ଭୁବନେଶ୍ୱର,୧୧ା୯: ରାଜଧାନୀ ଭୁବନେଶ୍ବରରେ ୪୦ କୋଟି ବ୍ୟୟରେ ଆଦର୍ଶ ଗୋ’ଶାଳା ନିର୍ମାଣ ହେବ। ଏନେଇ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ମନ୍ତ୍ରୀ କହିଛନ୍ତି, ରାଜଧାନୀର ବୁଲାଗୋରୁଙ୍କୁ ସେଠାରେ ରଖାଯିବ। ଏଥିନିମନ୍ତେ ଜମି ଚିହ୍ନଟ ହୋଇସାରିଛି। ଗୋରୁଙ୍କ ଗୋବର, ମୂତ୍ରରୁ ବିଭିନ୍ନ ପ୍ରଡକ୍ଟ ବାହାର କରାଯିବ। ସହରାଞ୍ଚଳ ରାଜରାସ୍ତାରୁ ଗୋରୁଙ୍କୁ ହଟାଇବା ପାଇଁ ୫ଟି ସ୍ଥାନରେ ଗୋ’ଶାଳା ହେଉଛି।


