ମନ୍ତ୍ରୀଙ୍କ ପୁଅଙ୍କ ଅନ୍ତରଙ୍ଗ ମୁହୂର୍ତ୍ତ ଭିଡିଓ ଭାଇରାଲ

ସମ୍ବଲପୁର,୨୩ା୫(ବ୍ୟୁରୋ): ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ନେତାମାନଙ୍କ ନାମରେ ଅନେକ ଅଭିଯୋଗ ହୋଇଆସୁଛି। ଆପରାଧିକ ମାମଲାରେ ପରୋକ୍ଷ ଓ ପ୍ରତ୍ୟକ୍ଷ ସମ୍ପୃକ୍ତ ଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ଏପରି କି ନେତା ଓ ମନ୍ତ୍ରୀଙ୍କ ନାମରେ ନିଜ ବୋହୂମାନେ ନିର୍ଯାତନା ଦେଇଥିବା ନେଇ ମାମଲା ରୁଜୁ ହୋଇଛି। ପରିବାର ସଦସ୍ୟଙ୍କ ଏଭଳି କାର୍ଯ୍ୟ ପାଇଁ ମନ୍ତ୍ରୀ ପଦ ଯାଇଥିବା ରାଜ୍ୟ ରାଜନୀତି ଇତିହାସରେ ରହିଛି। ଏବେ ରାଜ୍ୟର ଜଣେ ମହିଳା ମନ୍ତ୍ରୀଙ୍କ ପୁଅଙ୍କ କଳା କାରନାମା ସାମ୍‌ନାକୁ ଆସିଛି। ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭିଡିଓଟି ପ୍ରାୟ ୩ ମିନିଟ୍‌ର ରହିଛି। ଭିଡିଓରେ ଜଣେ ଅଣଓଡ଼ିଆ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିବା ସମ୍ପୂର୍ଣ୍ଣ ଦୃଶ୍ୟ ରହିଛି। ଉକ୍ତ ଭିଡିଓଟି ମନ୍ତ୍ରୀଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ଉତ୍ତୋଳନ ହୋଇଥାଇପାରେ ବୋଲି ଆଲୋଚନା ହେଉଛି। ଯୁବକ ଜଣଙ୍କ ବିବାହିତ। ଉଭୟଙ୍କ ଜାଣତରେ ଓ ସହମତିରେ ଭିଡିଓ ଉତ୍ତୋଳନ କରାଯାଉଥିବା ଜଣାପଡୁଛି। ଘଟଣା ପ୍ରାୟ ୧ମାସ ଭିତରେ ହୋଇଥିବା ଆଲୋଚନା ହେଉଥିବା ବେଳେ ପୋଲିସ ତଦନ୍ତକଲେ ତାହା ସ୍ପଷ୍ଟ ହୋଇଯିବ। ଭିଡିଓ ଭାଇରାଲ ହେବା ପରେ ରାଜନୈତିକ ମହଲ ଓ ସାଧାରଣରେ ଆଲୋଚନାର ବିଷୟ ପାଲଟିଛି। ଜଣେ ମନ୍ତ୍ରୀଙ୍କ ପୁଅ ବୋଲି ଛାଡ଼ିଦିଆଯିବ ନା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୂର୍ବରୁ ପୁଅ ପାଇଁ ମହିଳା ମନ୍ତ୍ରୀ ଜଣଙ୍କ ଅଡୁଆରେ ପଡ଼ିଥିଲେ। ଠିକା କାମକୁ କେନ୍ଦ୍ରକରି ବିଜେଡିର ୨ଗୋଷ୍ଠୀ ମଧ୍ୟରେ ବଚସା ଓ ମାରପିଟ ପର୍ଯ୍ୟନ୍ତ କଥା ଯାଇଥିଲା। ଉଭୟ ଗୋଷ୍ଠୀ ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ମାମଲା ରୁଜୁ ହୋଇଥିଲା। ପୁଅଙ୍କ ଏଭଳି କାର୍ଯ୍ୟ ପାଇଁ ମହିଳା ମନ୍ତ୍ରୀଙ୍କ ସମ୍ମାନରେ ଆଞ୍ଚ ଆସିବ ବୋଲି ସାଧାରଣରେ ଆଲୋଚନା ହେଉଛି। ଅନେକ ଘଟଣାରେ ପୋଲିସ ମାମଲା ରୁଜୁକରି ବଡ଼ବଡ଼ିଆଙ୍କୁ ଛାଡ଼ି ଦେଉଛି। ଏହି ମାମଲାରେ ତାହା କରିପାରେ ବୋଲି କୁହାଯାଉଛି। ବୁଦ୍ଧିଜୀବୀଙ୍କ ମତରେ ସହମତିରେ ପ୍ରାପ୍ତବୟସ୍କ ବ୍ୟକ୍ତି ଶାରୀରିକ ସମ୍ପର୍କ ରଖିବା ହୁଏତ ଆଇନ ବିରୁଦ୍ଧ ହୋଇ ନ ପାରେ। ହେଲେ ଯୁବତୀଙ୍କ ଏହି ସମୟର ଅଶ୍ଳୀଳ ଭିଡିଓ କରିବା ଓ ଏହାକୁ ଭାଇରାଲ କରିବା ଆଇନ ବିରୁଦ୍ଧ। ସାଧାରଣ ଘଟଣାରେ ପୋଲିସ କଡ଼ା ପଦକ୍ଷେପ ଗ୍ରହଣ କରିଥିବା ନଜିର ରହିଛି। ହେଲେ ମନ୍ତ୍ରୀଙ୍କ ପୁଅ ମାମଲାରେ ପୋଲିସ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହାକୁ ଅପେକ୍ଷା ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri