ପ୍ରେମିକ ସହ ଫେରାର ହେଉଥିଲେ ନାବାଳିକା, ଧରିଲେ ମା’-ବାପା: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୧୭ା୬ (ସତ୍ୟଜିତ୍‌ ରାଉତ):ମଞ୍ଚେଶ୍ୱର ଥାନା ଅଞ୍ଚଳରେ ସୋମବାର ଏକ ହାଇଡ୍ରାମା ଦେଖିବାକୁ ମିଳିଛି। ପ୍ରେମିକା ସହ ଫେରାର ବେଳେ ଜଣେ ନାବାଳିକାଙ୍କୁ କାବୁ କରିଛନ୍ତି ତାଙ୍କ ବାପା ଓ ମା’। ମିଳିଥିବା ସୂଚନା ଅନୁଯାୟୀ, ମଞ୍ଚେଶ୍ୱର ଅଞ୍ଚଳର ସମ୍ପୃକ୍ତ ନାବାଳିକା ଜଣକ ତାଙ୍କ ପୁରୁଷବନ୍ଧୁଙ୍କ ସହ ବାଇକରେ ଘର ଛାଡି ଚାଲିଯାଉଥିଲେ। ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ମଞ୍ଚେଶ୍ୱର ଓଭରବ୍ରିଜ୍‌ ନିକଟରେ ନାବାଳିକାଙ୍କ ବାପା ଓ ମା’ ସେମାନଙ୍କୁ ଅଟକାଇଥିଲେ। ଫଳରେ ସେଠାରେ ୩୦ ମିନିଟ୍‌ ଧରି ହାଇଡ୍ରାମା ଚାଲିଥିଲା। ପୋଲିସ ପହଞ୍ଚି ଯୁବକ ଜଣକୁ ଥାନାକୁ ନେଇଥିଲା। ତେବେ ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟ ଆପୋସ ସମାଧାନ ହେବା ସହ ଘରକୁ ଯାଇଥିବା ସୂଚନା ମିଳିଛି।