କର୍ମଚାରୀ ଛଟେଇ ନେଇ ଆମାଜନ ଇଣ୍ଡିଆକୁ ନୋଟିସ ଜାରି କଲା ଶ୍ରମ ମନ୍ତ୍ରଣାଳୟ…

ନୂଆଦିଲ୍ଲୀ,୨୩।୧୧ : କର୍ମଚାରୀଙ୍କୁ ବାଧ୍ୟତାମୂଳକ ଛଟେଇ କରୁଥିବାରୁ କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଆମାଜନ ଇଣ୍ଡିଆକୁ ନୋଟିସ ଜାରି କରାଯାଇଛି। ବୁଧବାର ବେଙ୍ଗାଲୁରୁରେ ଡେପୁଟି ଲେବର କମିଶନରଙ୍କ ନିକଟରେ ହାଜର ହେବାକୁ ମନ୍ତ୍ରଣାଳୟ କହିଛି। ମନ୍ତ୍ରଣାଳୟ ଏହାର ବିଜ୍ଞପ୍ତିରେ ଲେଖିଛି, ତୁମକୁ ସମସ୍ତ ପ୍ରମାଣ ସହିତ ଏହି ତାରିଖ ଏବଂ ସମୟରେ ବ୍ୟକ୍ତିଗତ ଭାବରେ କିମ୍ବା ଏହି କାର୍ଯ୍ୟାଳୟରେ ଜଣେ ପ୍ରତିନିଧୀଙ୍କ ମାଧ୍ୟମରେ ହାଜର ହେବାକୁ ଅନୁରୋଧ କରାଯାଉଛି।

କର୍ମଚାରୀ ସଂଘ ନାସେଣ୍ଟ ଇନଫରମେଶନ ଟେକ୍ନୋଲୋଜି କର୍ମଚାରୀ ସିନେଟ(ଏନଆଇଟିଇଏସ) ଆମାଜନ ଇଣ୍ଡିଆ ବିରୋଧରେ ଶ୍ରମ ଆଇନର ଉଲ୍ଲଂଘନ କରାଯାଇଥିବା ନେଇ ମନ୍ତ୍ରଣାଳୟରେ ଅଭିଯୋଗ କରିଛି। ଏହା ପରେ ଶ୍ରମ ମନ୍ତ୍ରଣାଳୟ ଆମାଜନ ଇଣ୍ଡିଆକୁ ଏକ ବିଜ୍ଞପ୍ତି ଜାରି କରିଛି। ଶ୍ରମ ମନ୍ତ୍ରୀ ଭୁପେନ୍ଦ୍ର ଯାଦବଙ୍କୁ ଏନଆଇଟିଇଏସ ଏକ ଚିଠି ଲେଖି କହିଛି ଯେ ଆମାଜନ କର୍ମଚାରୀମାନଙ୍କୁ ଜୋର ଜବରଦସ୍ତ କମ୍ପାନୀରୁ ଛଟେଇ କରୁଛି। ତଦନ୍ତ ଦାବି କରି ୟୁନିୟନ କହିଛି ଯେ ସ୍ବେଚ୍ଛାକୃତ ଅବସର ଗ୍ରହଣ କାର୍ଯ୍ୟକ୍ରମ ଅନ୍ତର୍ଗତ କମ୍ପାନୀ ଦ୍ୱାରା କର୍ମଚାରୀମାନଙ୍କୁ ଛଟେଇ କରାଯାଉଛି ଏବଂ ଏହାକୁ ସମ୍ପୂର୍ଣ୍ଣ କରିବା ପାଇଁ ୩୦ ନଭେମ୍ବର ୨୦୨୨ ସମୟସୀମା ଦିଆଯାଇଛି।

କର୍ମଚାରୀ ସଂଘ ଅନୁଯାୟୀ, ଆମାଜନ ଇଣ୍ଡିଆର ଏହି ନିଷ୍ପତ୍ତି ଦ୍ୱାରା ଅନେକ କର୍ମଚାରୀଙ୍କ ଜୀବିକା ବିପଦରେ ପଡିଛି। ଇଣ୍ଡଷ୍ଟ୍ରିଜ ବିବାଦ ଆଇନକୁ ଦର୍ଶାଇ ସଂଘ କହିଛି ଯେ ସରକାରଙ୍କ ଅନୁମତି ବିନା ନିଯୁକ୍ତିଦାତା ତାଙ୍କ କର୍ମଚାରୀଙ୍କୁ ଛଟେଇ କରିପାରିବେ ନାହିଁ। ଏନଆଇଟିଇଏସର ସଭାପତି ହରପ୍ରୀତ ସାଲୁଜାଙ୍କ ଅନୁଯାୟୀ ଏହି ପ୍ରସଙ୍ଗରେ କର୍ମଚାରୀଙ୍କ ପାଇଁ ନ୍ୟାୟ ପାଇଁ ସଂଘ ନିବେଦନ କରୁଛି। ଆମାଜନ ଇଣ୍ଡିଆ ଦ୍ୱାରା ବେଆଇନ ଭାବେ ଜାରି କରାଯାଇଥିବା ସ୍ବେଚ୍ଛାକୃତ ଅବସର ନୀତିକୁ ସରକାର ତୁରନ୍ତ ବାତିଲ କରିବାକୁ ସେ ଦାବି କରିଛନ୍ତି। ସେ କହିଛନ୍ତି ଯେ କମ୍ପାନୀକୁ ସରକାର ଦେଇଥିବା ବିଜ୍ଞପ୍ତି କର୍ମଚାରୀଙ୍କୁ ଆଶ୍ୱସ୍ତି ମିଳିଛି।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆମାଜନ ବର୍ତ୍ତମାନ ସୁଦ୍ଧା ଏହାର ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି ଏବଂ ଏହା ୨୦୨୩ରେ ମଧ୍ୟ ଜାରି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri