ଯବାନଙ୍କ ରାଲିରେ ସାମିଲ ହେଲେ ମନ୍ତ୍ରୀ, ବିଧାୟକ

ଗୋପାଳପୁର,୧୫ା୩(ନବୀନ ରାଜ ଆଚାରୀ): ସିଆଇଏସ୍‌ଏଫ ୫୬ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ବରିଷ୍ଠ କମାଣ୍ଡାଣ୍ଡ ଆଲୋକ ଯୋଶୀ ନେତୃତ୍ୱରେ ଯବାନମାନେ ଏକ ସାଇକେଲ ରାଲି ଗୁଜରାଟ ବାହାରି ଶନିବାର ହୋଲି ଅବସରରେ ଗୋପାଳପୁର ବେଳାଭୂମିରେ ପହଞ୍ଚିଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଖଣି ଇସ୍ପାତ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ବିଭୂତି ଭୂଷଣ ଜେନା, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ବ୍ରହ୍ମପୁର ଏସ୍‌ପି ଡା ସର୍ବଣା ବିବେକ ଏମ୍‌, ଅଲମ୍ପିଆନ ତଥା ଡିଏସ୍‌ପି ରବି କୁମାର ଓ ଅବସରପ୍ରାପ୍ତ ଆର୍ମି ହାବିଲଦାର ସୀମାଞ୍ଚଳ ବାରିକ ଯୋଗଦେଇଥିଲେ। ଯବାନମାନଙ୍କୁ ମନ୍ତ୍ରୀ ଜେନା ହୋଲି ଲଗାଇଥିଲେ। ସିଆଇଏସ୍‌ଏଫ୍‌ ପକ୍ଷରୁ ମନ୍ତ୍ରୀ ଜେନା, ବିଧାୟକ ନାୟକ, ଏସପି ବିବେକ ଓ ବାରିକଙ୍କୁ ସମ୍ମାନିତ କରାଯାଇଥିଲା।

କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏହି ସାଇକେଲ ରାଲିର ଶୁଭାରମ୍ଭ କରିଥିଲେ। ଦୁଇ ଭାଗରେ ବିଭକ୍ତ କରି ୧୧ଟି ରାଜ୍ୟ ଉପକୂଳ ଦେଇ ୬ ହଜାର ୫ ଶହ ୫୩ କିମି ଦେଇ ଯବାନମାନେ ପ୍ରତିଦିନ ୧୨୦କିମି ଅତିକ୍ରମ କରି ମାର୍ଚ୍ଚ ୩୧ରେ କନ୍ୟାକୁମାରୀ ପହଞ୍ଚିବେ। ଗୋଟିଏ ରାଲି ଗୁଜରାଟ ବାହାରି ଥିବା ବେଳେ ଅନ୍ୟଟି ପଶ୍ଚିମବଙ୍ଗରୁ ରାଲି ବାହାରିଛି ବୋଲି ମନ୍ତ୍ରୀ ଜେନା କହିଥିଲେ। ଉପକୂଳ ସୁରକ୍ଷା ଓ ସମୃଦ୍ଧି ଭାରତ ପ୍ରୟାସ ନେଇ ସିଆଇଏସ୍‌ଏଫ୍‌ ଯବାନମାନେ ସଚେତନ ନେଇ ସାଇକେଲ ରାଲି ବାହାରିଛି ବୋଲି କହିଥିଲେ। ମନ୍ତ୍ରୀ ଜେନା, ବିଧାୟକ ନାୟକ, ବ୍ରହ୍ମପୁର ଏସ୍‌ପି ବିବେକ ଏମ୍‌ ଓ ଅନ୍ୟମାନେ ଯବାନମାନଙ୍କ ସହ ସାଇକେଲ ରାଲିରେ ସାମିଲ ହୋଇ ଗୋପାଳପୁର ଓଭରବ୍ରିଜ ପର୍ଯ୍ୟନ୍ତ ଆସି କନ୍ୟାକୁମାରୀ ଅଭିମୁଖେ ଯବାନ ବାହାରିଥିଲେ। ଗୋଳନ୍ଥରା ଚଟି ନିକଟରେ ରାଲିରେ ଆସିଥିବା ସାଇକେଲ ଆରୋହୀ ଯବାନମାନଙ୍କୁ ମନ୍ତ୍ରୀ ଜେନା ଉତ୍ତରୀୟ ପକାଇ ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ପ୍ରଶାସନ, ଆର୍ମି, ପୋଲିସ ଓ ସ୍ଥାନୀୟ ଲୋକ ସାମିଲ ହୋଇଥିଲେ


Enter your email to get our daily news in your inbox.

All Right Reserved By Dharitri.Com

ଦୂର ହେବ ଶିକ୍ଷକଙ୍କ ସମସ୍ୟା, ଶିଶୁ ଉତ୍ସବରେ ଯୋଗଦେଇ ପ୍ରତିଶୃତି ଦେଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର, ୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଦୁଇଦିନ ଧରି ଓଷ୍ଠା ପକ୍ଷରୁ ଚାଲିଥିବା ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ରବିବାର...

ଧରିତ୍ରୀର ପ୍ରଭାବ: ବେସାହାରା ଭାଇ ଭଉଣୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ବିଧାୟକ

ଗଞ୍ଜାମ,୨୧।୧୨(ବିଦ୍ୟାଧର ସାହୁ ): ଧରିତ୍ରୀରେ ଖବର ପ୍ରକାଶ ପରେ ପଡିଲା ପ୍ରଭାବ । ବେସାହାରା ଭାଇଭଉଣୀକୁ ସାହାଯ୍ୟର ହାତ ବଢ଼ାଇଲେ ଛତ୍ରପୁର ବିଧାୟକ । ଗଞ୍ଜାମ...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

ଧକ୍କା ଦେଇ ଚାଲିଗଲା ଡାଲା ଅଟୋ: ଚାନ୍ଦପୁର ଗ୍ରାମର ୨ ଯୁବକ…

ଦିଗପହଣ୍ଡି, ୨୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ...

ରାଜ୍ୟ ପାଇଁ ଗୌରବ ଆଣିଲେ ରଞ୍ଜନା: ଥାଇଲାଣ୍ଡରୁ ରୌପ୍ୟ ପଦକ ପାଇ…

ପୁରୁଷୋତ୍ତମପୁର,୨୦।୧୨ (ସବିତା ମିଶ୍ର): ଥାଇଲାଣ୍ଡରେ ଚାଲିଥିବା ଅନ୍ତର୍ଜାତୀୟ ପାରା ଆଥ୍ଲେଟିକ ପ୍ରତିଯୋଗିତାରେ ଗଞ୍ଜାମ ଜଲା ପୁରୁଷୋତ୍ତମପୁର ବ୍ଳକ କୁଶପୁର ଗ୍ରାମର ରଞ୍ଜନା ନାୟକ ଦୁଇଗୋଟି ରୌପ୍ୟ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

ମଦନମୋହନପୁରରେ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଅନାବରଣ

ଦିଗପହଣ୍ଡି,୨୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସ୍ଥିତ ମଦନମୋହନପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶନିବାର ପଣ୍ଡିତ ଗୋପବନ୍ଧୁ...

ଦିବ୍ୟ ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡ଼ା ଉଦଯାପିତ: ଶ୍ରେଷ୍ଠ କ୍ରୀଡ଼ାବିତଙ୍କୁ ପୁରସ୍କୃତ କଲେ ମୁଖ୍ୟ ଅତିଥି

ଦିଗପହଣ୍ଡି,୨୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଦିବ୍ୟ ପବ୍ଲିକ ସ୍କୁଲ ପରିସରରେ ତିନି ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଶନିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri