ଗ୍ରାମସଭାର ବିନା ଅନୁମୋଦନରେ ଖଣି ସର୍ଭେ, ବନ୍ଦ ପାଇଁ ଅଡ଼ିବସିଲେ ଗ୍ରାମବାସୀ

ଦାରିଙ୍ଗବାଡ଼ି,୮ା୨(ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ବ୍ଲକ ହାତୀମୁଣ୍ଡା ପଞ୍ଚାୟତର ବିଜାଲି ଗ୍ରାମରେ ଖଣି ସର୍ଭେକୁ ନେଇ ଅନେକ ଆଶଙ୍କା ସୃଷ୍ଟି ହୋଇଛି। ଗ୍ରାମବାସୀଙ୍କୁ କୌଣସି ସୂଚନା ନ ଦେଇ ଗ୍ରାମରେ କିଛି ଅଜଣା ବ୍ୟକ୍ତି ପହଞ୍ଚି ନିକଟସ୍ଥ ଗାଁର କିଛି ଦିନ ମଜୁରିଆଙ୍କୁ ଧରି ସର୍ଭେ ଚଳାଇଥିବାରୁ ଲୋକମାନଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଛି । ଗାଁ ଲୋକମାନେ ଏପରି ସର୍ଭେକୁ ବିରୋଧ କରିବାରୁ ସର୍ଭେ ଦଳ ଗାଁରେ ଖଣି ଖୋଳା ହେଲେ ତୁମର ଉନ୍ନତି ହେବ ଓ ଗାଁର ପାଠପଢ଼ା ପିଲା ଚାକିରି ପାଇବେ ବୋଲି କହିଥିଲେ। କିନ୍ତୁ ଗାଁ ଲୋକ ସେମାନଙ୍କ କଥାରେ ଅରାଜି ଥିବାରୁ ବ୍ରାହ୍ମଣୀଗାଁ ରାଜସ୍ବ ଅଧିକାରୀ ଏବଂ ଥାନା ଅଧିକାରୀ ଗାଁ ଲୋକଙ୍କୁ ଡାକି ସର୍ଭେ ଦଳକୁ ସହଯୋଗ କରିବାକୁ କହିଥିଲେ। ହେଲେ କନ୍ଧମାଳ ଜିଲା ଏକ ଅନୁସୂଚିତ ଅଞ୍ଚଳ ହୋଇଥିବାରୁ ଗ୍ରାମସଭାର ଅନୁମୋଦନ ବିନା ଏଠି କୌଣସି ବିକାଶମୂଳକ କାମ ହୋଇପାରିବ ନାହିଁ, ସର୍ଭେ ବନ୍ଦ କରାଯାଉ ବୋଲି ଲୋକେ ସର୍ବସମ୍ମତ କ୍ରମେ ବୈଠକ କରି ନିଷ୍ପତ୍ତି ନେଇଛନ୍ତି। ଯାହାର ଏକ ନକଲ ଜିଲାପାଳଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ଓ ଜିଲାର ବିଭିନ୍ନ ପ୍ରଶାସକଙ୍କୁ ପ୍ରଦାନ କରାଯାଇଛି ବୋଲି ଓ୍ବାର୍ଡ ସଭ୍ୟା ସସ୍ମିତା ମଳିକ, ଜଙ୍ଗଲ ଅଧିକାର କମିଟିର ସଭାପତି ସନା ମଳିକ, ସମ୍ପାଦକ ପାତ୍ର ମଳିକଙ୍କ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ଉକ୍ତ ପଞ୍ଚାୟତ କୁମ୍ଭାରୀପଦର ଗ୍ରାମରେ ତିତିଲି, ହୁଡ଼ହୁଡ଼ ସମେତ ଅନ୍ୟ ବାତ୍ୟା ସମୟରେ ବାରମ୍ବାର ଭୂସ୍ଖଳନ ହୋଇଥିଲା। ପ୍ରତିବର୍ଷ ବାତ୍ୟା ଆସିବା କିମ୍ବା ଲଘୁଚାପ ବର୍ଷା କାରଣରୁ ଜକ୍ତ ଅଞ୍ଚଳରେ ବାରମ୍ବାର ଭୂସ୍ଖଳନ ଜିଲା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଥିଲା। ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ଭୂତତ୍ତ୍ୱବିଦ୍‌ ବିଭାଗ ପକ୍ଷରୁ କୁମ୍ଭାରୀପଦର ଗ୍ରାମରେ ମାଟି, ବାଲି, ପଥର ଆଦି ପରୀକ୍ଷଣ ପାଇଁ ପଠାଯାଇଥିଲା। ଯାହାକି ସେଠାରେ ବକ୍ସାଇଟ ଭଳି ଖଣିର ସନ୍ଧାନ ଥିବା ଆଶଙ୍କା କରାଯିବା ସହ ଉକ୍ତ ଅଞ୍ଚଳର କୁମ୍ଭାରୀପଦର ସମେତ ବିଜାଲି ଓ ବିଭିନ୍ନ ଅଞ୍ଚଳକୁ ଭୁତତ୍ତ୍ୱବିଦ୍‌ ବୈଜ୍ଞାନିକମାନେ ବାରମ୍ବାର ପରିଦର୍ଶନ ଜାରି ରଖିଛନ୍ତି। ଫଳରେ ଉକ୍ତ ଅଞ୍ଚଳବାସୀଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି ହୋଇଥିବା କୁହାଯାଇଛି। ଏବେ ବିନା ଗ୍ରାମସଭାର ଅନୁମୋଦନରେ ଖଣି ସର୍ଭେ ବନ୍ଦ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri