Posted inଜାତୀୟ

ପ୍ରତିରକ୍ଷା ମନ୍ତ୍ରଣାଳୟ କଳା ତାଲିକାରେ ୬ କମ୍ପାନୀ

ନୂଆଦିଲ୍ଲୀ, ୧୫।୧୧: ପ୍ରତିରକ୍ଷା ମନ୍ତ୍ରଣାଳୟ ୬ଟି କମ୍ପାନୀକୁ କଳା ତାଲିକାଭୁକ୍ତ କରିଛି। ଉକ୍ତ କମ୍ପାନୀଗୁଡ଼ିକ ସହ ପ୍ରତିରକ୍ଷା ସମ୍ପର୍କିତ କୌଣସି ସରଞ୍ଜାମ କ୍ରୟ ପାଇଁ ଚୁକ୍ତିନାମା କରାଯିବ ନାହିଁ। ବାଦ୍‌ ପଡ଼ିଥିବା କମ୍ପାନୀଗୁଡ଼ିକ ହେଲେ ସିଙ୍ଗାପୁର ଟେକ୍‌ନୋଲୋଜିଜ୍‌ କାଇନେଟିକ୍ସ ଲିଃ(ଏସ୍‌ଟିକେ), ଇସ୍ରାଏଲ୍‌ ମିଲିଟାରୀ ଇଣ୍ଡଷ୍ଟ୍ରିଜ୍‌ ଲିଃ (ଆଇଏମ୍‌ଆଇ), ଟିଏସ୍‌ କିସନ ଆଣ୍ଡ କୋ ପ୍ରା.ଲିଃ ନୂଆଦିଲ୍ଲୀ, ଆର୍‌କେ ମେଶିନ୍‌ ଟୁଲ୍ସ ଲିଃ ଲୁଧିଆନା, ରେଇନମେଟାଲ ଏୟାର ଡିଫେନ୍ସ (ଆର୍‌ଏଡି) ଜୁରିଚ୍‌ ଏବଂ କର୍ପୋରେଶନ ଡିଫେନ୍ସ ରୁଷିଆ। ତେବେ ଉକ୍ତ ତାଲିକାରେ ଅଗୁସ୍ତା ଓ୍ବେଷ୍ଟାଲାଣ୍ଡ ଓ ଏହାର ମୂଳ କମ୍ପାନୀ ଲିଓନାର୍ଡୋ (ପୂର୍ବ ନାମ ଫିନମେକାନିକା)କୁ ରଖାଯାଇନାହିଁ। ୨୦୧୪ରେ ସରକାର ଲିଓନାର୍ଡୋକୁ ସମସ୍ତ ଭବିଷ୍ୟତ ସାମରିକ ଚୁକ୍ତିନାମାରୁ ବାଦ୍‌ ଦେଇଥିଲେ।
ଏହା ବ୍ୟତୀତ ୧୩ କମ୍ପାନୀ ସହ ବ୍ୟବସାୟକୁ ସ୍ଥଗିତ ରଖାଯାଇଛି। ସେହି କମ୍ପାନୀ ମଧ୍ୟରେ ଅଛନ୍ତି ଟୁନିସିଆର ଆଇଡିଏସ୍‌, ମରିସସ୍‌ର ଇନ୍‌ପୋଟେକ୍‌ ଡିଜାଇନ ସିଷ୍ଟିମ୍‌, ମୋହାଲିର ଆଇଡିଏସ୍‌ ଇନ୍‌ଫୋଟେକ୍‌ ଲିଃ, ଚଣ୍ଡିଗଡ଼ର ଏରୋମାଟ୍ରିକ୍ସ ଇନ୍‌ଫୋ ସଲ୍ୟୁଶନ ପ୍ରା.ଲିଃ, ଶାନ୍‌କ୍ସ ଓସନିୟରିଂ ଇଣ୍ଟର ସ୍ପାଇରୋ ଇଣ୍ଡିଆ ପ୍ରା.ଲିଃ, ଇଣ୍ଟର ସ୍ପାଇରୋ ଇଣ୍ଡିଆ ପ୍ରା.ଲିଃ, ଏକ୍ସପର୍ଟସ୍‌ ସିଷ୍ଟମ୍ସ, ୟୁନିଟେକ୍‌ ଏଣ୍ଟରପ୍ରାଇଜେସ୍‌, କେଲଭିନ୍‌ ଇଞ୍ଜିନିୟରିଂ, ଆଟଲାସ୍‌ ଗ୍ରୁପ୍‌ ଅଫ୍‌ କମ୍ପାନିଜ୍‌, ଅଫସେଟ୍‌ ଇଣ୍ଡିଆ ସଲ୍ୟୁଶନ୍ସ ପ୍ରା.ଲିଃ ଓ ଏହାର ଗ୍ରୁପ୍‌ କମ୍ପାନୀ, ପିଲାଟସ୍‌ ଏୟାରକ୍ରାଫ୍ଟ ଲିଃ, ସୁଇଜରଲାଣ୍ଡ ଏବଂ ଭେକ୍ଟ୍ରା ଆଡ୍‌ଭାନ୍ସଡ ଇଞ୍ଜିନିୟରିଂ ପ୍ରା. ଲିଃ। ସେହିପରି ରୋଲ୍ସ ରଏସ ଓ ଏହାର ସହଯୋଗୀ କମ୍ପାନୀ ଏବଂ ଚେକ୍‌ ରିପବ୍ଲିକ୍‌ର ଟାଟ୍ରା ଟ୍ରକ୍ସରୁ ଉପକରଣ କିଣା ଉପରେ କଟକଣା ଲାଗୁ ହୋଇଥିବା ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଢିଲା ପେଟ୍ରୋଲ-ଡିଜେଲ ଦାମ୍‌, ଏଥର ମୁଣ୍ଡରେ ହାତ ଦେବେ ଗ୍ରାହକ

