ସଂଖ୍ୟାଲଘୁ ଚରିତ୍ର

ବାଂଲାଦେଶ ଏକମାତ୍ର ପଡ଼ୋଶୀ ଦେଶ ଭାବେ ଭାରତକୁ ଦେଇଆସୁଥିବା ସମ୍ମାନ ଏବେ ଭୂଲୁଣ୍ଠିତ ହୋଇଯାଇଛି। ଗତ କିଛିବର୍ଷ ହେବ ଅନ୍ୟାନ୍ୟ ପଡ଼ୋଶୀ ଭାରତର ଶତ୍ରୁ ପାଲଟି ଯାଇସାରିଛନ୍ତି। ବାଂଲାଦେଶ ସୃଷ୍ଟି କରିବାରେ ଭାରତର ଅନନ୍ୟ ଭୂମିକା ଥିବାରୁ ଆଶା ଥିଲା ଏହା ସହ ସମ୍ପର୍କ ଦୀର୍ଘ ସମୟ ଅତୁଟ ରହିବ। ହେଲେ ତା’ର ଆଭ୍ୟନ୍ତରୀଣ ବ୍ୟାପାରରେ ଯେବେ ଭାରତ ହସ୍ତକ୍ଷେପ କଲା ସେବେଠୁ ଭାରତକୁ ବାଂଲାଦେଶୀ ନାଗରିକ ସନ୍ଦେହ ଚକ୍ଷୁରେ ଦେଖିଲେ। ଅର୍ଥାତ୍‌ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା ନିଜ ଦେଶରୁ ବିତାଡ଼ିତ ହେବା ପରେ ତାଙ୍କୁ ଭାରତ ମାଟିରେ ଆଶ୍ରୟ ଦିଆଯିବା ବର୍ତ୍ତମାନ ସେଠାକାର ଦେଶବାସୀଙ୍କୁ କ୍ରୋଧିତ କରିଛି ବୋଲି କୁହାଯାଉଛି। ଏଠାରେ ଦୃଷ୍ଟି ପକାଇବାକୁ ହେବ ଯେ, ଭାରତର ବୈଦେଶିକ ନୀତି ପଡ଼ୋଶୀ ଦେଶ ସହିତ ବିଫଳ ହେବାରେ ଲାଗିଛି। ୨୦୧୭ରେ ମାଧେସୀମାନଙ୍କୁ ଭାରତ ସରକାର ଖୋଲାଖୋଲି ସମର୍ଥନ ଜଣାଇବା ପରେ ସାଧାରଣ ନେପାଳୀ ନାଗରିକ ଭାରତ ବିରୋଧୀ ପାଲଟିଗଲେ। ସେହିଭଳି ଭାବେ ମାଳଦ୍ୱୀପ ସହିତ ଆମର ‘ବଡ଼ ଭାଇ’ ବ୍ୟବହାର ସେଠାକାର ଜନସାଧାରଣଙ୍କୁ ଉତ୍‌କ୍ଷିପ୍ତ କରିଛି। ଅନୁରୂପ ଭାବେ ବର୍ମା (ମ୍ୟାନ୍‌ମାର)ର ମିଲିଟାରୀ ଜୁଣ୍ଟାଙ୍କୁ ସକ୍ରିୟ ସାହାଯ୍ୟ ଯୋଗାଇଦେବାରୁ ସାଧାରଣ ବର୍ମା ନାଗରିକ ଭାରତ ବିରୋଧୀ ହୋଇ ରହିଛନ୍ତି। ସେହି ଦେଶରେ ଯଦି, ଶୀଘ୍ର ହେଉ ବା ବିଳମ୍ବରେ, ଗଣତନ୍ତ୍ର ପୁନଃ ପ୍ରତିଷ୍ଠା ହେବ ସେତେବେଳକାର ନିର୍ବାଚିତ ସରକାର ଭାରତ ବିରୋଧୀ ହେବାକୁ ବାଧ୍ୟ ହେବ। କାରଣ ଦେଶର ଜନସାଧାରଣ ଭାରତ ବିରୋଧୀ ଶକ୍ତିମାନଙ୍କୁ ହିଁ ନିର୍ବାଚିତ କରିପାରନ୍ତି। ସେହିଭଳି ପରିସ୍ଥିତି ବାଂଲାଦେଶରେ ଦେଖିବାକୁ ମିଳିଲା।
