ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ, ଗତକାଲି(ଶନିବାର) ବିଳମ୍ବିତ ରାତ୍ରରେ କିଛି ଦୁର୍ବୁତ୍ତ ମନ୍ଦିର କବାଟ ଭାଙ୍ଗି ଭିତରେ ପଶି ୪ କିଲୋରୁ ଅଧିକ ରୁପା ଚୋରି କରି ନେଇଛନ୍ତି । ସାଇ ବାବାଙ୍କ ଆରଚୀ ସମେତ ରୁପା ପାଦୁକା ଭଳି ବିଭିନ୍ନ ରୁପା ଅଳଙ୍କାର ଚୋରି କରି ନେଇଛନ୍ତି । ଆଜି ସକାଳୁ ସକାଳୁ ଚମାଖଣ୍ଡି ଥାନାରେ ଏନେଇ ଅଭିଯୋଗ ହେଵା ପରେ ଛତ୍ରପୁର ଏସଡିପିଓ, ଚମାଖଣ୍ଡି ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ପହଂଚି ତଦନ୍ତ ଜାରି ରଖିଛନ୍ତି । ମନ୍ଦିରରୁ ଚୋରି ଖବର ସାମ୍ନାକୁ ଆସିବା ପରେ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
Dharitri – Odisha’s No.1 Odia Daily

