ଦାରିଙ୍ଗବାଡ଼ି ଶୀତ ମହୋତ୍ସବ: ଦ୍ୱିତୀୟ ସଂନ୍ଧ୍ୟାରେ ଯୋଗଦେଲେ ଗଣଶିକ୍ଷା ମନ୍ତ୍ରୀ, ଗୋଟିଏ ମଞ୍ଚରେ…

ଦାରିଙ୍ଗବାଡି, ୯।୧ (ଅରୁଣ ସାହୁ ): ଦାରିଙ୍ଗବାଡି ଶୀତ ମହୋତ୍ସବର ଦ୍ୱିତୀୟ ସଂନ୍ଧ୍ୟା ଉଦଘାଟନୀ ଉତ୍ସବରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ଥିଲେ ଅନ୍ୟତମ ଅତିଥିଙ୍କ ମଧ୍ୟରେ ଫୁଲବାଣୀ ବିଧାୟକ ଉମା ଚରଣ ମଲିକ, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, କନ୍ଧମାଳ ଜିଲାପାଳ ବେଦଭୂଷଣ, ଏସ୍‌ପି ହରିଶ ବିଶି, ବିଧାନସଭାର ପୂର୍ବତନ ଉପବାଚସ୍ପତି ସାଲୁଗା ପ୍ରଧାନ,ପୂର୍ବତନ ବିଧାୟକ ଯାକବ ପ୍ରଧାନ, ପୂର୍ବତନ ବିଧାୟିକା ଅଜୟନ୍ତୀ ପ୍ରଧାନ, ବାଲିଗୁଡା ଉପଜିଲ୍ଲାପାଳ ପ୍ରଣୀତା ଦାସ, ଭାଜପା ଜିଲା ସଭାପତି ପଣ୍ଡିତ ବିଶିମାଝି, ଜିଲାପରିଷଦ ସଦସ୍ୟ ରଞ୍ଜନ ପ୍ରଧାନ ପ୍ରମୁଖ ମଞ୍ଚାସିନ ରହିଥିଲେ।

