ମନ୍ତ୍ରୀଙ୍କ ବଡ଼ ଘୋଷଣା: ହଟିବ ଡିଜେଲ ଚାଳିତ ଆମ୍‌ ବସ

ଭୁବନେଶ୍ୱର,୨୧।୧: ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ଡିଜେଲ ଚାଳିତ ‘ଆମ୍‌ ବସ୍‌’ ହଟେଇବାକୁ ସରକାର ନିଷ୍ପତ୍ତି ନେଇଥିବା ମନ୍ତ୍ରୀ କହିଛନ୍ତି।

ଏଣିକି ରାସ୍ତାରେ କେବଳ ଇଭି ‘ଆମ ବସ୍‌’ ଗଡ଼ିବ ବୋଲି ସେ କହିଛନ୍ତି। ଡିଜେଲ ଚାଳିତ ବସ୍‌କୁ ଧିରେ ଧିରେ ସ୍କାର୍ପ କରାଯିବା ସହ ଇଭି ବସ୍‌ ଅଣାଯିବ ବୋଲି ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।