ଭୁବନେଶ୍ୱରରେ ଖଣି ମନ୍ତ୍ରଣାଳୟର ରୋଡ୍‌ ଶୋ: ୨୦ କ୍ରିଟିକାଲ ଓ ଷ୍ଟ୍ରାଟେଜିକ୍‌ ଖଣିଜ ବ୍ଲକ୍‌ର ନିଲାମ

ଭୁବନେଶ୍ୱର,୯ା୨ (ଅଭୟ ଦାଶ): ଚଳିତ ବର୍ଷ କେନ୍ଦ୍ର ଖଣି ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ୱରଠାରେ ଏକ ରୋଡ୍‌ ଶୋ’ର ଆୟୋଜନ କରାଯାଇଥିଲା। ଉଲ୍ଲେଖଯୋଗ୍ୟ,ସଂସଦୀୟ ବ୍ୟାପାର, କୋଇଲା ଏବଂ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀଙ୍କ ଦ୍ୱାରା ୨୦୨୩ ନଭେମ୍ବରରେ ରୋଡ୍‌ ଶୋ’ ଆରମ୍ଭ ହୋଇଥିଲା। ବିଶେଷକରି କ୍ରିଟିକାଲ୍‌ ଏବଂ ଷ୍ଟ୍ରାଟେଜିକ୍‌ ମିନେରାଲ୍ସର ନିଲାମୀକୁ ସଫଳ କରିବା ପାଇଁ ଭୁବନେଶ୍ୱରଠାରେ ଏକ ରୋଡ୍‌ ଶୋ’ ନିକଟରେ ଆୟୋଜିତ ହୋଇଥିଲା। ଉକ୍ତ ଶୋ’ରେ ଆଞ୍ଚଳିକ ଆଶାୟୀ ବିଡର ଓ ଅନ୍ୟମାନେ ଯୋଗଦେଇଥିଲେ। ଏହି ପରିପ୍ରେକ୍ଷୀରେ ଖଣି ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସମେତ ନାଲ୍‌କୋ ସିଏମ୍‌ଡି ଶ୍ରୀଧର ପାତ୍ର ଏବଂ ଖଣି ମନ୍ତ୍ରଣାଳୟର ନିଯୁକ୍ତ ଅଧିକାରୀ ତଥା ଯୁଗ୍ମ ସଚିବ ଡ.ବୀଣା କୁମାରୀ ଡର୍ମାଲ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଶୋ’ରେ ଆଶାୟୀ ବିଡର, ଶିଳ୍ପ ପରାମର୍ଶଦାତା ଏବଂ ଖଣିଜ ଅନୁସନ୍ଧାନ ଏଜେନ୍ସିଗୁଡ଼ିକଙ୍କ ସହ ବିସ୍ତୃତ ଆଲୋଚନା ଏବଂ ନିଲାମ ପ୍ରକ୍ରିୟା ବିଷୟରେ ସମ୍ଭାବ୍ୟ ବିଡରମାନଙ୍କୁ ମାର୍ଗଦର୍ଶନ ଦେବା ଏହି ରୋଡ୍‌ ଶୋ’ର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ସେହିଭଳି ପ୍ରଥମ ପର୍ଯ୍ୟାୟରେ ମୋଟ ୨୦ଟି କ୍ରିଟିକାଲ୍‌ ଏବଂ ଷ୍ଟ୍ରାଟେଜିକ୍‌ ଖଣିଜ ବ୍ଲକ ନିଲାମ କରାଯାଉଛି। ଏଥିମଧ୍ୟରେ ୧୬ଗୋଟି କମ୍ପୋଜିଟ୍‌ ଲାଇସେନ୍ସ ସହ ୪ଗୋଟି ମାଇନିଂ ଲିଜ୍‌ ଅନ୍ତର୍ଭୁକ୍ତ ରହିଛି। ସେହିପରି ଉକ୍ତ ଖଣିଜ ପଦାର୍ଥଗୁଡ଼ିକ ମଧ୍ୟରେ ଗ୍ରାଫାଇଟ୍‌, ଗ୍ଲୁକୋନାଇଟ୍‌, ଲିଥିୟମ୍‌, ରେୟାର ଆର୍ଥ ଏଲିମେଣ୍ଟ, ମଲିବଡେନମ୍‌, ନିକେଲ୍‌, ପୋଟାସ, ପ୍ଲାଟିନମ ଗ୍ରୁପ ଏଲିମେଣ୍ଟ ଏବଂ ଫସ୍‌ଫୋରାଇଟ୍‌ ବ୍ଲକଗୁଡ଼ିକ ବିହାର, ଛତିଶଗଡ, ଗୁଜରାଟ, ଝାଡ଼ଖଣ୍ଡ, ଓଡ଼ିଶା, ତାମିଲନାଡୁ, ଉତ୍ତରପ୍ରଦେଶ ଏବଂ ଜମ୍ମୁକଶ୍ମୀର ଭଳି ରାଜ୍ୟରେ ରହିଥିବାବେଳେ ୪ଗୋଟି ବ୍ଲକ ଓଡ଼ିଶାରେ ଅବସ୍ଥିତ ରହିଛି।

ଅପରପକ୍ଷରେ ଆଧୁନିକ ବୈଷୟିକ ଜ୍ଞାନକୌଶଳ, ଅର୍ଥନୈତିକ ଅଭିବୃଦ୍ଧି ଏବଂ ଜାତୀୟ ନିରାପତ୍ତା କ୍ଷେତ୍ରରେ କ୍ରିଟିକାଲ୍‌ ଏବଂ ଷ୍ଟ୍ରାଟେଜିକ୍‌ ମିନେରାଲ୍ସର ଭୂମିକା ଉପରେ ନାଲ୍‌କୋର ସିଏମ୍‌ଡି ପାତ୍ର ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ସେହିଭଳ ଖଣି ମନ୍ତ୍ରଣାଳୟର ନିଯୁକ୍ତ ଅଧିକାରୀ ତଥା ଯୁଗ୍ମ ସଚିବ ଡ. ବୀଣା କୁମାରୀ ଡର୍ମାଲ କହିଛନ୍ତି, ଅକ୍ଷୟ ଶକ୍ତି, ପ୍ରତିରକ୍ଷା, ବୈଷୟିକ ଶିଳ୍ପ ପ୍ରୟୋଗ ଇତ୍ୟାଦି କ୍ଷେତ୍ରରେ ବିଭିନ୍ନ ଖଣିଜ ପଦାର୍ଥର ବ୍ୟାପକ ପ୍ରୟୋଗ ରହିଛି। ଏପରିକି ଅର୍ଥନୈତିକ ଅଭିବୃଦ୍ଧି ଏବଂ ଜାତୀୟ ନିରାପତ୍ତାରେ ଏଗୁଡ଼ିକ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ବୋଲି ସେ ବିସ୍ତୃତ ମତପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଟେଣ୍ଡର ଡକ୍ୟୁମେଣ୍ଟ ବିକ୍ରିର ଶେଷ ତାରିଖ ୨୦୨୪ ଫେବୃଆରୀ ୧୩ ରହିଥିବାବେଳେ ଚଳିତ ବର୍ଷ ଫେବୃଆରୀ ୨୦ ବିଡ୍‌ ଦାଖଲ ପାଇଁ ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ଏହା ପରେ ଇ-ନିଲାମ ପ୍ରକ୍ରିୟା ଆରମ୍ଭ ହେବ। ଅଧିକ ତଥ୍ୟ www.mstcecommerce.com/auctionhome/mlcl/index.jspରେ ଉପଲବ୍ଧ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri