ବାପାଙ୍କୁ ହତ୍ୟା ଧମକ ଦେଇ ନାବାଳିକାଙ୍କୁ ମନ୍ଦିରରେ ବିବାହ, ମା’ ପୋଲିସକୁ ଖବର ଦେବାରୁ ଘଟିଲା ଏମିତି…

କୁଜଙ୍ଗ,୧୮।୧୦(ମନୋଜ ପ୍ରଧାନ): ନାବାଳିକା ଝିଅଙ୍କୁ ମନ୍ଦିରକୁ ଆଣିବା ପାଇଁ ମଦ ଦେଇ ପ୍ରଲୋଭିତ କରିବା ସହ ନ ଶୁଣିଲେ ହତ୍ୟା କରିବାକୁ ବାପାଙ୍କୁ ଧମକ ଦିଆଯାଇଥିଲା। ଏଥିରେ ଭୟଭୀତ ହୋଇ ବାପା ଝିଅଙ୍କୁ ନେଇ ମନ୍ଦିରରେ ପହଁଚିବା ପରେ ସେଠାରେ ନାବାଳିକାଙ୍କୁ ଜୋରଜବରଦସ୍ତ ବିବାହ କରାଯାଇଥିବା ଅଭିଯୋଗ ହୋଇଛି। ଜଗତ୍‌ସିଂହପୁର ଜିଲା କୁଜଙ୍ଗ ଥାନା ଅନ୍ତର୍ଗତ ଗଡ଼କୁଜଙ୍ଗ ମନ୍ଦିରରେ ଶନିବାର ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ପୀଡ଼ିତାଙ୍କ ମା’ କୁଜଙ୍ଗ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା (ନଂ. ୨୬୭/୨୬) ରୁଜୁ କରିଛି।
ଅଭିଯୋଗ ଅନୁଯାୟୀ, ପୀଡ଼ିତାଙ୍କ ଆଈ କର୍କଟ ରୋଗରେ ପୀଡ଼ିତ ହୋଇ କଟକସ୍ଥିତ ଆଚାର୍ଯ୍ୟ ହରିହର ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଅଭିଯୋଗକାରିଣୀ ତାଙ୍କ ପାଖରେ ରହୁଛନ୍ତି। ଏହାର ସୁଯୋଗ ନେଇ ଅଭୟଚାନ୍ଦପୁର ଥାନା ଅନ୍ତର୍ଗତ ଗଡକୁଜଙ୍ଗ ଗ୍ରାମର ବାବାଜୀ ସାହୁ ନାବାଳିକାଙ୍କ ବାପାଙ୍କୁ ମଦ ପିଆଇ ଝିଅକୁ ଗଡ କୁଜଙ୍ଗ ମନ୍ଦିରକୁ ଆଣିବାକୁ ଧମକ ଦେଇଥିଲେ। ଏପରି ନ କଲେ କଙ୍କରଡିଆ ଗ୍ରାମକୁ ମାଛ ବିକ୍ରୟ କରିବାକୁ ଆସିଲେ ଜୀବନରେ ମାରିଦେବେ ବୋଲି ଧମକ ଦେଇଥିଲେ। ଏଥିରେ ଭୟଭୀତ ହୋଇ ଝିଅକୁ ନେଇ ବାପା ଗଡକୁଜଙ୍ଗ ମନ୍ଦିରରେ ପହଞ୍ଚତ୍ଥିଲେ। ସେଠାରେ ଝିଅର ବିବାହ କରାଉଥିବା ବେଳର ଫଟୋ ସାମାଜିକ ଗଣମାଧ୍ୟମରେ ଦେଖିବା ପରେ ପୀଡ଼ିତାଙ୍କ ମା’ ଏବିଷୟରେ ଜାଣିବାକୁ ସ୍ବାମୀଙ୍କୁ କଲ୍‌ କରିଥିଲେ। ମାତ୍ର ସେ ଫୋନ ନ ଉଠାଇବାରୁ ବାଧ୍ୟହୋଇ ୧୧୨କୁ ଫୋନ ଲଗାଇ ସମସ୍ତ ଘଟଣା କହିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ଥିଲା। ସେତେବେଳକୁ ବାବାଜୀ ଓ ଅନ୍ୟମାନେ ମନ୍ଦିରରୁ ପଳାଇଯାଇଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଛି। ପୂର୍ବରୁ ଏହିପରି ଉଦ୍ୟମ ହୋଇଥିବା ବେଳେ ସେତେବେଳେ ନାବାଳିକାଙ୍କୁ ଉଦ୍ଧାର କରି ପୋଲିସ ଜିମା ଦିଆଯାଇଥିଲା। ତେବେ ନାବାଳିକାଙ୍କ ବାପାଙ୍କ କାରଣରୁ ଏହି ଘଟଣା ଘଟିଥିବା କୁଜଙ୍ଗ ଥାନା ଅଧିକାରୀ ଶିବାଶିଷ ଦାସ ପ୍ରକାଶ କରିଛନ୍ତି। ଏନେଇ ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?