ନୂଆଦିଲ୍ଲୀ,୧।୪: ଦେଶବ୍ୟାପୀ ପ୍ରିମିୟମ ପେଟ୍ରୋଲ ମୂଲ୍ୟ ବୃଦ୍ଧି ପରେ, ପ୍ରିମିୟମ ଡିଜେଲ ମଧ୍ୟ ମହଙ୍ଗା ହୋଇଯାଇଛି। ତେଲ କମ୍ପାନୀଗୁଡ଼ିକ ସୋମବାର ମଧ୍ୟରାତ୍ରିରୁ ପ୍ରିମିୟମ ଡିଜେଲ ମୂଲ୍ୟ ପ୍ରାୟ…

ରାହୁଲଙ୍କ ବଡ଼ ଚେତାବନୀ, ଦେଶରେ ଆସିବ ‘Economic Earthquake’, ମୋଦି କହିଲେ…

ନୂଆଦିଲ୍ଲୀ,୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଭାଷଣରେ ପଶ୍ଚିମ ଏସିଆର ସଙ୍କଟ କେନ୍ଦ୍ରବିନ୍ଦୁ ପାଲଟିଥିଲା। ଉଭୟ ନେତା ଭାରତ ଉପରେ…

ନା ଖୋଲିଲା ହର୍ମୁଜ, ନା ହେଲା କୌଣସି ଚୁକ୍ତି… ଏହାପରେ ବି କାହିଁକି ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି ଟ୍ରମ୍ପ୍‌? ଜାଣନ୍ତୁ କ’ଣ ରହିଛି ଏହାର ବଡ଼ କାରଣ

ଓ୍ବାଶିଂଟନ,୧।୪: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଏକ ନୂତନ ମୋଡ଼ ନେଇଛି। ଇରାନ ସହିତ ଯୁଦ୍ଧ ଏବେ ଯେକୌଣସି ମୁହୂର୍ତ୍ତରେ ଶେଷ ହୋଇପାରେ। ଆମେରିକା ମଧ୍ୟ…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

ବଡ଼ ଦୁର୍ଘଟଣା, ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୨୯ ମୃତ

ମସ୍କୋ,୧।୪: ରୁଷିଆରେ ଏକ ବଡ଼ ବିମାନ ଦୁର୍ଘଟଣାର ରିପୋର୍ଟ ସାମ୍ନାକୁ ଆସିଛି। ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଉଦ୍ଧୃତ କରି, ସମ୍ବାଦ ସଂସ୍ଥା TASS ବୁଧବାର ରିପୋର୍ଟ କରିଛି…

ବଦଳିଛି ମାନଚିତ୍ର, ବାଟବଣା ବିକାଶ ପଥ: ଜିଲା ଗଠନକୁ ପୂରିଲା ୩୩ବର୍ଷ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଗଠନକୁ ୩୩ବର୍ଷ ପୂରିଛି। ନୂତନ ଜିଲା ମନ୍ୟତା ପାଇବା ପରେ ୧୯୯୩ ଅପ୍ରେଲ ୧ ତାରିଖ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri