ମାଇନିଙ୍ଗ ସ୍କିଲ୍ ଡେଭଲପମେଣ୍ଟ ଟ୍ରେନିଂ ସେଣ୍ଟର୍ ଉଦଘାଟିତ: ଉପକୃତ ହେବେ ସ୍ଥାନୀୟ ଯୁବତୀ-ଯୁବକ

ଥୁଆମୂଳ ରାମପୁର,୩।୧:(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଳକ ଠାରେ ଶନିବାର ଏସସିଏମସି ଏବଂ ସ୍କିଲ୍ ଇନ୍ ଓଡ଼ିଶା ଓ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପକ୍ଷରୁ ଡିଏମଏଫ୍ଟି ଯୋଜନାରେ ମାଇନିଙ୍ଗ ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର ଥୁଆମୂଳ ରାମପୁର ଠାରେ ଉଦଘାଟିତ ହୋଇ ଯାଇଛି।

ଏଥିରେ ମୂଖ୍ୟ ଅତିଥି ଭାବେ ଜିଲାପାଳ ପାୱାର ସଚିନ୍ ପ୍ରକାଶ ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ବିଡ଼ିଓ ଧ୍ରୁବ ଚରଣ ମୁଦୁଲି, ଡିଏମଏଫ୍ଟି ଟିମ୍ ଲିଡର ପ୍ରଶାନ୍ତ ମିଶ୍ର, ସ୍କିଲ କାଉନସିଲ ମାଇନିଙ୍ଗ ସେଣ୍ଟର୍ ଷ୍ଟେଟ ହେଡ୍ ରାହୁଲ ନାଏକଙ୍କ ସମେତ ଡିଏମଏଫ୍ଟି ର ଇଲେକ୍ଟ୍ରିସିଆନ ଯୋଗଦେଇ ଥିବା ଏହି କାର୍ଯ୍ୟକ୍ରମକୁ କେନ୍ଦ୍ର ନିର୍ଦ୍ଦେଶକ ଟିଟନ୍ ସାହୁଙ୍କ ତତ୍ବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ସେଣ୍ଟର୍ ରେ ପ୍ରଶିକ୍ଷକ ଭାବରେ ଥାବିର ନାଏକ ନିଯୁକ୍ତି ପାଇଛନ୍ତି l

ମାଇନିଙ୍ଗ ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର ଦ୍ଵାରା ବର୍ତ୍ତମାନ ଭବାନୀପାଟଣାରେ ୬୦ ଜଣ ଯୁବକ ଯୁବତୀ ତାଲିମ ନେଉଥିବା ବେଳେ ଥୁଆମୂଳ ରାମପୁର ଆଦିବାସୀ ଅଧୁଷିତ ଅଞ୍ଚଳରେ ବିଭିନ୍ନ ଖଣି କମ୍ପାନୀ ଦ୍ଵାରା ପ୍ରଭାବିତ ହେଉଥିବା ଅଞ୍ଚଳର ଅଧିକରୁ ଅଧିକ ବେକାର ଯୁବକ ଯୁବତୀଙ୍କୁ ତାଲିମ ଦେବାପାଇଁ କଳାହାଣ୍ଡି ଜିଲାପାଳ ଲକ୍ଷ୍ୟ ରଖିଥିବା ସୂଚନା ମିଳିଛି l ବର୍ତ୍ତମାନ୍ ସୁଧା ୫୦ ରୁ ୫୫ ଜଣ ଯୁବକ ଯୁବତୀ ପଞ୍ଜିକରଣ କରି ତାଲିମ୍ ନେଉଥିବା ସୂଚନା ମିଳିଛି l

ଏଥିରେ ଯୁବକ ମାନେ ଡମ୍ପର ଚଳେଇବା ଓ ଇଲେକ୍ଟ୍ରିକାଲ କାମ ପାଇଁ ତାଲିମ ଦେବାର ବ୍ୟବସ୍ଥା ରହିଛି ବୋଲି ଜିଲ୍ଲାପାଳ ପାୱାର ସଚିନ୍ ପ୍ରକାଶ ସୂଚନା ଦେଇଥିଲେ। ଏହାଦ୍ଵାରା ବ୍ଲକ୍ ର ଅଡ୍ରି, ଗୋପୀନାଥ ପୁର, ମାଲିଗାଁ, ପୋଡ଼ା ପଦର, ତଳ ଆମ୍ବ ପଦର, ସିଲେଟ, କେରପାଇ ଭଳି ୨୪ ଗୋଟି ଗ୍ରାମ ପଞ୍ଚାୟତର ଯୁବକ ଯୁବତୀଙ୍କୁ ତାଲିମ ଦିଆଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।

ତେବେ ହଠାତ୍ ଏଭଳି ତାଲିମ୍ ର ଆବଶ୍ୟକତା କାହିଁକି ପଡିଲା କ’ଣ ବର୍ତ୍ତମାନ୍ ଉକ୍ତ ବ୍ଲକ୍ ରେ ବିଭିନ୍ନ ଖଣି କମ୍ପାନୀ ଆସୁଛି ବୋଲି ଏଭଳି ଯୋଜନା ନା ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଏହା ଏକ ଯୋଜନା ବୋଲି ଜିଲ୍ଲାପାଳଙ୍କୁ ସାମ୍ବାଦିକ ମାନେ ପ୍ରଶ୍ନ ଉଠାଇଥିଲେ , ଯାହାକୁ ଜିଲାପାଳ ହାଲୁକା ଭାବେ ଏଡାଇ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାବା ଖଣ୍ଡୁଆଳଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ: ଯୋଗଦେଲେ ଲାଞ୍ଜିଗଡ ବିଧାୟକଙ୍କ ସହ…

ଥୁଆମୂଳ ରାମପୁର, ୨୮।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳ ଆମ୍ବପଦର ଗ୍ରାମପଞ୍ଚାୟତ ସ୍ଥିତ ଚୁଲବାଡି ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ…

ଦୁଷ୍କର୍ମ ମାମଲାରେ ଫେରାର୍ ଅଭିଯୁକ୍ତଙ୍କ ଆତ୍ମସମର୍ପଣ, ଅଙ୍ଗନବାଡି କର୍ମୀଙ୍କୁ….

