ଭାରତ ଆସୁଥିବା ଜାହାଜରେ କ୍ଷେପଣାସ୍ତ୍ର ମାଡ଼

ନୂଆଦିଲ୍ଲୀ,୨୭ା୪: ଲୋହିତ ସାଗର ଦେଇ ରୁଷିଆରୁ ତେଲ ଆଣି ଭାରତ ଆସୁଥିବା ଏକ ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି। ୟେମେନ୍‌ର ହୁଟି ଆତଙ୍କବାଦୀ ଏହି ଆକ୍ରମଣ କରିଥିବା କହିଛନ୍ତି। ଆଣ୍ଡ୍ରୋମେଡା ଷ୍ଟାର ନାମକ ଏହି ତୈଳବାହୀ ଜାହାଜ ପୂର୍ବରୁ ବ୍ରିଟିଶ ମାଲିକାନାରେ ଥିବାବେଳେ ବର୍ତ୍ତମାନ ସିଚେଲ୍ସ ନାଗରିକ ଏହାର ମାଲିକ ବୋଲି ଜଣାପଡ଼ିଛି।

ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧ ଆରମ୍ଭରୁ ପାଲେଷ୍ଟାଇନ୍‌କୁ ସମର୍ଥନ କରୁଥିବା ହୁଟି ବିଦ୍ରୋହୀମାନେ ଆମେରିକା ଓ ବ୍ରିଟେନ୍‌ ଜାହାଜଗୁଡ଼ିକୁ ଟାର୍ଗେଟ କରିଆସୁଛନ୍ତି। କିଛିଦିନ ହେଲା ଆକ୍ରମଣ ବନ୍ଦ ଥିଲାବେଳେ ପୁଣିଥରେ ଏକ ତୈଳବାହୀ ଜାହାଜ ଉପରେ ଆକ୍ରମଣ ହୋଇଛି। କ୍ଷେପଣାସ୍ତ୍ର ମାଡ଼ରେ ଜାହାଜ କ୍ଷତିଗ୍ରସ୍ତ ହୋଇଥିବା ଏହାର ମାଲିକ ଦାବି କରିଛନ୍ତି। ଉକ୍ତ ଜାହାଜ ରୁଷିଆର ତୈଳ ବ୍ୟବସାୟରେ ସାମିଲ ଥିଲା। ଏହା ରୁଷିଆର ପ୍ରିମୋର୍ସ୍କରୁ ଭାରତର ଭାଦିନାରକୁ ଆସୁଥିଲା ବୋଲି ବ୍ରିଟିଶ ସାମୁଦ୍ରିକ ସୁରକ୍ଷା ସଂସ୍ଥା ଆମ୍ବ୍ରେ ପକ୍ଷରୁ କୁହାଯାଇଛି।

ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଲାଗି ରହିଥିବାବେଳେ ଇରାନ ସମର୍ଥତ୍ତ ହୁଟି ଆତଙ୍କବାଦୀମାନେ ଗତ ନଭେମ୍ବରରୁ ଲୋହିତ ସାଗର ଏବଂ ଗଲ୍ଫ ଅଫ୍‌ ଆଡେନ୍‌ରେ ବିଭିନ୍ନ ଦେଶର ବାଣିଜି୍ୟକ ଜାହାଜ ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍‌ ଆକ୍ରମଣ ଜାରି ରଖିଛନ୍ତି। ୟେମେନ୍‌ର ସାଦା ପ୍ରୋଭିନ୍ସ ବାୟୁସୀମାରେ ଆମେରିକାର ଏମ୍‌କ୍ୟୁ-୯ ଡ୍ରୋନ୍‌କୁ ହୁଟି ଆତଙ୍କବାଦୀ ଖସାଇଦେଇଥିବା ଶୁକ୍ରବାର ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିମାନକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ,ଟିସ୍ୟୁ ପେପରରେ ଏମିତି ଲେଖା ଦେଖି..

ନୂଆଦିଲ୍ଲୀ,୩୦ା୧: ବିମାନ କମ୍ପାନୀଗୁଡ଼ିକ ବାରମ୍ବାର ବୋମା  ଏବଂ ଅପହରଣ ଧମକ ପାଉଛନ୍ତି। ଏହି ସମୟରେ ଶୁକ୍ରବାର କୁଏତ୍‌ରୁ ଦିଲ୍ଲୀ ଆସୁଥିବା ଏକ ଇଣ୍ଡିଗୋ ବିମାନକୁ ବୋମା ପକାଇ…

