କୋରାପୁଟ,୧୯ା୧୨(ଅମିତାଭ ବେହେରା): କୋରାପୁଟ ଆରଟିଓ କାର୍ଯ୍ୟାଳୟ ନିକଟରେ ଏକ ମିନି ଟ୍ରକ୍ ବ୍ରେକ୍ ଫେଲ ହୋଇ ଘଟିଛି ସିରିଜ୍ ଦୁର୍ଘଟଣା। ୨ କାର୍ ସହ ୧୦ ବାଇକ୍ ନଷ୍ଟ ହୋଇଥିବାବେଳେ ଏକ ବିଦ୍ୟୁତ ଖୁଣ୍ଟରେ ବାଜି ଅଟକି ରହିଥିବା ଜଣାଯାଇଛି। ଶୁକ୍ରବାର ଅପରାହ୍ନରେ ଏହି ସିରିଜ୍ ଦୁର୍ଘଟଣା ଘଟିଛି।
ଏଥିରେ ଜଣେ କାର୍ ଡ୍ରାଇଭର ଗୁରୁତର ହୋଇ ସ୍ଥାନୀୟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି ହୋଇଛନ୍ତି। ସୌଭାଗ୍ୟବଶତଃ ବଡ଼ ଅଘଟଣରୁ ବର୍ତ୍ତିଯାଇଥିବା ଜଣାଯାଇଛି। କୋରାପୁଟ ଟାଉନ ପୋଲିସ, ସ୍ଥାନୀୟ ଅଗ୍ନିଶମ ଓ ବିଦ୍ୟୁତ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଥିବା ଜଣାଯାଇଛି।