ମନ୍ତ୍ରୀଙ୍କ ପୁଅଙ୍କ ଅନ୍ତରଙ୍ଗ ମୁହୂର୍ତ୍ତ ଭିଡିଓ ଭାଇରାଲ

ସମ୍ବଲପୁର,୨୩ା୫(ବ୍ୟୁରୋ): ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ନେତାମାନଙ୍କ ନାମରେ ଅନେକ ଅଭିଯୋଗ ହୋଇଆସୁଛି। ଆପରାଧିକ ମାମଲାରେ ପରୋକ୍ଷ ଓ ପ୍ରତ୍ୟକ୍ଷ ସମ୍ପୃକ୍ତ ଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ଏପରି କି ନେତା ଓ ମନ୍ତ୍ରୀଙ୍କ ନାମରେ ନିଜ ବୋହୂମାନେ ନିର୍ଯାତନା ଦେଇଥିବା ନେଇ ମାମଲା ରୁଜୁ ହୋଇଛି। ପରିବାର ସଦସ୍ୟଙ୍କ ଏଭଳି କାର୍ଯ୍ୟ ପାଇଁ ମନ୍ତ୍ରୀ ପଦ ଯାଇଥିବା ରାଜ୍ୟ ରାଜନୀତି ଇତିହାସରେ ରହିଛି। ଏବେ ରାଜ୍ୟର ଜଣେ ମହିଳା ମନ୍ତ୍ରୀଙ୍କ ପୁଅଙ୍କ କଳା କାରନାମା ସାମ୍‌ନାକୁ ଆସିଛି। ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭିଡିଓଟି ପ୍ରାୟ ୩ ମିନିଟ୍‌ର ରହିଛି। ଭିଡିଓରେ ଜଣେ ଅଣଓଡ଼ିଆ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିବା ସମ୍ପୂର୍ଣ୍ଣ ଦୃଶ୍ୟ ରହିଛି। ଉକ୍ତ ଭିଡିଓଟି ମନ୍ତ୍ରୀଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ଉତ୍ତୋଳନ ହୋଇଥାଇପାରେ ବୋଲି ଆଲୋଚନା ହେଉଛି। ଯୁବକ ଜଣଙ୍କ ବିବାହିତ। ଉଭୟଙ୍କ ଜାଣତରେ ଓ ସହମତିରେ ଭିଡିଓ ଉତ୍ତୋଳନ କରାଯାଉଥିବା ଜଣାପଡୁଛି। ଘଟଣା ପ୍ରାୟ ୧ମାସ ଭିତରେ ହୋଇଥିବା ଆଲୋଚନା ହେଉଥିବା ବେଳେ ପୋଲିସ ତଦନ୍ତକଲେ ତାହା ସ୍ପଷ୍ଟ ହୋଇଯିବ। ଭିଡିଓ ଭାଇରାଲ ହେବା ପରେ ରାଜନୈତିକ ମହଲ ଓ ସାଧାରଣରେ ଆଲୋଚନାର ବିଷୟ ପାଲଟିଛି। ଜଣେ ମନ୍ତ୍ରୀଙ୍କ ପୁଅ ବୋଲି ଛାଡ଼ିଦିଆଯିବ ନା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୂର୍ବରୁ ପୁଅ ପାଇଁ ମହିଳା ମନ୍ତ୍ରୀ ଜଣଙ୍କ ଅଡୁଆରେ ପଡ଼ିଥିଲେ। ଠିକା କାମକୁ କେନ୍ଦ୍ରକରି ବିଜେଡିର ୨ଗୋଷ୍ଠୀ ମଧ୍ୟରେ ବଚସା ଓ ମାରପିଟ ପର୍ଯ୍ୟନ୍ତ କଥା ଯାଇଥିଲା। ଉଭୟ ଗୋଷ୍ଠୀ ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ମାମଲା ରୁଜୁ ହୋଇଥିଲା। ପୁଅଙ୍କ ଏଭଳି କାର୍ଯ୍ୟ ପାଇଁ ମହିଳା ମନ୍ତ୍ରୀଙ୍କ ସମ୍ମାନରେ ଆଞ୍ଚ ଆସିବ ବୋଲି ସାଧାରଣରେ ଆଲୋଚନା ହେଉଛି। ଅନେକ ଘଟଣାରେ ପୋଲିସ ମାମଲା ରୁଜୁକରି ବଡ଼ବଡ଼ିଆଙ୍କୁ ଛାଡ଼ି ଦେଉଛି। ଏହି ମାମଲାରେ ତାହା କରିପାରେ ବୋଲି କୁହାଯାଉଛି। ବୁଦ୍ଧିଜୀବୀଙ୍କ ମତରେ ସହମତିରେ ପ୍ରାପ୍ତବୟସ୍କ ବ୍ୟକ୍ତି ଶାରୀରିକ ସମ୍ପର୍କ ରଖିବା ହୁଏତ ଆଇନ ବିରୁଦ୍ଧ ହୋଇ ନ ପାରେ। ହେଲେ ଯୁବତୀଙ୍କ ଏହି ସମୟର ଅଶ୍ଳୀଳ ଭିଡିଓ କରିବା ଓ ଏହାକୁ ଭାଇରାଲ କରିବା ଆଇନ ବିରୁଦ୍ଧ। ସାଧାରଣ ଘଟଣାରେ ପୋଲିସ କଡ଼ା ପଦକ୍ଷେପ ଗ୍ରହଣ କରିଥିବା ନଜିର ରହିଛି। ହେଲେ ମନ୍ତ୍ରୀଙ୍କ ପୁଅ ମାମଲାରେ ପୋଲିସ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହାକୁ ଅପେକ୍ଷା ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri