ରଥରେ ସାମାନ୍ୟ ଫାଟ, ଚାଲିଛି ମରାମତି

ପୁରୀ ଅଫିସ,୧୫ା୭: ଆସନ୍ତା ୧୭ ତାରିଖରେ ତିନିରଥର ଦକ୍ଷିଣ ମୋଡ଼। ଏହାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ବୈଷୟିକ ଟିମ୍‌ ଦ୍ୱାରା ତିନିରଥର ଯାଞ୍ଚ ହୋଇଛି। ଶ୍ରୀଗୁଣ୍ଡିଚା ଯାତ୍ରା ପରେ ଗୁରୁବାର ଏହି ଯାଞ୍ଚ କରାଯାଇଛି। ତେବେ ତିନିରଥରେ ସାମାନ୍ୟ ଫାଟ ଥିବା ଯାଞ୍ଚ ସମୟରେ ଜାଣିବାକୁ ମିଳିଛି। ବଳଭଦ୍ରଙ୍କ ତାଳଧ୍ୱଜ ରଥ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଗୋଟିଏ ଲେଖାଏ ଚକରେ ସାମାନ୍ୟ ଫାଟ ଥିବା ବେଳେ ମହାବାହୁଙ୍କ ନନ୍ଦିଘୋଷ ରଥର ପ୍ରଭାରେ ରହିଛି ଫାଟ। ଏହାକୁ ଏବେ ମରାମତି କରାଯାଉଛି। ୧୦ ମହାରଣା ୬ ଜଣ ଭୋଇ ସେବକ ଓ ୩ ଜଣ କମାର ସେବକ ମରାମତି କାର୍ଯ୍ୟରେ ଲାଗିଛନ୍ତି।