ସୁନା ବଜାରରେ ଐତିହାସିକ ହଲଚଲ: ଗୋଟିଏ ଦିନରେ ଭାରତ ଅର୍ଥନୀତିଠାରୁ ଅଧିକ ଟଙ୍କାର କାରବାର

ନୂଆଦିଲ୍ଲୀ,୩୦।୧: ବିଶ୍ୱ ବଜାରରେ ସୁନା ମୂଲ୍ୟ ଚଳିତ ସପ୍ତାହରେ ଅଭୂତପୂର୍ବ ସ୍ଥିତିର ସାମ୍ନା କରିଛି। କ୍ୟାପିଟାଲ ମାର୍କେଟ ପ୍ଲାଟଫର୍ମ ‘ଦି କୋବେସି ଲେଟର’ ବିଶ୍ଳେଷଣ ଅନୁଯାୟୀ, ସୁନାର…

ବଢ଼ୁଛି ବିଶ୍ୱ ତାପମାତ୍ରା: ସବୁଠାରୁ ଅଧିକ ପ୍ରଭାବିତ ହେବ ଭାରତ

ନୂଆଦିଲ୍ଲୀ,୩୦।୧: ଜଳବାୟୁ ପରିବର୍ତ୍ତନ କାରଣରୁ ଗଭୀର ପ୍ରଭାବିତ ହେବ ଭାରତ। ତାପମାତ୍ରା ବୃଦ୍ଧି ଯୋଗୁଁ ଆଗାମୀ ଦଶନ୍ଧିମାନଙ୍କରେ ବିଶ୍ୱର କୋଟି କୋଟି ଲୋକ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର…

ଶେଷ ହେଲା ରୁଷିଆ-ୟୁକ୍ରେନ ଯୁଦ୍ଧ? ଯୁଦ୍ଧବିରତିକୁ ନେଇ ବଡ଼ ଦାବି କଲେ ଟ୍ରମ୍ପ

ଓ୍ବାଶିଂଟନ,୩୦।୧: ୟୁକ୍ରେନରେ ଚାଲିଥିବା ଯୁଦ୍ଧ ଏବଂ ପ୍ରବଳ ଥଣ୍ଡା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମାନବିକତା ଆଧାରରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ଟ୍ରମ୍ପ…

ଆକାଶ ମାର୍ଗରେ ଏକାଠି ହେଲେ ପାକିସ୍ତାନ-ବାଂଲାଦେଶ, ଜାଣନ୍ତୁ ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ

କରାଚୀ,୩୦।୧: ୧୪ ବର୍ଷ ପରେ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ସିଧାସଳଖ ବିମାନ ସେବା ପୁନର୍ବାର ଆରମ୍ଭ ହୋଇଛି। ବାଂଲାଦେଶର ଜାତୀୟ ବିମାନ କମ୍ପାନୀ, ବିମାନ ବାଂଲାଦେଶ…

ଶେଖ ହାସିନାଙ୍କ ଭାଷଣକୁ ନେଇ ନିଆଁବାଣ ହେଲା ବାଂଲାଦେଶ, ଭାରତ ବିରୋଧରେ ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ/ଢାକା,୩୦।୧: ବାଂଲାଦେଶ ଚଟ୍ଟୋଗ୍ରାମର ମିରସରାଇରେ ଭାରତୀୟ ଅର୍ଥନୈତିକ କ୍ଷେତ୍ର ପ୍ରକଳ୍ପକୁ ଆନୁଷ୍ଠାନିକ ଭାବରେ ବାତିଲ କରିଛି। ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ଅଧ୍ୟକ୍ଷତାରେ ବାଂଲାଦେଶ ଅର୍ଥନୈତିକ କ୍ଷେତ୍ର…

କାନାଡାକୁ ପୁଣି ଅଡୁଆରେ ପକାଇଲେ ଟ୍ରମ୍ପ, ଦେଲେ ଏମିତି ଧମକ

ଓ୍ବାଶିଂଟନ,୩୦।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ କାନାଡା ବିରୁଦ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି ବିମାନ ଚଳାଚଳ କ୍ଷେତ୍ରରେ ଏକ ପ୍ରମୁଖ ଏବଂ ଆକ୍ରମଣାତ୍ମକ…

ଶାନ୍ତି ଆଲୋଚନା ପାଇଁ ଜେଲେନସ୍କିଙ୍କୁ ମସ୍କୋ ନିମନ୍ତ୍ରଣ କଲା ରୁଷିଆ

ନୂଆଦିଲ୍ଲୀ,୨୯।୧: ଚାରି ବର୍ଷ ଧରି ଲାଗି ରହିଥିବା ରୁଷ-ୟୁକ୍ରେନ ଯୁଦ୍ଧର ଘଟିବ ଅନ୍ତ। ଏହି କ୍ରେମଲିନ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri