ଅଳିଆ ଗୋଟାଇ ପେଟ ପୋଷୁଥିଲେ ନାବାଳିକା, ବସ୍ତାରୁ ମିଳିଲା ମୃତଦେହ

ବାଲେଶ୍ୱର,୨୫ା୯(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ସମଲପୁର ଗାଁ ନିକଟରେ ଏକ ଘରୁ ବସ୍ତା ଭିତରୁ ଜଣେ ନାବାଳିକାଙ୍କ ମୃତଦେହକୁ ପୋଲିସ ଜବତ କରିଛି। ଅନ୍ୟ ଦୁଇ ଝିଅଙ୍କ ସହ ଉକ୍ତ ନାବାଳିକା ଜଣକ ଏଠାରେ ରହୁଥିଲେ। ତାଙ୍କ ଘର ବାହାନଗା ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେମାନେ ଅଳିଆ ଆବର୍ଜନା ଗୋଟାଇ ପେଟ ପୋଷୁଥିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଆଇଆଇସି ଶ୍ୟାମାଘନ ବେହେରା ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଏହା ଏକ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି। ତେବେ ତଦନ୍ତ ପରେ ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଆଇଆଇସି ସୂଚନା ଦେଇଛନ୍ତି।

Share