ଭସାଣି ବେଳେ ଅଘଟଣ: ବାଣ ଫୁଟି ୨୦ରୁ ଅଧିକ ଆହତ

କେନ୍ଦ୍ରାପଡା ଅଫିସ୍‌,୨୩।୧୧: କେନ୍ଦ୍ରାପଡାରେ ଏକ ବଡ଼ ଅଘଟଣ ଘଟିଛି। କେନ୍ଦ୍ରାପଡା ସଦର ଥାନା ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣବେଳେ ବାଣ ଫୁଟି ୬୦ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ବାଣ ପ୍ରତିଯୋଗିତା ଚାଲିଥିବାବେଳେ ଷ୍ଟକ୍‌ ରଖାଯାଇଥିବା ବାଣ ଫୁଟିବାରୁ ଏହି ଦୁର୍ଘଟଣା ଘଟିଛି। ସମସ୍ତ ଆହତଙ୍କ କେନ୍ଦ୍ରାପଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।