ରୌପ୍ୟ ଜୟନ୍ତୀ ସମାରୋହରେ ଯୋଗଦେଲେ ମନ୍ତ୍ରୀ

ତୁଣ୍ଡଲା,୩୧ା୧(ଫିରୋଜ କୁମାର ଦାଶ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବେଲଖଣ୍ଡି ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟର ଦୁଇ ଦିନିଆ ରୌପ୍ୟ ଜୟନ୍ତୀ ସମାରୋହ ଆରମ୍ଭ ହୋଇଯାଇଛି।

ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ସ୍ବତନ୍ତ୍ର ଶାସନ ସଚିବ ନିହାର ରଞ୍ଜନ ଦାଶ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ସର୍ବଭାରତୀୟ ହ୍ୟାଣ୍ଡଲୁମ ସଭାପତି ପ୍ରଫୁଲ୍ଲ କୁମାର ମହାପାତ୍ର, ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ନାଗରିକ ମଞ୍ଚ ସଭାପତି ରାମଚନ୍ଦ୍ର ମହାପାତ୍ର, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଯୁଗେଶ ଚନ୍ଦ୍ର ଦୋରା, ମହାବିଦ୍ୟାଳୟର ଅଧ୍ୟକ୍ଷ ଦୁର୍ଯ୍ୟୋଧନ ଦାଶ, ବେଲଖଣ୍ଡି ଯୁକ୍ତ ଦୁଇ କଲେଜ ଅଧ୍ୟକ୍ଷ ସନ୍ତୋଷ କୁମାର ପାଣିଗ୍ରାହୀ, ରୌପ୍ୟ ଜୟନ୍ତୀ ସଭାପତି ଡୋଳାମଣି ଚୌଧୁରୀ, ବେଲଖଣ୍ଡି ପଞ୍ଚାୟତ ସମିତି ସଭ୍ୟ ପ୍ରଦୀପ ନାଏକ, ସିର୍ଜାପାଲି ସମିତି ସଭ୍ୟା ସୀତୟା ସାହୁ ଯୋଗ ଦେଇଥିଲେ।

ପ୍ରଥମେ ଛାତ୍ରୀଛାତ୍ରଙ୍କୁ ନେଇ ପଥ ସଞ୍ଚାଳନ କରି ବେଲଖଣ୍ଡି ଧବଳେଶ୍ୱର ପୀଠରୁ ମଶାଲ ଅଣାଯାଇଥିଲା। ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ରୋପ୍ୟ ଜୟନ୍ତୀ ମୁଖ୍ୟ କାର୍ଯ୍ୟ ସଂଯୋଜକ ଘନଶ୍ୟାମ ଗହୀର, ରୋହିତ ସାହୁ ମଞ୍ଚ ପରିଚାଳନା କରିଥିଲେ। ସେହିପରି ସାକାଳୀନ ସମାରୋହରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ସମ୍ମାନିତ ଅତିଥି ଭାବେ ପଦ୍ମଶ୍ରୀ ଡ଼. ହଳଧର ନାଗ, କଳାହାଣ୍ଡି ଉପଜିଲାପାଳ ପ୍ରଭାତ କୁମାର ପରିଡା, ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟଯୋଶୀ, ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ପ୍ରଫେସର ସେଣ୍ଟ୍ରାଲ ୟୁନିଭର୍ସିଟି କୋରାପୁଟ ଡ଼. ପ୍ରସଂଜିତା ସିଂହ୍ନା ମଞ୍ଚାସୀନ ଥିଲେ।

ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ରୋପ୍ୟ ଜୟନ୍ତୀ ସଭାପତି ଡୋଳାମାନୀ ଚୌଧୁରୀ, ଉପସଭାପତି ତରୁଲତା ସାହୁ, ସମ୍ପାଦକ ସରୋଜ ବାରିକ, କୋଷାଧକ୍ଷ ମନୋଜ କୁମାର ଭୋଇ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯଖପୁରା ଷ୍ଟେଶନ ନିକଟରେ ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ, ମୃତାହତ…

ଯାଜପୁର,୫।୨: ଯାଜପୁର ରୋଡ୍ ଷ୍ଟେଶନ ନିକଟରେ ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ । ଯଖପୁରା ଷ୍ଟେଶନ ନିକଟରେ ଟ୍ରାକରୁ ଖସିଛି ୩ଟି ବଗି । ଆରମ୍ଭରୁ ଦୁଇଟି…