ପାରଳାଖେମୁଣ୍ଡି,୨୮ା୧(ଗିରିଧାରୀ ପରିଛା) :ଗଜପତି ଜିଲା ଗୋଷାଣି ବ୍ଲକର ମଧୁସୁଦନପୁର ପଞ୍ଚାୟତର ସମିତି ସଭ୍ଯ ଆର. ବାସୁଦେବ ରାଓ ଜିଲା ନ୍ଯାୟାଳୟରେ ମଙ୍ଗଳବାର ଆତ୍ମସମର୍ପଣ କରିଛନ୍ତି । ଏନେଇ…

ଅଫିସକୁ ଚାଲି ଚାଲି ଆସିଲେ ସିଡିଓ, ବନ୍ଦ ଡାକରା ଯୋଗୁ…

କୋରାପୁଟ,୨୮।୧(ଅମିତାଭ ବେହେରା ): କୋରାପୁଟରେ ବନ୍ଦ ଡାକରାର ପଡ଼ିଛି ପ୍ରଭାବ। ଏଥିଯୋଗୁ ଗାଡି ମୋଟର ବନ୍ଦ ରହିଥିଲା। ଫଳରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ(ସିଡିଓ) ବେଣୁଧର ଶବର…

ରାୟଗଡା ସହରରେ ଜଣ୍ଡିସ ଆଶଙ୍କା, ସ୍ୱାସ୍ଥ୍ୟ ବିଭାଗର ତନାଘନା

ରାୟଗଡା,୨୮ା୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ସହର ଇନ୍ଦିରା ନଗର ଷଷ୍ଠ ଲେନ, କସ୍ତୁରୀ ନଗର ପ୍ରମଥ ଲେନ ଏବଂ କତୁରୁ ବସ୍ତିରେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ…

ସରକାରୀ ଜମି ଜବରଦଖଲକୁ ନେଇ ଉତ୍ତେଜନା, ଦିଗପହଣ୍ଡି ଥାନାରେ ହୋହଲ୍ଲା  

ଦିଗପହଣ୍ଡି,୨୮ା୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ଗ୍ରାମର ଏକାଧିକ ଏକର ସରକାରୀ ଜମି ଜବରଦଖଲକୁ କେନ୍ଦ୍ରକରି ଗତ ଦୁଇଦିନ ହେଲା ଗାଁରେ ଚାପା…

ପାଇଖାନା ଯାଇଥିବା ବେଳେ ପଡ଼ିଗଲା କାନ୍ଥ, ଅକାଳରେ ଚାଲିଗଲା ଜୀବନ

ପାଇକମାଳ,୨୮ା୧( ବଡ ଶତପଥୀ) : ବରଗଡ଼ ଜିଲା ପାଇକମାଳ ବ୍ଲକ୍ ମାଣ୍ଡୋସିଲ ଗାଁରେ ଅଭାବନୀୟ ଘଟଣା । ମଙ୍ଗଳବାର ଭୋର ୫ଟାରେ ପାଇଖାନା କାନ୍ଥ ପଡ଼ି ଜଣେ…

ନବନିର୍ମାଣ କୃଷକ ସଙ୍ଗଠନର ଓଡ଼ିଶା ବନ୍ଦ ଡାକରା, ଥୁଆମୂଳ ରାମପୁରରେ ମିଶ୍ରିତ ପ୍ରଭାବ

ଥୁଆମୂଳ ରାମପୁର, ୨୮ା୧ (ଦୁର୍ଗା କୀର୍ତ୍ତି): ରାଜ୍ୟରେ ଧାନ ବିକ୍ରିରେ ଅବ୍ୟବସ୍ଥା, ସ୍ମାର୍ଟ ମିଟର ନାମରେ ଟାଟା ପାୱାରର ଶୋଷଣ ଏବଂ ପରିବହନ କ୍ଷେତ୍ରରେ ମାତ୍ରାଧିକ ଜରିମାନା…

୨୯ରେ ଗଞ୍ଜାମରେ କୃଷ୍ଣସାର ମୃଗ ଗଣନା, କୌଣସି ଫଟୋ କି ତଥ୍ୟ ପ୍ରଘଟ କରିବେ ନାହିଁ ଛାତ୍ରୀଛାତ୍ର

ଭଞ୍ଜନଗର,୨୮ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଗର୍ବ ଓ ଗୌରବ ହେଉଛି କୃଷ୍ଣସାର ମୃଗ। ଏହି ମୃଗ ଘୁମୁସର ଦକ୍ଷିଣ ବନଖଣ୍ଡରେ ବହୁ ବର୍ଷ ପୂର୍ବେ ଦେଖା ଦେଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri