ଆଜି ରିଲିଜ୍‌ ହେବ ‘ମାଇଣ୍ଡ୍‌ ଗେମ୍‌’

ଭୁବନେଶ୍ୱର,୬।୧୦(ଶର୍ମିଷ୍ଠା ପାଣିଗ୍ରାହୀ): ଏଥର ଫିଲ୍ମ ଫ୍ରାଇଡେ’ରେ ଦର୍ଶକଙ୍କ ପାଇଁ ରହିଛି ଭିନ୍ନ ଭିନ୍ନ କାହାଣୀର ୪ଟି ସିନେମା। ଓଡ଼ିଆ ଚଳଚ୍ଚିତ୍ର ‘ମାଇଣ୍ଡ୍‌ ଗେମ୍‌’ ଓ ‘କାଇଁଚମାଳି’କୁ ଟକ୍କର ଦେବ ବଲିଉଡ୍‌ର ‘ମିଶନ୍‌ ମଙ୍ଗରାଜ୍‌’ ଓ ‘ଥ୍ୟାଙ୍କ୍‌ ୟୁ ଫର୍‌ କମିଙ୍ଗ’। ବହୁ ଚର୍ଚ୍ଚିତ ବଲାଙ୍ଗୀର ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ନେଇ ପ୍ରସ୍ତୁତ ହୋଇଛି ‘ମାଇଣ୍ଡ୍‌ ଗେମ୍‌’। ଏହାର ନିର୍ମାଣ ବହୁ ପୂର୍ବରୁ ସରିଥିଲେ ମଧ୍ୟ ଆଇନଗତ କାରଣରୁ ରିଲିଜ୍‌ ହୋଇପାରୁ ନ ଥିଲା। ଏହାକୁ ଦର୍ଶକମାନେ ଚାହିଁ ବସିଛନ୍ତି। ତେବେ ଦୀର୍ଘଦିନ ପରେ ପୁଣି ପାର୍ବଣ ପୂର୍ବରୁ ପ୍ରେକ୍ଷାଳୟକୁ ଆସୁଥିବାରୁ ଭଲ ବେପାର ହେବ ବୋଲି ପ୍ରଯୋଜକ ଓ ହଲ୍‌ ମାଲିକ ଆଶା ରଖିଛନ୍ତି। ଶ୍ରୀଧର ମାର୍ଥାଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଚରିତ୍ରରେ ଅଭିନେତା ମନୋଜ ମିଶ୍ର ରହିଥିବାବେଳେ ଟଲିଉଡ୍‌ ତଥା ବଲିଉଡ୍‌ର ୩ଜଣ ଆଗଧାଡ଼ିର ଅଭିନେତା ଅତୁଲ କୁଲକର୍ଣ୍ଣି, ଯଶପାଲ ଶର୍ମା, ତନକିଲ୍ଲା ଭର୍ଣ୍ଣିଙ୍କ ସହିତ ଅନୁ ଚୌଧୁରୀ, ଚିନ୍ମୟ ମିଶ୍ର, ଅପସରା ରାଣୀ, ମମତା ନନ୍ଦ ପ୍ରମୁଖ ଅଭିନୟ କରିଛନ୍ତି। ତେଲୁଗୁ ସିନେମାର ନିର୍ଦ୍ଦେଶକ ରାଜେଶ ଟଚରିଭର ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।
ସେହିପରି ଗାଁ ମାଟିର ପାଣିପବନ, ଓଡ଼ିଆ ସଂସ୍କୃତି, ପରିବାରର ସମ୍ପର୍କକୁ ନେଇ ତିଆରି ହୋଇଛି ଚଳଚ୍ଚିତ୍ର ‘କାଇଁଚମାଳି’। ମହେଶ ହାଜରାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ସତ୍ୟଜିତ ବାଗ ପ୍ରଯୋଜକ ରହିଛନ୍ତି। ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଶୁଭାଶିଷ ଶର୍ମା, ସୁପ୍ରିୟା ନାୟକ, ନମ୍ରତା ଥାପା, ଦୁଷ୍ମନ୍ତ ପଣ୍ଡା, ଅଶ୍ରୁମୋଚନ ମହାନ୍ତି ପ୍ରମୁଖ ରହିଛନ୍ତି। କାହ୍ନା ଓ ପୂର୍ଣ୍ଣିମା ୨ ଭଉଣୀ, ଭାଇଙ୍କ ଏକ ନିଆରା ସମ୍ପର୍କ ଏହି ଫିଲ୍ମରେ ଦେଖିବାକୁ ମିଳିବ।