ବାଂଲାଦେଶର ସଦ୍ୟ ଘଟଣାକୁ ଦେଖାଯାଉ। ଅରାଜକତା ଆରମ୍ଭ ହେବା ପରେ ସେଠାରେ ଅନେକ ମନ୍ଦିର ଭାଙ୍ଗାଯିବା ସହ ହିନ୍ଦୁ ଓ ଅନ୍ୟାନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ଅତ୍ୟାଚାର କରାଯାଉଥିବା ଖବର ଶୁଣିବାକୁ ମିଳୁଛି। ଏମାନେ ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ସମର୍ଥକ ଥିଲେ ବୋଲି କୁହାଯାଉଛି। ଏବେ ହିନ୍ଦୁଙ୍କ ମଧ୍ୟରେ ଥିବା ଏକ ସଂଖ୍ୟାଲଘୁ ଗୋଷ୍ଠୀ ଅନ୍ତର୍ଜାତୀୟ କୃଷ୍ଣ ସଦ୍‌ଭାବନା ସଂଘ (ଇସ୍କନ) ପ୍ରତି ବାଂଲାଦେଶୀ ନାଗରିକଙ୍କ ଅସୂୟାଭାବ ବଢ଼ିଯାଇଛି। କାରଣ ସେଠାରେ ଏହାର ମୁଖ୍ୟ ଥିବା ଚିନ୍ନୟ ଦାସ ସରକାର ବିରୋଧୀ ମତ ଓ ଶୋଭାଯାତ୍ରା କରିବାରେ ଆଗୁସାର ଥିଲେ। ଏଥିସହିତ ତାଙ୍କ ନେତୃତ୍ୱରେ ହୋଇଥିବା ଏକ ଶୋଭାଯାତ୍ରାରେ ସଂଖ୍ୟାଲଘୁ ଲୋକମାନେ ଗୈରିକ ପତାକା ଧରିଥିଲେ, ଯେଉଁଥିରେ ବାଂଲାଦେଶର ଜାତୀୟ ପତାକାକୁ ଅପମାନିତ କରାଯାଇଥିଲା ବୋଲି ଅଭିଯୋଗ ଅଣାଯାଇ ଚିନ୍ମୟଙ୍କୁ ରାଷ୍ଟ୍ରଦୋହ ମାମଲାରେ ଗିରଫ କରାଯାଇଛି। ତେବେ ଯେଉଁ ଘଟଣାକୁ ନେଇ ବାଂଲାଦେଶରେ ବର୍ତ୍ତମାନ ସଂଖ୍ୟାଲଘୁ ହିନ୍ଦୁଙ୍କ ପ୍ରତି ଉତ୍ତେଜନା ଦେଖାଦେଇଛି, ତାହା ପଛରେ ଆଇନଜୀବୀ ସଇଫୁଲ ଇସ୍‌ଲାମ ଅଲିଫ୍‌ଙ୍କ ମୃତ୍ୟୁ ଜଡ଼ିତ। କୁହାଯାଉଛି ଚିନ୍ମୟଙ୍କ ପାଇଁ ସଇଫୁଲ ମାମଲା ଲଢ଼ୁଥିଲେ। ଯେତେବେଳେ ତାଙ୍କ ଜାମିନ ଖାରଜ ହୋଇଗଲା ସେତେବେଳେ ଚିଟ୍ଟାଗଙ୍ଗ କୋର୍ଟ ପରିସରରେ ଉତ୍ତେଜନା ଦେଖାଦେଇଥିଲା। ହିନ୍ଦୁମାନେ କୋର୍ଟ ରାୟକୁ ପ୍ରତିବାଦ କରି ବିରୋଧ ପ୍ରଦର୍ଶନ କରିଥିଲେ। ଏହି ସମୟରେ ପୋଲିସ କାର୍ଯ୍ୟାନୁଷ୍ଠାନ ହେବାରୁ ସଇଫୁଲଙ୍କ ମୃତ୍ୟୁ ଘଟିଥିଲା। ହେଲେ ସଇଫୁଲଙ୍କୁ ସଂଖ୍ୟାଲଘୁମାନେ ମାରି ଦେଇଥିବା ବାଂଲାଦେଶର ବିଭିନ୍ନ ସଙ୍ଗଠନ ପକ୍ଷରୁ କୁହାଯାଇଛି। ଏହାର ପରିଣତି ସଂଖ୍ୟାଲଘୁମାନେ ଭୋଗୁଛନ୍ତି।
ଗତ ନିର୍ବାଚନ ସମୟରେ ଶେଖ୍‌ ହାସିନାଙ୍କ ଏକଚ୍ଛତ୍ରବାଦୀ କାର୍ଯ୍ୟଶୈଳୀ ବାଂଲାଦେଶୀ ଭୋଟରଙ୍କୁ ବିରୋଧୀ କରିଦେଇଥିଲା। ସେଠାକାର ନିର୍ବାଚନ କମିଶନଙ୍କୁ ହାତେଇ ସରକାର ଗଢ଼ିପାରିଥିଲେ ଶେଖ୍‌ ହାସିନା। କିନ୍ତୁ ସାଧାରଣ ନାଗରିକଙ୍କ କ୍ରୋଧ ସମ୍ଭାଳିବାରେ ଅସଫଳ ହୋଇଥିଲେ। ତାଙ୍କ କାର୍ଯ୍ୟକଳାପକୁ ଭାରତ ସରକାର ସମର୍ଥନ କରିଆସୁଥିବା ହେତୁ ଏବେ ସାଧାରଣ ବାଂଲାଦେଶୀ ସ୍ବାଭାବିକ ଭାବେ ଭାରତ ବିରୋଧୀ ପାଲଟିଛନ୍ତି। ଯେହେତୁ ସେଠାକାର ସଂଖ୍ୟାଲଘୁ ହିନ୍ଦୁ ବିଭିନ୍ନ ସମୟରେ ନିଜର କ୍ଷମତା ଦେଖାଇବାକୁ ଯାଇ ହାସିନା ସରକାରଙ୍କ ସମର୍ଥନ ଲାଭ କରିଥିଲେ, ସେହେତୁ ଏବେ ସେଠାରେ ହିନ୍ଦୁ ବିରୋଧୀ ମନୋଭାବ ବୃଦ୍ଧି ପାଉଛି। ଏହାର ସମାନ୍ତରାଳ ପରିସ୍ଥିତି ଦେଖିବାକୁ ହେଲେ ଭାରତୀୟଙ୍କ ପାଇଁ ତାହା କଷ୍ଟକର ନୁହେଁ। କଂଗ୍ରେସ ଶାସନ ସମୟରେ ସଂଖ୍ୟାଲଘୁଙ୍କ ଭୋଟ ଗୋଟାଇବା ନାମରେ ଯେଉଁଭଳି ମୁସଲମାନ ସମ୍ପ୍ରଦାୟକୁ ବିଭିନ୍ନ ପ୍ରକାରର ସମର୍ଥନ ଏବଂ ସାହସ ଯୋଗାଇ ଦିଆଯାଇଥିଲା, ତାହା ଗୋଟେପଟେ ପ୍ରଶାସନିକ ସହଯୋଗ ଯୋଗୁ ମୁସଲମାନ ସମ୍ପ୍ରଦାୟର ଅତ୍ୟଧିକ ମାତ୍ରାର ଉତ୍ପାତ ବୃଦ୍ଧି ପାଇଥିଲା। ବିଭିନ୍ନ ସ୍ଥାନରେ ବୋମା ବିସ୍ଫୋରଣ, ତୁହାକୁତୁହା ସରକାରଙ୍କ ତରଫରୁ ‘ରେଡ୍‌ ଆଲର୍ଟ’ ଜାରି କରିବାର ଘୋଷଣା ଏବଂ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଲା ଯେ ମୁସଲମାନ ସମ୍ପ୍ରଦାୟର ରାଜନେତା କିମ୍ବା ଶିକ୍ଷିତ ବୁଦ୍ଧିଜୀବୀ ସିମି ଭଳି ଆତଙ୍କବାଦୀ ସଙ୍ଗଠନକୁ ସମାଲୋଚନା ମଧ୍ୟ କଲେ ନାହିଁ। ଆଜି ଭାରତରେ ମୁସଲମାନ ବିରୋଧୀ ମନୋଭାବ ଯେଉଁଭଳି ବ୍ୟାପିଛି ସେଥିପାଇଁ ସେହି ସମ୍ପ୍ରଦାୟର ଶିକ୍ଷିତ ଓ ଚିନ୍ତାଶୀଳ ବ୍ୟକ୍ତିମାନେ ହିଁ ଦାୟୀ। ଗୋଟିଏପଟେ କଂଗ୍ରେସର ନାମକୁ ‘ଖାନ୍‌ଗ୍ରେସ୍‌’ରେ ପରିବର୍ତ୍ତନ କରିବା ସହିତ ଭାରତରେ ଦୀର୍ଘ ସମୟ ଧରି ଶାସନ କରିଆସୁଥିବା ସେହି ଦଳର ନିର୍ବାଚନୀ ପରାଜୟ ଘଟିଲା। ଫଳସ୍ବରୂପ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଭାଜପା କ୍ଷମତାକୁ ଆସିବାର ସୁଯୋଗ ପାଇଲା ଏବଂ ସେହି ଦଳର ସଂଖ୍ୟାଲଘୁ ବିଶେଷକରି ମୁସଲମାନ ବିରୋଧୀ ମନୋଭାବ ଓ କାର୍ଯ୍ୟକଳାପକୁ ସାଧାରଣ ହିନ୍ଦୁ ଭାରତୀୟ ସମର୍ଥନ ଜଣାଉଛନ୍ତି।
ଏହି ପ୍ରଚ୍ଛଦପଟରେ ବାଂଲାଦେଶରେ ଘଟୁଥିବା ଅରାଜକତା ଓ ହିନ୍ଦୁବିରୋଧୀ ମନୋଭାବ ଭାରତୀୟମାନଙ୍କୁ ବୁଝିବା କଷ୍ଟକର ହେବନାହିଁ। ସବୁ ସମାଜର ସବୁବେଳେ ସଂଖ୍ୟାଲଘୁ ଗୋଷ୍ଠୀ ମାର୍ଜିତ ହୋଇ ରହିବା ଦରକାର। ଅନେକ ସମୟରେ ଗାନ୍ଧିଜୀ ଶିଖାଇଥିବା ଗୋଟିଏ ଗାଲରେ ଚାପୁଡ଼ା ମାରିଲେ ଆର ଗାଲ ଦେଖାଇଦେବାର ନୀତି ଦୀର୍ଘ ସମୟର ଶାନ୍ତି ସୃଷ୍ଟି କରିବାରେ ସହାୟକ ହୋଇଥାଏ। କିନ୍ତୁ ସଂଖ୍ୟାଲଘୁର ଚରିତ୍ର ଯଦି ଉଗ୍ର ହେବ, ତେବେ ସଂଖ୍ୟାଗରିଷ୍ଠମାନେ ସେମାନଙ୍କୁ ଦମନ କରିବେ। ଅର୍ଥାତ୍‌ ଭାରତରେ ମୁସଲମାନଙ୍କ ପ୍ରତି ଯାହା ଘଟୁଛି ବାଂଲାଦେଶରେ ହିନ୍ଦୁମାନଙ୍କ ପ୍ରତି ତାହା ହିଁ ଘଟୁଛି। ଭାରତରେ ମୁସଲମାନମାନେ କଂଗ୍ରେସର ଭୋଟବ୍ୟାଙ୍କ୍‌ ହୋଇ ଯେତିକି ଦଶନ୍ଧି ଲାଭ ଉଠାଇବା କଥା ତାହା ଉଠାଇନେଲେ। ଏବେ ସେମାନଙ୍କର ଶୁଭବେଳା କଟିଗଲା ଭଳି ମନେହେଉଛି। ଅନୁରୂପ ଭାବେ ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କୁ ଭୋଟ ବ୍ୟାଙ୍କ ଭାବେ ବ୍ୟବହାର କରିଥିବା ହାସିନାଙ୍କ ଆଓ୍ବାମୀ ଲିଗ୍‌ ଯେତେବେଳେ ଲୋକପ୍ରିୟତା ହରାଇଲା ସେତେବେଳେ ସେଠାକାର ହିନ୍ଦୁ ସ୍ବାଭାବିକ ଭାବେ କେଞ୍ଚା ଖାଉଛନ୍ତି । ପୃଥିବୀବ୍ୟାପୀ ଏହା ହିଁ ମନୁଷ୍ୟର ବ୍ୟବହାର ଅନୁଯାୟୀ ଫଳ ପାଇବାର ନୀତି ବୋଲି ବୁଝିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ପୁଟିନଙ୍କ କାର୍‌ ଠାରୁ କେତେ ଦମଦାର୍‌ ମୋଦିଙ୍କ କାର୍‌? ଜାଣନ୍ତୁ ଦୁଇଟାଯାକର ଦାମ୍‌

ନୂଆଦିଲ୍ଲୀ,୫।୧୨: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିଶ୍ୱର ସବୁଠାରୁ ରହସ୍ୟମୟ ନେତାମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ସେ ପ୍ରତ୍ୟେକ ଗସ୍ତରେ ଏକ ବୁଲେଟପ୍ରୁଫ...

ପୂର୍ବତନ ଡିଏସ୍‌ପିଙ୍କ ଝିଅ ହାତ ଧରିଲେ ବୃନ୍ଦାବନର ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ

ଜୟପୁର,୫ା୧୨: ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ବତନ ଡିଏସ୍‌ପିଙ୍କ ଝିଅ ସିପ୍ରା ଜୟପୁରର ଏକ ହୋଟେଲରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପ୍ରସିଦ୍ଧ ମଥୁରାର ପ୍ରବଚକ...

ସ୍ବାସ୍ଥ୍ୟକୁ ସୁସ୍ଥ ରଖେ କ୍ରୀଡ଼ା, ନିୟମିତ ଖେଳକୁଦ ଅଭ୍ୟାସ ପାଇଁ…

ଭଞ୍ଜନଗର,୫ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୩୬ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି...

ଲଣ୍ଡନଠାରୁ ବି ମହଙ୍ଗା ହେଲା ପାଟନା-କୋଲକାତା ବିମାନ ଟିକେଟ, ଇଣ୍ଡିଗୋ ସଙ୍କଟ ପରେ ଭାଙ୍ଗିଲା ଭଡ଼ା ରେକର୍ଡ

ନୂଆଦିଲ୍ଲୀ,୫।୧୨: ଭାରତରେ ଗତ ଚାରି ଦିନ ମଧ୍ୟରେ ବିମାନ ଯାତ୍ରା ସମସ୍ୟା ବୃଦ୍ଧି ପାଇଛି। ଇଣ୍ଡିଗୋ ଏୟାରଲାଇନ୍ସର ୧,୦୦୦ ରୁ ଅଧିକ ବିମାନ ବାତିଲ ହେବା...

ରେଞ୍ଜ ରୋଭର୍‌ କି ମର୍ସିଡିିଜ ନୁହେଁ: ପୁଟିନଙ୍କୁ ନେବାକୁ କାହିଁକି ଫର୍ଚୁନର ବାଛିଲେ ମୋଦି? ଜଣାପଡିଲା ଅସଲ ସତ

ନୂଆଦିଲ୍ଲୀ,୫।୧୨: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ଏବଂ ତାଙ୍କୁ ସ୍ୱାଗତବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ଉପସ୍ଥିତି ଏବଂ କୁଣ୍ଢେଇବା ଦୃଶ୍ୟ ସମସ୍ତଙ୍କ...

ଅସୀମ ମୁନିର ହେଲେ CDF, ପାକିସ୍ତାନର ୩ ସେନା ରହିବେ କଣ୍ଟ୍ରୋଲରେ, ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ? ଜାଣନ୍ତୁ…

ଇସଲାମାବାଦ,୫।୧୨: ପାକିସ୍ତାନ ତା’ର ସାମରିକ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆଣିଛି, ଜେନେରାଲ ଅସୀମ ମୁନିରଙ୍କୁ ଦେଶର ପ୍ରଥମ ପ୍ରତିରକ୍ଷା ବାହିନୀ (CDF) ମୁଖ୍ୟ ଭାବରେ...

ମଝି ଆକାଶରେ ଫୁଟବଲ ଖେଳିଲେ ଦୁଇ ଖେଳାଳି, ଭୟଙ୍କର ଦୃଶ୍ୟ ଦେଖିଲେ…

କିଛି ଲୋକ ଅନେକ ଦୁଃସାହସିକ କାର୍ଯ୍ୟ କରିଥାନ୍ତି। ଯାହା ଦେଖି ଲୋକଙ୍କ ପ୍ରାଣବାୟୁ ଉଡ଼ିଯିବା ପରି ଲାଗେ। ବର୍ତ୍ତମାନ ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri