ନାବାଳାକିଙ୍କୁ ବଳାତ୍କାର ମାମଲା: ଟିଉସନ ସାର୍‌ଙ୍କୁ ୨୦ବର୍ଷ ଜେଲଦଣ୍ଡ

ଭୁବନେଶ୍ୱର,୧୪ା୩(ସତ୍ୟଜିତ୍‌ ରାଉତ): ଖୋର୍ଦ୍ଧା ଜିଲା ମଡେଲ ଥାନା ଅନ୍ତର୍ଗତ ଏକ ଗାଁର ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ୪ବର୍ଷ ପରେ ଭୁବନେଶ୍ୱରସ୍ଥିତ ୪ର୍ଥ ଅତିରିକ୍ତ ଜିଲା ଓ ଦୌରାଜଜ୍‌ ତଥା ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଗୁରୁବାର ରାୟ ପ୍ରକାଶ କରିଛନ୍ତି। ଏହି ମାମଲାରେ ଅଭିଯୁକ୍ତ ଥିବା ଟିଉସନ୍‌ ସାର୍‌ କୃପାସିନ୍ଧୁ ନାୟକ ଓରଫ କୁନା (୨୬)ଙ୍କୁ ବିଚାରପତି ଶୁଭଞ୍ଜନ ମହାନ୍ତି ୨୦ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ କୁନାଙ୍କୁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଜରିମାନା ଅନାଦେୟ କ୍ଷେତ୍ରରେ ଅଧିକ ବର୍ଷେ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ବିଚାରପତି ତାଙ୍କ ରାୟରେ ଶୁଣାଇଛନ୍ତି। ଅନ୍ୟପକ୍ଷରେ ପୀଡ଼ିତାଙ୍କୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଯୋଗାଇ ଦେବାକୁ ଖୋର୍ଦ୍ଧା ଜିଲା ଆଇନ ସେବା ପ୍ରାଧୀକରଣ(ଡିଏଲ୍‌ଏସ୍‌ଏ)ଙ୍କୁ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି।