ଭୁବନେଶ୍ୱର,୪।୧୦: ବିପର୍ଯ୍ୟୟ ମୁକାବିଲା ପାଇଁ ବିପର୍ଯ୍ୟୟ ଭବନ ନିର୍ମାଣ କରିବେ ସରକାର। ଆସନ୍ତା ୨ ବର୍ଷ ମଧ୍ୟରେ ୨୦୦ କୋଟି ବ୍ୟୟରେ ନିର୍ମାଣ କରାଯିବ। ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ଲୋକସେବା ଭବନ ନିକଟରେ ବିପର୍ଯ୍ୟୟ ଭବନ ତିଆରି ହେବ ।ଗୋଟିଏ ଛାତ ତଳେ ଏକାଠି କାମ କରିବେ SRC, ଅଗ୍ନିଶମ ଓ ପାଣିପାଗ ବିଭାଗ। କେନ୍ଦ୍ର ସହଯୋଗରେ ବିପର୍ଯ୍ୟୟ ମୁକାବିଲାର ଅତ୍ୟାଧୁନିକ କୌଶଳ ଅଣାଯିବ।