ଜଙ୍ଗଲ କିସମ ଜମି ଧାନ ଫସଲ ଜବତ ଘଟଣା: ନିଲାମ ବିରୋଧରେ ହାଇକୋର୍ଟଙ୍କ ରୋକ

ମହାକାଳପଡ଼ା,୫ା୨ (ପ୍ରତାପ ଚନ୍ଦ୍ର ସ୍ବାଇଁ)::କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ମୌଜା ୨୪ ଏକର ଗ୍ରାମ୍ୟ ଜଙ୍ଗଲ ଜମିରେ ସ୍ଥାନୀୟ ଅଞ୍ଚଳର ୨୦ରୁ ଅଧିକ ଚାଷୀ ଭାଗ…

ମିଳିନି ୪ମାସର ଭତ୍ତା, ଜିଲାପାଳଙ୍କୁ ଭେଟିଲେ ବୃଦ୍ଧାବୃଦ୍ଧ

ନୟାଗଡ଼,୫।୨(ଲୋକନାଥ ମିଶ୍ର): ୪ମାସ ଧରି ଭତ୍ତା ନ ପାଇବାରୁ ନୟାଗଡ଼ ବ୍ଲକ ବାଲୁଗଁା ଓ ଲାଠିପଡା ଗ୍ରାମର ବୃଦ୍ଧାବୃଦ୍ଧ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ।…

୬.୬.୬.୬.୬.୬.୬…ମାତ୍ର ୨୦ ବଲ୍‌ରେ ଚମତ୍କାର କଲେ ଇଶାନ

ନୂଆଦିଲ୍ଲୀ,୫।୨: ଆଇସିସି ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଟିମ ଇଣ୍ଡିଆ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଗତ ୪ ଫେବୃଆରୀ ରାତିରେ ଟି-୨୦ ବିଶ୍ୱକପ ଅଭ୍ୟାସ ମ୍ୟାଚରେ ଟିମ…

ଉଠିଲାଣି ୫୬ ଲକ୍ଷ, ପଡ଼ିରହିଛି ୭ ଲକ୍ଷ କୁଇଣ୍ଟାଲ

ଭବାନୀପାଟଣା,୫ା୨ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଚଳିତ ଖରିଫ ଧାନ କିଣା ଆରମ୍ଭରୁ ଅବ୍ୟବସ୍ଥା ଲାଗିରହିଛି। ଧାନ କିଣାକୁ ୨ ମାସରୁ ଊଦ୍ଧର୍‌ବ ସମୟ ବିତିଯାଇଥିଲେ ମଧ୍ୟ…

ଛାତିଥରା…ଦୁଇ ଗାଁରେ 162 ଜଣଙ୍କୁ ହତ୍ୟା

ନୂଆଦିଲ୍ଲୀ,୫।୨: ପଶ୍ଚିମ ନାଇଜେରିଆର ଦୁଇଟି ଗାଁରେ ଆକ୍ରମଣ କରି ସଶସ୍ତ୍ର ଆତଙ୍କବାଦୀମାନେ ଅତି କମରେ ୧୬୨ ଜଣଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି। ବୁଧବାର ଦିନ ଜଣେ…

ଘର ଭାଙ୍ଗି ଧାନ, ଚାଉଳ ଖାଇଲେ ହାତୀପଲ

ନୂଆପଡ଼ା,୫ା୨ (ମକାରୁ ବେମାଲ):ନୂଆପଡ଼ା ଜିଲା ସୁନାବେଡା ଅଭୟାରଣ୍ୟ ଭିତରେ ବସବାସ କରୁଥିବା ଏକ ଗଁାର ୧୦ରୁ ଊର୍ଦ୍ଧ୍ୱ ଘରକୁ ହାତୀ ଭାଙ୍ଗିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ…

ମହାନଦୀ ଜଳ ବିବାଦ: ଓଡ଼ିଶା ଚାହୁଁଛି କେନ୍ଦ୍ର ମଧ୍ୟସ୍ଥତା

ଭୁବନେଶ୍ୱର,୫ା୨(ରବିନାରାୟଣ ଜେନା):ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଏହା ଟ୍ରିବ୍ୟୁନାଲ ମାଧ୍ୟମରେ ସମାଧାନ ହେବା ସମୟସାପେକ୍ଷ। ତେଣୁ ମଧ୍ୟସ୍ଥ ଜରିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri