Categories: Uncategorized

ମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ଜିଲାରେ ପ୍ରତିଷ୍ଠା ହେବ…

ଭୁବନେଶ୍ୱର,୨୩ା୮: ରାଜ୍ୟର ପ୍ରତି ଜିଲାରେ ବିଜ୍ଞାନ କ୍ଷେତ୍ରରେ ହେବ ପ୍ରୋଜେକ୍ଟ। ଏନେଇ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ଏବେ ରାଜ୍ୟର ପ୍ରତ୍ୟେକ ଜିଲାରେ ପ୍ଲାନେଟୋରିୟମ କାମ ଚାଲିଛି। ଅନେକ ଜାଗାରେ କାମ ସରିଆସିଲାଣି, ଖୁବ୍‌ଶୀଘ୍ର ଉଦ୍‌ଘାଟନ ହେବ।

ପ୍ରତି ବର୍ଷ ୩୦ ଜଣ କୁନି ବୈଜ୍ଞାନିକଙ୍କୁ ଇସ୍ରୋ ପଠାଯାଉଛି। ସେମାନେ ସ୍ପେସ୍‌ ସେଣ୍ଟର ବୁଲି ଜ୍ଞାନ ଆହରଣ କରୁଛନ୍ତି। ଖୁବ୍‌ଶୀଘ୍ର ଭୁବନେଶ୍ୱର ପ୍ଲାନେଟୋରିୟମ ପୁନଃରୁଦ୍ଧାର କାର୍ଯ୍ୟ ଆରମ୍ଭ ହେବ। ଅଧିକ ବୈଜ୍ଞାନିକ ସୃଷ୍ଟି କରିବା ସରକାରଙ୍କ ଲକ୍ଷ୍ୟ ବୋଲି ମନ୍ତ୍ରୀ କହିଛନ୍ତି।