ଖୋଲା ଖଣି ପାଲଟିଛି ମରଣଯନ୍ତା

ବେଗୁନିଆ,୩୦।୮(ହରପ୍ରସନ୍ନ ପଣ୍ଡା): ଖୋର୍ଦ୍ଧା ଜିଲା ବେଗୁନିଆ ତହସିଲ ଅଞ୍ଚଳରେ ଲଘୁ ଖଣିଜ ସମ୍ପଦ ଚୋରାଚାଲାଣ ବଢ଼ିଚାଲିଛି। ମାଫିଆମାନେ ବେଆଇନଭାବେ ମାଙ୍କଡ଼ା ପଥର ଓ ମୋରମ ଚାଲାଣ କରୁଛନ୍ତି। ପ୍ରଶାସନର ଚଢ଼ାଉ ପୂର୍ବରୁ ମାଫିଆମାନେ ଘଟଣାସ୍ଥଳରୁ ଫେରାର ହୋଇଯାଉଥିବା ବେଳେ କେବଳ ପଥର ବୋଝେଇ ଗାଡ଼ି ଜବତ ହେଉଛି। ଅନ୍ୟପଟେ ଖୋଳାହୋଇଥିବା ଖଣିରେ ବାଲି ପୋତା ନ ଯିବାରୁ ତାହା ମରଣଯନ୍ତା ପାଲଟିଛି। ଫଳରେ ବିଭିନ୍ନ ସମୟରେ ଅଘଟଣ ଘଟୁଥିବା ନଜିର ରହିଛି। ଏଥିପ୍ରତି ପ୍ରଶାସନ ଦୃଷ୍ଟିଦେବାକୁ ଦାବି ହେଉଛି।
ସୂଚନାଥାଉ କି, ବେଗୁନିଆ ତହସିଲ ଅନ୍ତର୍ଗତ ଡିଙ୍ଗର, ରାଉତପଡ଼ା, ଦକ୍ଷିଣେଶ୍ୱର, ବିଞ୍ଚତ୍ଣି, ଡାଳତୋଳା, ବରପଦା, କୋତଳାଙ୍ଗ, ଗୌଡିଆପଡ଼ା, ନିଆମୁହାଁ ଆଦି ଅଞ୍ଚଳରେ ୮ଶହରୁ ଊର୍ଦ୍ଧ୍ୱ ଏକର ବେଆଇନ ପଥର ଖଣି ରହିଛି। ଏଥିସହ ଶ୍ରୀମନ୍ଦିର ପ୍ରଶାସନର ପ୍ରାୟ ୨ଶହ ଏକର ମାଙ୍କଡ଼ା ଓ କଳାପଥର ଖଣି ରହିଛି। ସେଥିମଧ୍ୟରୁ ପ୍ରଶାସନ ପକ୍ଷରୁ ଅର୍ଦ୍ଧାଧିକ ଖଣିକୁ ସରକାରୀ ଭାବେ ବନ୍ଦ କରାଯାଇଛି। ମାତ୍ର ବନ୍ଦ ଖଣିରୁ ଏବେ ବେଆଇନ ଭାବେ ପଥର କଟାଚାଲିଛି। କୃଷି ଯନ୍ତ୍ରପାତି, କଟର ବ୍ୟବହାର କରି ପଥର କାଟିଚାଲିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉ ନାହିଁ। ରାଜସ୍ବ ବୃଦ୍ଧି ଆଳରେ ବେଆଇନଭାବେ ଚାଲାଣ ହେଉଥିବା ମାଙ୍କଡ଼ା ପଥର, ବାଲି ଓ ମୋରମ ବୋଝେଇ ଗାଡ଼ିକୁ ଧରପଗଡ଼ କରାଯାଉଛି। ଜରିମାନା ଦେବା ପରେ ମାଫିଆମାନେ ପୁଣି ବେଆଇନ କାରବାର ଚଳାଉଛନ୍ତି। ଅନ୍ୟପକ୍ଷରେ ଗୋଟିଏ ଖଣି ୨୦ ଫୁଟ ଗଭୀର ପର୍ଯ୍ୟନ୍ତ ଖୋଳାଯାଇପାରିବ। ଉକ୍ତ ଖଣି ଖନନ ଶେଷହେବା ପରେ ବାଲି ଭର୍ତ୍ତି କରିବା ପାଇଁ ନିୟମ ରହିଛି। ହେଲେ କୋତଳାଙ୍ଗ, ଡାଳତୋଳା, ବରପଦା, ରାଉତପଡ଼ା, ବିଞ୍ଚତ୍ଣି ଆଦି ସ୍ଥାନରେ ବାଲି ପୋତା ନ ହୋଇ ୪୦ରୁ ୫୦ ଫୁଟ ଗଭୀରର ବହୁ ଖଣି ଖୋଲାରହିଛି। ଫଳରେ ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ନଜିର ରହିଛି। ବର୍ଷାରେ ଉକ୍ତ ଖଣିରେ ପାଣି ଜମିରହୁଛି। ଗତ ୫ ବର୍ଷ ମଧ୍ୟରେ ପାଣି ଭର୍ତ୍ତି ଖଣିରେ ପଡ଼ି ପ୍ରାୟ ୨୫ଟି ଗୋରୁଙ୍କ ମୃତ୍ୟୁ ହୋଇଥିବା ବେସରକାରୀ ଭାବେ ଜଣାପଡ଼ିଛି। ସେହିପରି ଗତ ୫ ବର୍ଷ ମଧ୍ୟରେ ଡାଳତୋଳା, ନିଆମୁହାଁ, କୋତଳାଙ୍ଗ ଆଦି ଖୋଲାଖଣିରେ ୬ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ଖୋର୍ଦ୍ଧା ସଦର, ଜଙ୍କିଆ ଓ ବେଗୁନିଆ ଥାନାରେ ଏହି ଅଘଟଣକୁ ନେଇ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା। ଏ ସମ୍ପର୍କରେ ତହସିଲଦାର ତାପସ ବିସି କହିଛନ୍ତି, ଚଢ଼ାଉ ଜାରି ରହିଛି, ଜରିମାନା ଆଦାୟ ପରେ ଛାଡ଼ି ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?