୧ ଲକ୍ଷ ୫ ହଜାର ୭୬୩ ପ୍ୟାକେଟ ଧାନ ଆସିଛି। ସେହିପରି ମାତ୍ର ୧୮ ଜଣ ଚାଷୀଙ୍କ ୨୭୦୨ ପ୍ୟାକେଟ ଧାନ ଉଠିଥିବା ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ତ୍ରିନାଥ ରାଉତ ସୂଚନା ଦେଇଛନ୍ତି। ଟୋକନ ସମସ୍ୟା ମଣ୍ଡିକୁ ଧାନ ନ ଆସିବାର ମୁଖ୍ୟ କାରଣ ହୋଇଛି। ଧାନ ଉତ୍ପାଦନ ଓ ଜମି ଅନୁଯାୟୀ ଟୋକନ ଆସୁନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି ।

ପଦ୍ମପୁର ବ୍ଲକର ଚାଷୀ ମିତ୍ରଭାନୁ ବେହେରା କହିଛନ୍ତି, ସେ ପ୍ରାୟ ୧୦୦ କୁଇଣ୍ଟାଲ ଧାନ ଅମଳ କରିଛନ୍ତି । ତାଙ୍କ ପାଖକୁ ମାତ୍ର ୨୧କୁଇଣ୍ଟାଲ ୫୭ କେଜିର ଟୋକନ ଆସିଛି। ଅବଶିଷ୍ଟ ଧାନକୁ ବେପାରୀ ହାତରେ କମ୍‌ଦରରେ ବିକ୍ରି କରିବା ପାଇଁ ବାଧ୍ୟ ହେବେ ବୋଲି ସେ କହିଛନ୍ତି। ଅପରପକ୍ଷେ ଅନେକ ଚାଷୀ ଧାନ ଅମଳ କରିସାରିଥିବା ବେଳେ ଟୋକନ ଆସିବାରେ ବିଳମ୍ବ ହେଉଥିବାରୁ ଅଭାବୀ ବିକ୍ରି ଚାଲିଛି। ସେମାନେ ବାଧ୍ୟହୋଇ ମିଲ୍‌ ମାଲିକ ଓ ବେପାରୀଙ୍କୁ ଧାନ ବିକ୍ରି କରୁଥିବା ଦେଖାଯାଉଛି। ପ୍ରଶାସନର ସ୍ଥାଣୁତା, ଯୋଗାଣ ବିଭାଗ, ମିଲରଙ୍କ ଅସାଧୁ ମେଣ୍ଟ ଯୋଗୁ ଏଠି ଖୋଲାଖୋଲି ଚାଷୀଙ୍କୁ ଲୁଟ ଚାଲିଛି ବୋଲି ରାଜବୋଡାସମ୍ବର କୃଷକ ସଙ୍ଗଠନ ଅଭିଯୋଗ କରିଛି। ସେହିପରି ଧାନର ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୨୦୪୦ ଟଙ୍କା ଥିବାବେଳେ ଚାଷୀ ଆରମ୍ଭରୁ ୧୨୦୦ କିମ୍ବା ୧୩୦୦ ଟଙ୍କାରେ ବିକ୍ରି କରୁଛି । ସରକାର ଧାନ କିଣା ଟାର୍ଗେଟକୁ ପ୍ରତିବର୍ଷ କମାଇ ଚାଲିଛନ୍ତି । ମରୁଡି ସମୟରେ ସରକାର ବରଗଡ଼ ଜଲାରେ ୬୭ ଲକ୍ଷ ଟନ ଧାନ ସଂଗ୍ରହ ଲକ୍ଷ୍ୟ ରଖିଥିଲେ। ମାତ୍ର ଏଥର ବମ୍ପର ଧାନ ଅମଳ ସତ୍ତ୍ୱେ ୫୭ ଲକ୍ଷ ଟନ୍‌ ସଂଗ୍ରହ ଲକ୍ଷ୍ୟ ରଖିଛନ୍ତି । ଯାହାକି ଅନ୍ୟ ବର୍ଷ ଅପେକ୍ଷା ଆହୁରି ଜଟିଳ ସ୍ଥିତ ସୃଷ୍ଟି ହେବ ବୋଲି ଚାଷୀନେତା ରମେଶ ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri