ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା: ମନ୍ତ୍ରୀପଦ ପାଇଁ ୫୧ ବର୍ଷ ଅପେକ୍ଷାରେ କୋରେଇବାସୀ

ଯାଜପୁର,୨୨ା୭(ହର୍ଷବର୍ଦ୍ଧନ ବେହେରା):ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ରାଜ୍ୟପାଳ ହରିବାବୁ କମ୍ଭମ୍‌ପାଟିଙ୍କୁ ଭେଟି ଆଲୋଚନା କରିବା ପରେ ରାଜ୍ୟରେ ମନ୍ତ୍ରୀପଦ ସମ୍ପ୍ରସାରଣ ଚର୍ଚ୍ଚା ଜୋର ଧରିଛି। ଯାଜପୁର ଜିଲାର ବ୍ୟାସନଗର ପୌର ପରିଷଦକୁ ନେଇ ୧୯୭୪ରେ କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀ ଗଠନ ହେବା ଦିନଠାରୁ ଅର୍ଥାତ ୫୧ ବର୍ଷ ହେଲା କୋରେଇବାସୀ ମନ୍ତ୍ରୀ ପଦ ପାଇନାହାନ୍ତି। ଫଳରେ କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ବ୍ୟାସନଗର ସହର ସମେତ କୋରେଇ ଗ୍ରାମାଞ୍ଚଳର ବିକାଶ ପ୍ରକ୍ରିୟା ପରାହତ ହୋଇଛି। ତେଣୁ ଗତ ନିର୍ବାଚନରେ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ମା’ ସନ୍ଧ୍ୟାରାଣୀ ଦାସଙ୍କୁ ପରାଜିତ କରିଥିବା ଭାଜପା ନେତା ଆକାଶ ଦାସନାୟକଙ୍କୁ ଏଥର ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ ବୋଲି ଚର୍ଚ୍ଚା ହେଉଛି।
ଯାଜପୁର ଜିଲାରେ ପ୍ରାକୃତିକ ସମ୍ପଦ ଭରି ରହିଛି। ଶିଳ୍ପ କ୍ଷେତ୍ରରେ ମଧ୍ୟ ଏହି ଜିଲା ଅଗ୍ରଣୀ। କିନ୍ତୁ ନଗଡ଼ା ଅପପୁଷ୍ଟି ଭଳି ବଦନାମ ରହିଛି। ସେହିପରି ଅଧାପନ୍ତରିଆ ପୋଲ, ସ୍ଥାନୀୟ ଯୁବତୀଯୁବକଙ୍କୁ ଜିଲାରେ ନିଯୁକ୍ତି ନ ମିଳିବା, ବିପର୍ଯ୍ୟସ୍ତ ଶିକ୍ଷା ଓ ସ୍ବାସ୍ଥ୍ୟ, ବିଶୁଦ୍ଧ ପାନୀୟ ଜଳ ନ ମିଳିବା ଆଦି ସମସ୍ୟା ରହିଆସିଛି। ଏସବୁର ସମାଧାନ ଦିଗରେ ରାଜ୍ୟ ଶାସନରେ ପ୍ରତ୍ୟକ୍ଷ ଭାବେ ସାମିଲ ଥିବା ନେତା ଓ ପ୍ରଶାସକଙ୍କ ଆନ୍ତରିକତାର ଅଭାବକୁ ଲୋକେ ଅନୁଭବ କରି ଅନେକ ସମୟରେ ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ଆପଣାଇଛନ୍ତି। ବର୍ତ୍ତମାନ ଜିଲାରେ ୭ ବିଧାନସଭା ନିର୍ବାଚନମଣ୍ଡଳୀ(ବିଞ୍ଝାରପୁର, ବରୀ, ବଡ଼ଚଣା, ଧର୍ମଶାଳା, ଯାଜପୁର, କୋରେଇ ଓ ସୁକିନ୍ଦା) ରହିଛି। ଏଥିରୁ ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ। ପୂର୍ବରୁ ଜିଲାରୁ ନିର୍ବାଚିତ ହେଉଥିବା ନେତା ରାଜସ୍ବ, ଶକ୍ତି, ଅର୍ଥ, ଶିକ୍ଷା, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଅବକାରୀ, ମହିଳା ଓ ଶିଶୁ ବିକାଶ, କ୍ରୀଡ଼ା, କୃଷି, ପଯର୍ର୍‌ୟଟନ, ଲୋକ ସମ୍ପର୍କ ଓ ସମବାୟ ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀପଦ ସମ୍ଭାଳିଛନ୍ତି। କିନ୍ତୁ ଏହିସବୁ ବିଭାଗ ଜରିଆରେ ଜିଲାରେ ସେଭଳି ଆଖିଦୃଶିଆ ଉନ୍ନୟନମୂଳକ କାର୍ଯ୍ୟ ହୋଇପାରିନାହିଁ ବୋଲି ଲୋକେ ମତପ୍ରକାଶ କରୁଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ସମୟରେ ଜିଲାକୁ ପ୍ରଥମ ମନ୍ତ୍ରୀପଦ ମିଳିଥିଲା। ଯାଜପୁର ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ଶାନ୍ତନୁ ଦାଶଙ୍କୁ ଏସ୍‌ସି, ଏସ୍‌ଟି ଉନ୍ନୟନ ଏବଂ ଅବକାରୀ ମନ୍ତ୍ରୀ ପଦ ମିଳିଥିଲା। ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ଚିତ୍ତ ନାୟକ ବିଞ୍ଝାରପୁର ଆସନରୁ ବିଜୟୀ ହୋଇ ଡେପୁଟି ମନ୍ତ୍ରୀ ପଦବୀ ପାଇଥିଲେ। ନନ୍ଦିନୀ ଶତପଥୀଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ ଧର୍ମଶାଳା ଆସନରୁ ବାଙ୍କବିହାରୀ ଦାସଙ୍କୁ ରାଜସ୍ବ ମନ୍ତ୍ରୀ ପଦ ମିଳିଥିଲା। ଏହାପରେ ଯାଜପୁର ଆସନରୁ ଜଗନ୍ନାଥ ମଲ୍ଲିକ କୃଷି, ସୁକିନ୍ଦା ଆସନରୁ ଶରତ ରାଉତ ପର୍ଯ୍ୟଟନ ଓ ଲୋକ ସମ୍ପର୍କ, ବଡ଼ଚଣା ଆସନରୁ ସୀତାକାନ୍ତ ମହାପାତ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଧର୍ମଶାଳା ଆସନରୁ କଳ୍ପତରୁ ଦାଶ ପଞ୍ଚାୟତିରାଜ, ବରୀ ଆସନରୁ ଦେବାଶିଷ ନାଏକ କ୍ରୀଡ଼ା, ବଡ଼ଚଣା ଆସନରୁ ଅମର ପ୍ରସାଦ ଶତପଥୀ କୃଷି, ବିଞ୍ଝାରପୁର ଆସନରୁ ପ୍ରମିଳା ମଲ୍ଲିକ ମହିଳା ଓ ଶିଶୁ ବିକାଶ, ଯାଜପୁର ଆସନରୁ ପ୍ରଣବ ପ୍ରକାଶ ଦାସ ଶକ୍ତିମନ୍ତ୍ରୀ ହୋଇଛନ୍ତି। ତେବେ ପ୍ରଫୁଲ୍ଲ ଘଡ଼ାଇ ଜିଲାରୁ ୪ ଥର ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ହୋଇପାରିଛନ୍ତି। ଅର୍ଥ, ଶିକ୍ଷା, ସ୍ବାସ୍ଥ୍ୟ ଓ ଅବକାରୀ ମନ୍ତ୍ରୀ ଭାବେ ତାଙ୍କୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବସ୍ଥାପିତ କରିଥିଲେ। ଏବେକାର ଭାଜପା ସରକାର ସମୟରେ ସୁକିନ୍ଦା ଆସନରୁ ପ୍ରଥମ କରି ବିଧାୟକ ହୋଇଥିବା ପ୍ରଦୀପ ବଳସାମନ୍ତ ସମବାୟ, ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ହୋଇଛନ୍ତି। ତେବେ କୋରେଇବାସୀଙ୍କ ପାଇଁ ମନ୍ତ୍ରୀପଦ ଏଯାଏ ସପନ ହୋଇଛି। ଗତ ଦୁଇ ଦଶନ୍ଧି ହେଲା ଜଣେ ନେତା ଦ୍ୱିତୀୟ ଥର ବିଧାୟକ ହୋଇ ନ ଥିବାବେଳେ ଆକାଶ ୨୦୧୪ ଓ ୨୦୨୪ରେ ନିର୍ବାଚିତ ହୋଇପାରିଛନ୍ତି। ଏହିକ୍ରମରେ କୋରେଇ ନିର୍ବାଚନମଣ୍ଡଳୀରେ ପ୍ରସ୍ତାବିତ ନୂତନ ଆଧୁନିକ ବସଷ୍ଟାଣ୍ଡ, ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା, ବ୍ୟାସନଗରକୁ ସବ୍‌ଡିଭିଜନ ମାନ୍ୟତା, ପାଟରଙ୍ଗା ଓ ତଳଗଡ଼ ପଞ୍ଚାୟତରେ କଲ୍ୟାଣ ମଣ୍ଡପ, ଶ୍ରମିକ ଆଶ୍ରୟସ୍ଥଳୀ, ରେଲୱେ ଓଭରବ୍ରିଜ୍‌, କୋରେଇ ଭବନ, ରାଜୀବ ଗାନ୍ଧୀ ଷ୍ଟାଡିୟମର ଉନ୍ନତୀକରଣ, ଛୋଟରାୟପୁର ମିନି ଷ୍ଟାଡିୟମ୍‌, ଏନ୍‌ସି କଲେଜ ପଡ଼ିଆକୁ ଷ୍ଟାଡିୟମ କରାଯିବା ଭଳି ପ୍ରକଳ୍ପ ନିର୍ମାଣ ଆକାଶଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

