ସଂଖ୍ୟାଲଘୁ ଚରିତ୍ର

ବାଂଲାଦେଶ ଏକମାତ୍ର ପଡ଼ୋଶୀ ଦେଶ ଭାବେ ଭାରତକୁ ଦେଇଆସୁଥିବା ସମ୍ମାନ ଏବେ ଭୂଲୁଣ୍ଠିତ ହୋଇଯାଇଛି। ଗତ କିଛିବର୍ଷ ହେବ ଅନ୍ୟାନ୍ୟ ପଡ଼ୋଶୀ ଭାରତର ଶତ୍ରୁ ପାଲଟି ଯାଇସାରିଛନ୍ତି। ବାଂଲାଦେଶ ସୃଷ୍ଟି କରିବାରେ ଭାରତର ଅନନ୍ୟ ଭୂମିକା ଥିବାରୁ ଆଶା ଥିଲା ଏହା ସହ ସମ୍ପର୍କ ଦୀର୍ଘ ସମୟ ଅତୁଟ ରହିବ। ହେଲେ ତା’ର ଆଭ୍ୟନ୍ତରୀଣ ବ୍ୟାପାରରେ ଯେବେ ଭାରତ ହସ୍ତକ୍ଷେପ କଲା ସେବେଠୁ ଭାରତକୁ ବାଂଲାଦେଶୀ ନାଗରିକ ସନ୍ଦେହ ଚକ୍ଷୁରେ ଦେଖିଲେ। ଅର୍ଥାତ୍‌ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା ନିଜ ଦେଶରୁ ବିତାଡ଼ିତ ହେବା ପରେ ତାଙ୍କୁ ଭାରତ ମାଟିରେ ଆଶ୍ରୟ ଦିଆଯିବା ବର୍ତ୍ତମାନ ସେଠାକାର ଦେଶବାସୀଙ୍କୁ କ୍ରୋଧିତ କରିଛି ବୋଲି କୁହାଯାଉଛି। ଏଠାରେ ଦୃଷ୍ଟି ପକାଇବାକୁ ହେବ ଯେ, ଭାରତର ବୈଦେଶିକ ନୀତି ପଡ଼ୋଶୀ ଦେଶ ସହିତ ବିଫଳ ହେବାରେ ଲାଗିଛି। ୨୦୧୭ରେ ମାଧେସୀମାନଙ୍କୁ ଭାରତ ସରକାର ଖୋଲାଖୋଲି ସମର୍ଥନ ଜଣାଇବା ପରେ ସାଧାରଣ ନେପାଳୀ ନାଗରିକ ଭାରତ ବିରୋଧୀ ପାଲଟିଗଲେ। ସେହିଭଳି ଭାବେ ମାଳଦ୍ୱୀପ ସହିତ ଆମର ‘ବଡ଼ ଭାଇ’ ବ୍ୟବହାର ସେଠାକାର ଜନସାଧାରଣଙ୍କୁ ଉତ୍‌କ୍ଷିପ୍ତ କରିଛି। ଅନୁରୂପ ଭାବେ ବର୍ମା (ମ୍ୟାନ୍‌ମାର)ର ମିଲିଟାରୀ ଜୁଣ୍ଟାଙ୍କୁ ସକ୍ରିୟ ସାହାଯ୍ୟ ଯୋଗାଇଦେବାରୁ ସାଧାରଣ ବର୍ମା ନାଗରିକ ଭାରତ ବିରୋଧୀ ହୋଇ ରହିଛନ୍ତି। ସେହି ଦେଶରେ ଯଦି, ଶୀଘ୍ର ହେଉ ବା ବିଳମ୍ବରେ, ଗଣତନ୍ତ୍ର ପୁନଃ ପ୍ରତିଷ୍ଠା ହେବ ସେତେବେଳକାର ନିର୍ବାଚିତ ସରକାର ଭାରତ ବିରୋଧୀ ହେବାକୁ ବାଧ୍ୟ ହେବ। କାରଣ ଦେଶର ଜନସାଧାରଣ ଭାରତ ବିରୋଧୀ ଶକ୍ତିମାନଙ୍କୁ ହିଁ ନିର୍ବାଚିତ କରିପାରନ୍ତି। ସେହିଭଳି ପରିସ୍ଥିତି ବାଂଲାଦେଶରେ ଦେଖିବାକୁ ମିଳିଲା।
ବାଂଲାଦେଶର ସଦ୍ୟ ଘଟଣାକୁ ଦେଖାଯାଉ। ଅରାଜକତା ଆରମ୍ଭ ହେବା ପରେ ସେଠାରେ ଅନେକ ମନ୍ଦିର ଭାଙ୍ଗାଯିବା ସହ ହିନ୍ଦୁ ଓ ଅନ୍ୟାନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ଅତ୍ୟାଚାର କରାଯାଉଥିବା ଖବର ଶୁଣିବାକୁ ମିଳୁଛି। ଏମାନେ ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ସମର୍ଥକ ଥିଲେ ବୋଲି କୁହାଯାଉଛି। ଏବେ ହିନ୍ଦୁଙ୍କ ମଧ୍ୟରେ ଥିବା ଏକ ସଂଖ୍ୟାଲଘୁ ଗୋଷ୍ଠୀ ଅନ୍ତର୍ଜାତୀୟ କୃଷ୍ଣ ସଦ୍‌ଭାବନା ସଂଘ (ଇସ୍କନ) ପ୍ରତି ବାଂଲାଦେଶୀ ନାଗରିକଙ୍କ ଅସୂୟାଭାବ ବଢ଼ିଯାଇଛି। କାରଣ ସେଠାରେ ଏହାର ମୁଖ୍ୟ ଥିବା ଚିନ୍ନୟ ଦାସ ସରକାର ବିରୋଧୀ ମତ ଓ ଶୋଭାଯାତ୍ରା କରିବାରେ ଆଗୁସାର ଥିଲେ। ଏଥିସହିତ ତାଙ୍କ ନେତୃତ୍ୱରେ ହୋଇଥିବା ଏକ ଶୋଭାଯାତ୍ରାରେ ସଂଖ୍ୟାଲଘୁ ଲୋକମାନେ ଗୈରିକ ପତାକା ଧରିଥିଲେ, ଯେଉଁଥିରେ ବାଂଲାଦେଶର ଜାତୀୟ ପତାକାକୁ ଅପମାନିତ କରାଯାଇଥିଲା ବୋଲି ଅଭିଯୋଗ ଅଣାଯାଇ ଚିନ୍ମୟଙ୍କୁ ରାଷ୍ଟ୍ରଦୋହ ମାମଲାରେ ଗିରଫ କରାଯାଇଛି। ତେବେ ଯେଉଁ ଘଟଣାକୁ ନେଇ ବାଂଲାଦେଶରେ ବର୍ତ୍ତମାନ ସଂଖ୍ୟାଲଘୁ ହିନ୍ଦୁଙ୍କ ପ୍ରତି ଉତ୍ତେଜନା ଦେଖାଦେଇଛି, ତାହା ପଛରେ ଆଇନଜୀବୀ ସଇଫୁଲ ଇସ୍‌ଲାମ ଅଲିଫ୍‌ଙ୍କ ମୃତ୍ୟୁ ଜଡ଼ିତ। କୁହାଯାଉଛି ଚିନ୍ମୟଙ୍କ ପାଇଁ ସଇଫୁଲ ମାମଲା ଲଢ଼ୁଥିଲେ। ଯେତେବେଳେ ତାଙ୍କ ଜାମିନ ଖାରଜ ହୋଇଗଲା ସେତେବେଳେ ଚିଟ୍ଟାଗଙ୍ଗ କୋର୍ଟ ପରିସରରେ ଉତ୍ତେଜନା ଦେଖାଦେଇଥିଲା। ହିନ୍ଦୁମାନେ କୋର୍ଟ ରାୟକୁ ପ୍ରତିବାଦ କରି ବିରୋଧ ପ୍ରଦର୍ଶନ କରିଥିଲେ। ଏହି ସମୟରେ ପୋଲିସ କାର୍ଯ୍ୟାନୁଷ୍ଠାନ ହେବାରୁ ସଇଫୁଲଙ୍କ ମୃତ୍ୟୁ ଘଟିଥିଲା। ହେଲେ ସଇଫୁଲଙ୍କୁ ସଂଖ୍ୟାଲଘୁମାନେ ମାରି ଦେଇଥିବା ବାଂଲାଦେଶର ବିଭିନ୍ନ ସଙ୍ଗଠନ ପକ୍ଷରୁ କୁହାଯାଇଛି। ଏହାର ପରିଣତି ସଂଖ୍ୟାଲଘୁମାନେ ଭୋଗୁଛନ୍ତି।
