ଭୁବନେଶ୍ୱର,୨।୧୨: ଚାଲିଛି ଶିତ ଅଧିବେଶନ। ମଙ୍ଗଳବାର ବିଧାନସଭା ଗୃହରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏକ ବଡ଼ ସୂଚନା ଦେଇଛନ୍ତି। ସମସ୍ତ ବିପଦସଙ୍କୁଳ କୋଠାଗୁଡ଼ିକୁ ଶୀଘ୍ର ଭଙ୍ଗା ଯିବ ବୋଲି ମନ୍ତ୍ରୀ କହିଛନ୍ତି।
ବିପଦସଙ୍କୁଳ କୋଠା ଚିହ୍ନଟ ପାଇଁ ଏକ ବିଶେଷ କମିଟି ଗଠନ କରାଯାଇଛି। ଏପରିକି କମିଟି ସଦସ୍ୟ କଟକ ମହାନଗର ନିଗମର ସବୁ ୱାର୍ଡରେ ସର୍ଭେ କରୁଛନ୍ତି। ସର୍ଭେ ପରେ ଚିହ୍ନଟ ବିପଦସଙ୍କୁଳ କୋଠା ମାଲିକଙ୍କୁ ନୋଟିସ କରାଯିବ। ପରବର୍ତ୍ତୀ ସମୟରେ ଆଇନ ଅନୁଯୟୀ କୋଠା ଭଙ୍ଗାଯିବ ବୋଲି ମନ୍ତ୍ରୀ କହିଛନ୍ତି।
Dharitri – Odisha’s No.1 Odia Daily