Posted inଜାତୀୟ

ମିଶନ ୨୦୩୦: ଅଶୋକ ଗେହଲଟଙ୍କ କାର୍ଯ୍ୟକ୍ରମରେ ସୋନିଆ-ରାହୁଲଙ୍କ ଫଟୋ ଗାଏବ…

ଜୟପୁର,୨୨।୮ : କଂଗ୍ରେସ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଯୋଜନାଗୁଡ଼ିକର ମୁଖ୍ୟ ଭୂମିକାରେ ଗାନ୍ଧୀ ପରିବାର ରହିଥିବା ଅଭିଯୋଗ ଭାଜପା ତଥା ଅନ୍ୟ ବିରୋଧୀ ଦଳଙ୍କ ପକ୍ଷରୁ କରାଯାଇଥାଏ। ଯୋଜନାଗୁଡିକ କଂଗ୍ରେସ ସରକାରଙ୍କ ନାମରେ ନାମିତ ହୋଇଥିବାବେଳେ ଏହାର ଫାଇଦା ମଧ୍ୟ କଂଗ୍ରେସ ନେଇଥାଏ। କିନ୍ତୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସରକାରଙ୍କ କାର୍ଯ୍ୟକ୍ରମ ମିଶନ ୨୦୩୦ ଏକ ଭିନ୍ନ ରଣନୀତି ଉପସ୍ଥାପନ କରୁଛି। ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଫଟୋ ଏହି କାର୍ଯ୍ୟକ୍ରମରେ ନାହିଁ। ଜୟପୁରର ବିର୍ଲା ଭବନରୁ ଜୟପୁର ରାସ୍ତା କଡ଼ରେ କେବଳ ଗେହଲଟଙ୍କ ଫଟୋ ଥିବା ହୋର୍ଡିଂ ରହିଛି। ଏହି ପରିବର୍ତ୍ତନ ଏବଂ ଫଟୋ ଗାଏବ କ’ଣ ସୂଚାଉଛି ବୋଲି ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି।

ବାସ୍ତବରେ କଂଗ୍ରେସର ଏହି ପରିବର୍ତ୍ତନର ଉତ୍ତର ଭାଜପାର ନିର୍ବାଚନ ରଣନୀତିକୁ ଦର୍ଶାଉଛି। ରାଜସ୍ଥାନରେ ଭାଜପା ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ଚେହେରା ଘୋଷଣା କରିବାରେ ସକ୍ଷମ ହୋଇନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚେହେରାରେ ଭାଜପା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବ ବୋଲି ବିଶ୍ୱାସ ରହିଛି। ଭାଜପାର ସମ୍ପୂର୍ଣ୍ଣ ନିର୍ବାଚନ ପ୍ରଚାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସରକାରଙ୍କ ଯୋଜନାରେ ସୀମିତ ରହିବ। ଏଭଳି ପରିସ୍ଥିତିରେ ସମଗ୍ର ନିର୍ବାଚନଲଢ଼େଇ ଦୁଇ ଚେହେରା ମଧ୍ୟରେ ହୋଇପାରେ, ଯେଉଁଥିରେ ମୋଦି ଗୋଟିଏ ପଟେ ଏବଂ ଅନ୍ୟ ପଟେ ଅଶୋକ ଗେହଲଟ ରହିବେ। ଏହି କାରଣରୁ ରାଜସ୍ଥାନରେ କଂଗ୍ରେସର ସମଗ୍ର ନିର୍ବାଚନ ପ୍ରଚାରରେ କେବଳ ଗେହଲଟ ଦୃଶ୍ୟମାନ ହେଉଛନ୍ତି।

ପୂର୍ବରୁ ବଂଶବାଦ ଅଭିଯୋଗର ଉତ୍ତର ଦେବା ପାଇଁ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ନାମ ପ୍ରତ୍ୟାହାର କରିନେଇଥିଲେ ଏବଂ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଦଳକୁ ଆଗେଇ ନେବାକୁ ସୁଯୋଗ ପ୍ରଦାନ କରାଯାଇଛି। ଯେହେତୁ ଦଳର ଏହି ରଣନୀତି ଜାତୀୟ ସ୍ତରରେ ଯଥେଷ୍ଟ ସଫଳ ହୋଇଛି, ଏହା ଅନୁମାନ କରାଯାଉଛି ରାଜ୍ୟ ସ୍ତରରେ ମଧ୍ୟ ଦଳ ସମାନ ରଣନୀତି ଆପଣେଇଛି ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।

ଭାଜପାର ପ୍ରଚାର ନୀତିକ ୁ ଧ୍ୟାନରେ ରଖି ରାଜସ୍ଥାନ ସରକାରଙ୍କ ଯୋଜନାଗୁଡିକ ପ୍ରତ୍ୟେକ କାର୍ଯ୍ୟକ୍ରମରେ ବ୍ୟାପକ ଭାବରେ ପ୍ରଚାର କରାଯାଉଛି।

ଯଦି କଂଗ୍ରେସର ଯୋଜନା ପ୍ରଚାର ରଣନୀତି ରାଜସ୍ଥାନରେ କାମ କରେ, ତେବେ ଏହାକୁ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଉପଯୋଗ କରିବ ବୋଲି ଚଚ୍ଚା ହେଉଛି।

୨୦୪୭ ମସିହାରେ ପ୍ରଧାନମନ୍ତ୍ରୀ ମୋଦି ଦେଶକୁ ଏକ ବିକଶିତ ରାଷ୍ଟ୍ର କରିବା ବିଷୟରେ କହୁଥିବାବେଳେ ଅଶୋକ ଗେହଲଟ ୨୦୩୦ ମସିହାରେ ରାଜସ୍ଥାନକୁ ଏକ ନମ୍ବର କରିବା ବିଷୟରେ କହୁଛନ୍ତି। ଏହି ଲକ୍ଷ୍ୟ ହାସଲ କରିବାରେ କେବଳ ରାଜ୍ୟ ସରକାର ନିଜର କାର୍ଯ୍ୟ କରିବାକୁ ଚାହୁଁନାହାଁନ୍ତି। ସେ ୨୦୩୦ ର ରାଜସ୍ଥାନ ଗଠନରେ ପ୍ରତ୍ୟେକ ରାଜ୍ୟବାସୀଙ୍କର ଭୂମିକା ନିଶ୍ଚିତ କରିବାକୁ ଚାହୁଁଛନ୍ତି । ଏଥିପାଇଁ ସମସ୍ତଙ୍କ ମତାମତ ନିଆଯିବ ଏବଂ ମୁଖ୍ୟମନ୍ତ୍ରୀ ନିଜେ ଲୋକଙ୍କ ସହ କଥା ହେବେ। ଏହାର ବାହାନା କରି ଗେହଲଟ ଲୋକଙ୍କ ସହ ଯୋଡି ହେବାକୁ ଚାହୁଁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri