‘ଖଣିଜ ପଦାର୍ଥ ଆମ ବିକାଶର ମାପକାଠି’

ଭୁବନେଶ୍ୱର,୨୪।୧: ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟି ପରିସରରେ ଶକ୍ତି ଏବଂ ପରିବେଶ ସମ୍ବନ୍ଧୀୟ ଏକ ଜାତୀୟସ୍ତରୀୟ କର୍ମଶାଳା ‘ନାନୋ ମ୍ୟାଟେରିଆଲ୍‌ସ’ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ଏସ୍‌ଇଆର୍‌ବି ‘ଆସିଲେରେଟ୍‌ ବିଜ୍ଞାନ-କର୍ମଶାଳା’ ସ୍କିମ୍‌ ଏବଂ ସିଏସ୍‌ଆଇଆର୍‌ ଇଣ୍ଟିଗ୍ରେଟେଡ୍‌ ସ୍କିଲ୍‌ ଡେଭଲପ୍‌ମେଣ୍ଟ ଇନିସିଏଟିଭ୍‌-ଆଇଏମ୍‌ଏମ୍‌ଟି ଦ୍ୱାରା ଉକ୍ତ କର୍ମଶାଳା ସମର୍ଥିତ ବୋଲି କୁହାଯାଇଛି। ଏହି ଅବସରରେ ସିଏସ୍‌ଆର-ଆଇଏମ୍‌ଏମ୍‌ଟି ନିର୍ଦ୍ଦେଶକ ପ୍ରଫେସର ଡ. ସୁଦ୍ଧାସତ୍ୱ ବାସୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟି ମୁଖ୍ୟ ବୈଜ୍ଞାନିକ ଡ. ଆର୍‌. ଶକ୍ତିଭେଲ୍‌ ଏବଂ ସିଏସ୍‌ଆର-ଆଇଏମ୍‌ଏମ୍‌ଟି ମୁଖ୍ୟ ବୈଜ୍ଞାନିକ ଏବଂ ମାନବ ସମ୍ବଳ ବିଭାଗ ମୁଖ୍ୟ ଡ ଡି.ଏସ୍‌.ରାଓ ପ୍ରମୁଖ ଉପସ୍ଥିତ ଥିଲେ। ଅପରପକ୍ଷରେ ପ୍ରତିଷ୍ଠାନର ଗବେଷଣାରତ ଛାତ୍ରୀ (ରିସର୍ଚ୍ଚ ସ୍କଲାର) ଶ୍ରଦ୍ଧା ସୁମନ ସ୍ବାଗତ ଅଭିଭାଷଣ ସହ କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ମତପ୍ରକାଶ କରିଥିଲେ। ସେହିଭଳି ଡ ଆର୍‌. ଶକ୍ତି ଭେଲ୍‌ ନାନୋମାଟଇଏନ୍‌୨-୨୦୨୩ ସମ୍ବନ୍ଧରେ ବିସ୍ତୃତ ଆଲୋକପାତ କରିଥିଲେ।
ଏ ସମ୍ପର୍କରେ ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟି ନିର୍ଦ୍ଦେଶକ ପ୍ରଫେସର ଡ. ସୁଦ୍ଧାସତ୍ୱ ବାସୁ କହିଛନ୍ତି, ଦେଶରେ ଯେଉଁ ଖଣିଜ ପଦାର୍ଥଗୁଡିକ ଅଛି, ତାହା ଆମ ବିକାଶର ମାପ କାଠି ହେବ ବୋଲି ଯୁବ ସମାଜକୁ ବୁଝିବାକୁ ପଡିବ। ଏପରିକି ଆମର ଲକ୍ଷ୍ୟ ହେଉଛି ଦେଶ ମଧ୍ୟରେ ଥିବା ଉତ୍ସଗୁଡିକୁ ଗବେଷଣା କରି ଉପଯୁକ୍ତ କାର୍ଯ୍ୟରେ ଲଗାଇବା। ବିଶେଷ କରି ଉକ୍ତ କର୍ମଶାଳା ଦ୍ୱାରା ଆର୍‌ଆଣ୍ଡଡି ପ୍ରୋଜେକ୍ଟ ମାଧ୍ୟମରେ ଛାତ୍ରୀଛାତ୍ରମାନେ ଏ ସମ୍ବନ୍ଧରେ ଅଧିକ ତଥ୍ୟ ମଧ୍ୟ ଜାଣିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତ୍ୟକ୍ଷ ଟିକସ ସଂଗ୍ରହ ୪.୯୨% କମିଲା

ନୂଆଦିଲ୍ଲୀ,୮।୬: ଆର୍ଥତ୍କ ବର୍ଷ ୨୦୧୯-୨୦ରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ୪.୯୨% ହ୍ରାସ ଘଟି ୧୨.୩୩ ଲକ୍ଷ କୋଟି ଟଙ୍କା ରହିଛି। କର୍ପୋରେଟ ଟିକସରେ ହ୍ରାସ, ଷ୍ଟାଣ୍ଡାର୍ଡ...

ବଜାରରୁ ହଜିଗଲା ଟାଟା ସୁମୋ

ନୂଆଦିଲ୍ଲୀ,୧୯-୯: ଆଜିଠାରୁ କିଛି ବର୍ଷ ପୂର୍ବେ ପର୍ଯ୍ୟନ୍ତ ଟାଟା ସୁମୋର ଭାରତୀୟ ବଜାରରେ ରାଜତ୍ୱ ଥିଲା। ସହର ମୁକାବିଲାରେ ଅର୍ଦ୍ଧ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହାର...

ଅନୁଭା-ବାଲ୍‌କୋ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର

ନୂଆଦିଲ୍ଲୀ,୧୦।୧୦: ଦେଶର ପ୍ରମୁଖ କର୍କଟ ଚିକିତ୍ସାଳୟ ବେଦାନ୍ତର ବାଲକୋ ମେଡିକାଲ୍‌ ସେଣ୍ଟର (ବିଏମ୍‌ସି) ଏବଂ ଅନୁସନ୍ଧାନ ସଂସ୍ଥା ଅନୁଭା ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ପତ୍ର...

ଜୁଲାଇ ୩ରେ ଶ୍ରମିକ ସଙ୍ଗଠନର ଧର୍ମଘଟ ଡାକରା

ନୂଆଦିଲ୍ଲୀ,୬।୬: ଇଣ୍ଡିଆନ ନ୍ୟାଶନାଲ ଟ୍ରେଡ୍‌ ୟୁନିୟନ କଂଗ୍ରେସ(ଆଇଏନ୍‌ଟିୟୁସି) ଏବଂ ସେଣ୍ଟର ଅଫ୍‌ ଇଣ୍ଡିଆନ୍‌ ଟ୍ରେଡ୍‌ ୟୁନିୟନ୍ସ(ସିଆଇଟିୟୁ) ସମେତ ୧୦ ଶ୍ରମିକ ସଙ୍ଗଠନ ଜୁଲାଇ ୩ରେ ଧର୍ମଘଟ...

ଫ୍ୟାଶନିଷ୍ଟାର ୨ଦିନିଆ ପ୍ରଦର୍ଶନୀର ଶୁଭାରମ୍ଭ

ଭୁବନେଶ୍ୱର, ୨୪ା୯: ଦେଶର ପ୍ରମୁଖ ଘରୋଇ ପ୍ରଦର୍ଶନୀକାରୀ ସଂସ୍ଥା ‘ଫ୍ୟାଶନିଷ୍ଟା’ ପକ୍ଷରୁ ୨ଦିନିଆ ସ୍ବତନ୍ତ୍ର ପ୍ରଦର୍ଶନୀ ଉତ୍ସବର ଆୟୋଜନ କରାଯାଇଛି। ଶୁକ୍ରବାରଠାରୁ ସ୍ଥାନୀୟ ଜୟଦେବ ବିହାରସ୍ଥିତ...

୪୯ ବିଲିୟନ ଡଲାର ବଢ଼ିଛି ଆଦାନୀଙ୍କ ସମ୍ପତ୍ତି

ନୂଆଦିଲ୍ଲୀ,୧୭।୩ : ଭାରତ ତଥା ଏସିଆର ଦ୍ୱିତୀୟ ସର୍ବାଧିକ ଧନୀ ବ୍ୟକ୍ତି ଭାବେ ପରିଚିତ ଗୌତମ ଆଦାନୀଙ୍କ ସମ୍ପତ୍ତି ଗତବର୍ଷ ୪୯ ବିଲିୟନ ଡଲାର (୩,୭୩,୨୬୨...

ଆଇଟି କ୍ଷେତ୍ରରେ ୪୦ ହଜାର କର୍ମଚାରୀ ଛଟେଇ ଆଶଙ୍କା

ବାଙ୍ଗାଲୋର,୧୯-୧୧ଁଦେଶର ସୂଚନା ଏବଂ ପ୍ରଯୁକ୍ତି ସେବା ପ୍ରଦାନକାରୀ କମ୍ପାନୀଗୁଡିକ ୩୦ରୁ ୪୦ ହଜାର କର୍ମଚାରୀଙ୍କୁ ଛଟେଇ କରିପାରନ୍ତି। କମ୍ପାନୀଗୁଡିକର ଅଭିବୃଦ୍ଧି ମାନ୍ଦା ରହିବା କାରଣରୁ ମଧ୍ୟମ...

ଋଣ ସମାଧାନ:ଆର୍‌ବିଆଇ ଦେଇପାରେ ଅତିରିକ୍ତ ୬୦ଦିନର ସମୟ

ମୁମ୍ବାଇ,୨୬-୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଅସୁଲ ହେଉ ନ ଥିବା ଋଣ(ଏନ୍‌ପିଏ) ମାମଲାର ସମାଧାନ ଲାଗି ନିୟମରେ ସଂଶୋଧନ କରିବାକୁ ପ୍ରସ୍ତୁତ ହେଉଛି। ସଂଶୋଧିତ ନିୟମରେ...

Advertisement
Archives

Model This Week