ମୁନିଗୁଡାରେ ୩ ଘର ଉପରକୁ ମାଡ଼ିଗଲା ଟ୍ୟାଙ୍କର: ପରେ…

ମୁନିଗୁଡା,୨୨।୩(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ମୁନିଖୋଲ କନକ ପରମେଶ୍ୱରୀ ମନ୍ଦିର ନିକଟରେ ରବିବାର ଭୋର ସମୟରେ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ବକ୍ସାଇଟ…

ମା’ ସମଲେଶ୍ବରୀଙ୍କ କୁଷ୍ମାଣ୍ଡା ବେଶ: ସକାଳୁ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ବରଗଡ଼,୨୨।୩( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି । ଚତୁର୍ଥ ଦିବସ ରବିବାରରେ ଦେବୀ କୁଷ୍ମାଣ୍ଡା ବେଶରେ…

ସୁନାଖଳା ପାହାଡ଼ରେ ବାଘ ଆତଙ୍କ, ଲୋକେ ଭୟଭୀତ

ପାତ୍ରପୁର୨୧।୩(ଉମାଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଲଙ୍କା-ସୁନାଖଳା ପାହାଡ଼ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଲରାପତିରିଆ ବାଘ ବସିଥିବା ସ୍ଥାନୀୟ ଲୋକେ ଦେଖିଥିବା ଚର୍ଚ୍ଚା…

ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି, କହିଲେ ଏହି ବଡ଼ କାରଣ…

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ): ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି l ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଛାତରୁ ଡେଇଁ ପଡ଼ିଲେ ସ୍ତ୍ରୀ, ଆଉ ତା’ପରେ…

କଣ୍ଟାବାଞ୍ଜି,୨୧।୩: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା କପିଳାଭଟା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଛାତରୁ ଡେଇଁ…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri