ପୁରୀ,୧୧ା୯(ଅଜିତ୍ କୁମାର ମହାନ୍ତି)-ପୁରୀ ସମୁଦ୍ରକୂଳ ଥାନା ଅନ୍ତର୍ଗତ ରାମମନ୍ଦିର ନିକଟରୁ ନିଖୋଜ ଥିବା ଜଣେ ନାବାଳିକାଙ୍କୁ ପୋଲିସ ଗୁରୁବାର ଆନ୍ଧ୍ରପ୍ରଦେଶରୁ ଉଦ୍ଧାର କରିଛି।
ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ସମ୍ପୃକ୍ତ ନାବାଳିକା ନିଖୋଜ ଥିବା ନେଇ ସମୁଦ୍ରକୂଳ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ କେସ୍ (ନଂ. ୨୩୩/୨୫) ରୁଜୁ କରି ତଦନ୍ତ ଜାରି ରଖିଥିଲା। ସମ୍ପୃକ୍ତ ନାବାଳିକାଙ୍କୁ ଚିଲ୍ଡ୍ରେନ୍ ୱେଲଫେୟାର କମିଟି ସମ୍ମୁଖରେ ହାଜର କରାଯିବା ପରେ ପରିବାର ଲୋକଙ୍କ ସହ ଯୋଗାଯୋଗ କରାଯାଇଛି।
ସମ୍ପୃକ୍ତ ନାବାଳିକାଙ୍କୁ ତାଙ୍କ ପରିବାରକୁ ଫେରାଇ ନେବାଲାଗି ପଦକ୍ଷେପ ଗ୍ରହଣ କରାଯିବ ବୋଲି ପୋଲିସ କହିଛି। ଅଟକ ଅଭିଯୁକ୍ତଙ୍କ ବିରୋଧରେ ପୋକ୍ସୋ ଆକ୍ଟ ଏବଂ ଅନ୍ୟାନ୍ୟ ସମ୍ପର୍କିତ ଧାରାରେ ମାମଲା ରୁଜୁ ହୋଇଛି। ପୁରୀ ପୋଲିସ ସଦା ମହିଳା ଓ ଶିଶୁ ସୁରକ୍ଷା ପ୍ରତି ସଚେତନ ଓ ସତର୍କ ରହିଛି। କୌଣସି ପ୍ରକାରର ଆପରାଧିକ କାର୍ଯ୍ୟକଳାପ ସହିତ ଜଡିତ ବ୍ୟକ୍ତିଙ୍କୁ କେବେ ଛଡ଼ାଯିବ ନାହିଁ। ଯଦି କୌଣସି ସନ୍ଦେହଜନକ କାର୍ଯ୍ୟ, ବିଶେଷକରି ନାବାଳିକା, ମହିଳାଙ୍କ ସହିତ ଅପରିଚିତ ବ୍ୟକ୍ତିଙ୍କ ସନ୍ଦିଗ୍ଧ ବୁଲାବୁଲି ଦେଖିବାକୁ ମିଳେ, ତାହାହେଲେ ତୁରନ୍ତ ପୋଲିସଙ୍କୁ ସୂଚନା ଦିଅନ୍ତୁ। ଶିଶୁ ସୁରକ୍ଷା ଆମର ପ୍ରାଥମିକତା ବୋଲି ପୁରୀ ପୋଲିସ ପକ୍ଷରୁ କୁହାଯାଇଛି।