ଭୁବନେଶ୍ୱର,୧୦।୩: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ ମଙ୍ଗଳବାର ବିଧାନସଭାରେ ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟରେ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇଥିବା ମନ୍ତ୍ରୀ କହିଛନ୍ତି। ଗତବର୍ଷ ତୁଳନାରେ ରାଜ୍ୟରେ କୁମ୍ଭୀର ସଂଖ୍ୟା ୩.୫୪% ବୃଦ୍ଧି ପାଇଛି। ବର୍ତ୍ତମାନ ରାଜ୍ୟରେ ୨୧୯୩ କୁମ୍ଭୀର ରହିଥିବା ମନ୍ତ୍ରୀ କହିଛନ୍ତି।
ସେହିପରି ଚଳିତ ବର୍ଷ ୨୪ ଲକ୍ଷ ୯୦ ହଜାର ୯୮୬ ସଂଖ୍ୟକ ପକ୍ଷୀ ଚିହ୍ନଟ ହୋଇଛି।
ମାତ୍ର ଚଳିତ ବର୍ଷ କୌଣସି ବିରଳ ପକ୍ଷୀ ଚିହ୍ନଟ ହୋଇନାହାନ୍ତି। ଚିଲିକାରେ ୨ଟି ଓ ହୀରାକୁଦ ଜଳଭଣ୍ଡାରରେ ୫ଟି ନୂତନ ପକ୍ଷୀ ଚିହ୍ନଟ ହୋଇଛନ୍ତି।