ଗତ ନିର୍ବାଚନ ସମୟରେ ଶେଖ୍‌ ହାସିନାଙ୍କ ଏକଚ୍ଛତ୍ରବାଦୀ କାର୍ଯ୍ୟଶୈଳୀ ବାଂଲାଦେଶୀ ଭୋଟରଙ୍କୁ ବିରୋଧୀ କରିଦେଇଥିଲା। ସେଠାକାର ନିର୍ବାଚନ କମିଶନଙ୍କୁ ହାତେଇ ସରକାର ଗଢ଼ିପାରିଥିଲେ ଶେଖ୍‌ ହାସିନା। କିନ୍ତୁ ସାଧାରଣ ନାଗରିକଙ୍କ କ୍ରୋଧ ସମ୍ଭାଳିବାରେ ଅସଫଳ ହୋଇଥିଲେ। ତାଙ୍କ କାର୍ଯ୍ୟକଳାପକୁ ଭାରତ ସରକାର ସମର୍ଥନ କରିଆସୁଥିବା ହେତୁ ଏବେ ସାଧାରଣ ବାଂଲାଦେଶୀ ସ୍ବାଭାବିକ ଭାବେ ଭାରତ ବିରୋଧୀ ପାଲଟିଛନ୍ତି। ଯେହେତୁ ସେଠାକାର ସଂଖ୍ୟାଲଘୁ ହିନ୍ଦୁ ବିଭିନ୍ନ ସମୟରେ ନିଜର କ୍ଷମତା ଦେଖାଇବାକୁ ଯାଇ ହାସିନା ସରକାରଙ୍କ ସମର୍ଥନ ଲାଭ କରିଥିଲେ, ସେହେତୁ ଏବେ ସେଠାରେ ହିନ୍ଦୁ ବିରୋଧୀ ମନୋଭାବ ବୃଦ୍ଧି ପାଉଛି। ଏହାର ସମାନ୍ତରାଳ ପରିସ୍ଥିତି ଦେଖିବାକୁ ହେଲେ ଭାରତୀୟଙ୍କ ପାଇଁ ତାହା କଷ୍ଟକର ନୁହେଁ। କଂଗ୍ରେସ ଶାସନ ସମୟରେ ସଂଖ୍ୟାଲଘୁଙ୍କ ଭୋଟ ଗୋଟାଇବା ନାମରେ ଯେଉଁଭଳି ମୁସଲମାନ ସମ୍ପ୍ରଦାୟକୁ ବିଭିନ୍ନ ପ୍ରକାରର ସମର୍ଥନ ଏବଂ ସାହସ ଯୋଗାଇ ଦିଆଯାଇଥିଲା, ତାହା ଗୋଟେପଟେ ପ୍ରଶାସନିକ ସହଯୋଗ ଯୋଗୁ ମୁସଲମାନ ସମ୍ପ୍ରଦାୟର ଅତ୍ୟଧିକ ମାତ୍ରାର ଉତ୍ପାତ ବୃଦ୍ଧି ପାଇଥିଲା। ବିଭିନ୍ନ ସ୍ଥାନରେ ବୋମା ବିସ୍ଫୋରଣ, ତୁହାକୁତୁହା ସରକାରଙ୍କ ତରଫରୁ ‘ରେଡ୍‌ ଆଲର୍ଟ’ ଜାରି କରିବାର ଘୋଷଣା ଏବଂ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଲା ଯେ ମୁସଲମାନ ସମ୍ପ୍ରଦାୟର ରାଜନେତା କିମ୍ବା ଶିକ୍ଷିତ ବୁଦ୍ଧିଜୀବୀ ସିମି ଭଳି ଆତଙ୍କବାଦୀ ସଙ୍ଗଠନକୁ ସମାଲୋଚନା ମଧ୍ୟ କଲେ ନାହିଁ। ଆଜି ଭାରତରେ ମୁସଲମାନ ବିରୋଧୀ ମନୋଭାବ ଯେଉଁଭଳି ବ୍ୟାପିଛି ସେଥିପାଇଁ ସେହି ସମ୍ପ୍ରଦାୟର ଶିକ୍ଷିତ ଓ ଚିନ୍ତାଶୀଳ ବ୍ୟକ୍ତିମାନେ ହିଁ ଦାୟୀ। ଗୋଟିଏପଟେ କଂଗ୍ରେସର ନାମକୁ ‘ଖାନ୍‌ଗ୍ରେସ୍‌’ରେ ପରିବର୍ତ୍ତନ କରିବା ସହିତ ଭାରତରେ ଦୀର୍ଘ ସମୟ ଧରି ଶାସନ କରିଆସୁଥିବା ସେହି ଦଳର ନିର୍ବାଚନୀ ପରାଜୟ ଘଟିଲା। ଫଳସ୍ବରୂପ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଭାଜପା କ୍ଷମତାକୁ ଆସିବାର ସୁଯୋଗ ପାଇଲା ଏବଂ ସେହି ଦଳର ସଂଖ୍ୟାଲଘୁ ବିଶେଷକରି ମୁସଲମାନ ବିରୋଧୀ ମନୋଭାବ ଓ କାର୍ଯ୍ୟକଳାପକୁ ସାଧାରଣ ହିନ୍ଦୁ ଭାରତୀୟ ସମର୍ଥନ ଜଣାଉଛନ୍ତି।
ଏହି ପ୍ରଚ୍ଛଦପଟରେ ବାଂଲାଦେଶରେ ଘଟୁଥିବା ଅରାଜକତା ଓ ହିନ୍ଦୁବିରୋଧୀ ମନୋଭାବ ଭାରତୀୟମାନଙ୍କୁ ବୁଝିବା କଷ୍ଟକର ହେବନାହିଁ। ସବୁ ସମାଜର ସବୁବେଳେ ସଂଖ୍ୟାଲଘୁ ଗୋଷ୍ଠୀ ମାର୍ଜିତ ହୋଇ ରହିବା ଦରକାର। ଅନେକ ସମୟରେ ଗାନ୍ଧିଜୀ ଶିଖାଇଥିବା ଗୋଟିଏ ଗାଲରେ ଚାପୁଡ଼ା ମାରିଲେ ଆର ଗାଲ ଦେଖାଇଦେବାର ନୀତି ଦୀର୍ଘ ସମୟର ଶାନ୍ତି ସୃଷ୍ଟି କରିବାରେ ସହାୟକ ହୋଇଥାଏ। କିନ୍ତୁ ସଂଖ୍ୟାଲଘୁର ଚରିତ୍ର ଯଦି ଉଗ୍ର ହେବ, ତେବେ ସଂଖ୍ୟାଗରିଷ୍ଠମାନେ ସେମାନଙ୍କୁ ଦମନ କରିବେ। ଅର୍ଥାତ୍‌ ଭାରତରେ ମୁସଲମାନଙ୍କ ପ୍ରତି ଯାହା ଘଟୁଛି ବାଂଲାଦେଶରେ ହିନ୍ଦୁମାନଙ୍କ ପ୍ରତି ତାହା ହିଁ ଘଟୁଛି। ଭାରତରେ ମୁସଲମାନମାନେ କଂଗ୍ରେସର ଭୋଟବ୍ୟାଙ୍କ୍‌ ହୋଇ ଯେତିକି ଦଶନ୍ଧି ଲାଭ ଉଠାଇବା କଥା ତାହା ଉଠାଇନେଲେ। ଏବେ ସେମାନଙ୍କର ଶୁଭବେଳା କଟିଗଲା ଭଳି ମନେହେଉଛି। ଅନୁରୂପ ଭାବେ ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କୁ ଭୋଟ ବ୍ୟାଙ୍କ ଭାବେ ବ୍ୟବହାର କରିଥିବା ହାସିନାଙ୍କ ଆଓ୍ବାମୀ ଲିଗ୍‌ ଯେତେବେଳେ ଲୋକପ୍ରିୟତା ହରାଇଲା ସେତେବେଳେ ସେଠାକାର ହିନ୍ଦୁ ସ୍ବାଭାବିକ ଭାବେ କେଞ୍ଚା ଖାଉଛନ୍ତି । ପୃଥିବୀବ୍ୟାପୀ ଏହା ହିଁ ମନୁଷ୍ୟର ବ୍ୟବହାର ଅନୁଯାୟୀ ଫଳ ପାଇବାର ନୀତି ବୋଲି ବୁଝିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri