କଫ୍‌ ସିରପ୍‌ ସହ ନିଶା ବଟିକା କାରବାର କରୁଛନ୍ତି ନାବାଳକ, ୩ ଗିରଫ

ଅତାବିରା,୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ପୋଲିସ ଶୁକ୍ରବାର ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। ଏହି ମାମଲାରେ ପୋଲିସ ଜଣେ ନାବାଳକଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ଗିରଫ ସାବାଳକ ଅଭିଯୁକ୍ତମାନେ ହେଲେ, ଅତାବିରା ଥାନା ସିନ୍ଦୁରବାହାଲ ଗ୍ରାମର ଶୁଭମ ନାଏକ ଏବଂ ବଡ଼ମାଳ ଗ୍ରାମର ହିମାଂଶୁ ମିର୍ଦ୍ଧା। ସେହିପରି ନାବାଳକ ଜଣକ ସମ୍ବଲପୁର ଜିଲା ଗୋଶାଳା ଅଞ୍ଚଳର ବୋଲି ପୋଲିସ ସୂଚନା ଦେଇଛି। ସେମାନଙ୍କ ପାଖରୁ ୩୨୦ କଫ୍‌ ସିରପ୍‌ ଏବଂ ୫୦ ନିଶା ବଟିକା ଜବତ ହୋଇଛି। ଏ ନେଇ ଅତାବିରା ଥାନାରେ କେସ୍‌ ନଂ୨୮୬/୨୫ରେ ଏକ ମାମଲା ରୁଜୁ ହୋଇଛି।

Share