ମୁଖ୍ୟ ଅତିଥି ତଥା ମନ୍ତ୍ରୀ ଶୀତ ମହୋତ୍ସବ ଆୟୋଜନକୁ ନେଇ ଦାରିଙ୍ଗବାଡି ଅଞ୍ଚଳବାସୀଙ୍କ ସହଯୋଗ ଓ ପ୍ରଶାସନର କାର୍ଯ୍ୟକୁ ଭୁୟସୀ ପ୍ରଂଶସା କରିଥିଲେ ଏଥିସହ ଦାରିଙ୍ଗବାଡିର ପର୍ଯ୍ୟଟନର ବିକାଶ କରାଯାଉଥିବା ଓ ଏହି ମହୋତ୍ସବ ଯୋଗୁ ଦାରିଙ୍ଗବାଡି ର ଆହୁରି ସ୍ବତନ୍ତ୍ର ପରିଚୟ ସୃଷ୍ଟି ହେଉଥିବା କହିଥିଲେ। ଏହି ଅବସରରେ ସବୁଠାରୁ ଚର୍ଚ୍ଚିତ ବିଷୟ ରହିଥିଲା ଯେ ମଞ୍ଚରେ ଯେତେ ଜଣ ନେତା ଓ ମନ୍ତ୍ରୀ, ବିଧାୟକ ଓ ପୂର୍ବତନ ବିଧାୟକ ମଞ୍ଚାସିନ ରହିଥିଲେ ସମସ୍ତେ ଜନଜାତି ଏବଂ ସେମାନଙ୍କ ଉପସ୍ଥିତ ଏକ ଭାଇଚାରା ର ମଞ୍ଚ ଓ ଏହା ଶୀତ ମହୋତ୍ସବ ପାଇଁ ସମ୍ଭବ ବୋଲି ପୂର୍ବତନ ଉପବାଚସ୍ପତି ସାଲୁଗା ପ୍ରଧାନ କହିଥିଲେ। ଏଥିସହ ଜି. ଉଦୟଗିରି ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକଙ୍କ ମଧ୍ୟରେ ବିଜେଡିର ସାଲୁଗା ପ୍ରଧାନ, କଂଗ୍ରେସର ଯାକବ ପ୍ରଧାନ ଏବଂ ଭାଜପାର ଅଜୟନ୍ତୀ ପ୍ରଧାନ ଅତିଥିଭାବେ ଯୋଗଦାନ କରିଥିଲେ। ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ପାରମ୍ପରିକ ଜନଜାତିଙ୍କ ଚାଙ୍ଗୁ ନୃତ୍ୟ ସମେତ ସ୍ଥାନୀୟ ନୃତ୍ୟ ତଥା କିଲାବାଡି କଳାକାରଙ୍କ ଦ୍ୱାରା କୁଇ ନୃତ୍ୟ, ସ୍ଥାନୀୟ ଯୁବ କଣ୍ଠଶିଳ୍ପୀ ଅକ୍ଷୟ ପରିଛାଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ କଳିଙ୍ଗ କଳା ସାଂସ୍କୃତିକ ସଙ୍ଘ ପକ୍ଷରୁ ପାରମ୍ପରିକ ନୃତ୍ୟ, ଛତ୍ରପୁର ସାତିଶ୍ରୀ ପଣ୍ଡାଙ୍କ ଦ୍ୱାରା ଓଡିଶୀ,ସୀତାକାନ୍ତ ଓ ତାଙ୍କ ଗ୍ରୁପ ଦ୍ୱାରା ସମ୍ବଲପୁରୀ ସଙ୍ଗୀତ ଓ ନୃତ୍ୟ,ଖୋର୍ଦ୍ଧା କଳାକାରଙ୍କ ଦ୍ୱାରା ମାଲଖମ୍ବ କଳପ୍ରଦର୍ଶନ, ଦୀପଙ୍କର ନାୟକଙ୍କ ଦ୍ୱାରା ରାଜସ୍ଥାନୀ ନୃତ୍ୟ,ଏବଂ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ରୀଛାତ୍ରଙ୍କ ଦ୍ୱାରା ବାର ମାସରେ ତେର ପର୍ବକୁ ନେଇ ସଙ୍ଗୀତ ନାଟକ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ଶିବାନନ୍ଦ ବାରିକ ଏବଂ ଶୋଭନା ମଞ୍ଚ ପରିଚାଳନା କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବରିଷ୍ଠ ନାଗରିକ ପତିତପାବନ ରାଉତ, ବରିଷ୍ଠ ଶିକ୍ଷକ ପ୍ରଶାନ୍ତ ସାହୁ, କୈଳାଶ ଚନ୍ଦ୍ର ଦଣ୍ଡପାଟ ପ୍ରମୁଖ ପରିଚାଳନା କରିଥିଲେ ଅନ୍ୟମାନଙ୍କ ମଧ୍ୟରେସହକାରୀ ର୍ନିବାହୀ ଯନ୍ତ୍ରୀ ସଞ୍ଜୟ ରଥ, ସହକାରୀ ଯନ୍ତ୍ରୀ ତୁଷାର ସେଠୀ, କନିଷ୍ଠ ଯନ୍ତ୍ରୀ ଧିରେନ ସେଠୀ, ବ୍ଲକ ସାମ୍ପ୍ରସାରଣ ଅଧିକାରୀ ବିଶ୍ୱଜିତ ଜାଲି, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଖେତୀଶ ପ୍ରିୟଦର୍ଶି, ବିପିଏମ ପିଣ୍ଟୁ ନାୟକ, ଏପିଓ କେଦାର ଚନ୍ଦ୍ର ପଣ୍ଡା, ରାଜସ୍ବ ନିରୀକ୍ଷକ ଦୁର୍ଗା ପ୍ରଧାନ ବିଭିନ୍ନ ପରିଚାଳନା ଦାୟିତ୍ୱକୁ ସମ୍ପାଦନା କରିଥିଲେ।

Dharitri – Odisha’s No.1 Odia Daily