ଅନ୍ୟପକ୍ଷରେ ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ‘ମିଶନ୍‌ ରାଣୀଗଞ୍ଜ: ଦ ଗ୍ରେଟ୍‌ ଭାରତ୍‌ ରେସ୍କ୍ୟୁ’ ମଧ୍ୟ ଶୁକ୍ରବାର ପ୍ରେକ୍ଷାଳୟକୁ ଆସୁଛି। ୧୯୮୯ରେ ରାଣୀଗଞ୍ଜଠାରେ କୋଲ୍‌ ମାଇନ୍‌ ରେସ୍କ୍ୟୁ ଅପରେଶନ ଯଶୱନ୍ତ ସିଂଙ୍କ ସଫଳତା ଉପରେ ଏହି ଚଳଚ୍ଚିତ୍ର ନିର୍ମାଣ ହୋଇଛି। ଯଶୱନ୍ତଙ୍କ ଚରିତ୍ରରେ ଅକ୍ଷୟ କୁମାର ନଜରକୁ ଆସିଥିବାବେଳେ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ଦମ୍‌ଦାର ଅଭିନୟ ଦର୍ଶକଙ୍କୁ ଭିନ୍ନ ଅନୁଭବ ଦେବ। ଅନ୍ୟମାନଙ୍କ ମଧ୍ୟରେ କୁମୁଦ ମିଶ୍ରା, ରାଜେଶ ଶର୍ମା, ଦିବ୍ୟେନ୍ଦୁ ଭଟ୍ଟାଚାର୍ଯ୍ୟ, ପୱନ୍‌ ମାଲହୋତ୍ରା ପ୍ରମୁଖ ଏଥିରେ ଅଭିନୟ କରିଛନ୍ତି। ଟିନା ସୁରେଶ ଦେଶାଇ ଏହାର ନିର୍ଦ୍ଦେଶକ ଥିବା ବେଳେ ବାସୁ ଭାଗନାନି, ଜ୍ୟାକି ଭାଗନାନି, ଦୀପ୍‌ଶିଖା ଦେଶମୁଖ୍‌ ପ୍ରଯୋଜକ ରହିଛନ୍ତି। ସେହିପରି ବଲିଉଡର ୫ ଅଭିନେତ୍ରୀଙ୍କୁ ଏକାଠି ନେଇ ଫିଲ୍ମ ‘ଥ୍ୟାଙ୍କ ୟୁ ଫର୍‌ କମିଙ୍ଗ’ ରିଲିଜ ହେଉଛି। ବଲିଉଡ୍‌ର ଚୁଲବୁଲି ନାୟିକା ଶେହେନାଜ ଗିଲ୍‌, ଭୂମି ପେଡ୍‌ନେକର୍‌, ଡଲି ସିଂ, କୁଶା କପିଳା, ଶିବାନି ବେଦିଙ୍କୁ ଏଥିରେ ଦେଖିବାକୁ ମିଳିବ। ଅନ୍ୟମାନଙ୍କ ମଧ୍ୟରେ ଅଭିନେତା ଅନିଲ କପୁର୍‌, କରନ୍‌ କୁନ୍ଦ୍ରା ପ୍ରମୁଖ ରହିଛନ୍ତି। କନିକା କପୁର୍‌ ଚରିତ୍ରରେ ଭୂମି ନଜରକୁ ଆସିଛନ୍ତି। କନିକାଙ୍କ ଅନେକ ସମ୍ପର୍କ ଭାଙ୍ଗିବା ପରେ ସେ ଶେଷରେ ଆରେଞ୍ଜ ମ୍ୟାରେଜ୍‌ କରୁଛନ୍ତି। ମାତ୍ର ତାଙ୍କ ବାହାଘରରେ କ’ଣ ହେଉଛି ତାହା ପ୍ରେକ୍ଷାଳୟ ଯାଇ ଦେଖିଲେ ହିଁ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

୧୬ ବର୍ଷୀୟା ଶାଳୀଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ ଭିଣୋଇ, ଆସିଲା ମାମଲାର ରାଏ…

ବ୍ରହ୍ମପୁର,୨୬।୩(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ୍‌ ପୋକ୍‌ସୋ ଜଜ୍‌ ପ୍ରଣତି ପଟ୍ଟନାୟକ ଗୁରୁବାର ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ…

ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ କରିଥିଲେ ପୋଷ୍ଟ, ଏବେ…

ବାଲିଗୁଡ଼ା, ୨୬ା୩(ସଞ୍ଜୟ କୁମାର ପାଣିଗ୍ରାହୀ):ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିବା ମହଙ୍ଗା ପଡିଛି। ବନ ବିଭାଗ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

RCBର ବିକ୍ରି ପରେ ମୁହଁ ଖୋଲିଲେ ମାଲ୍ୟା: ସମାଲୋଚକଙ୍କୁ କହିଲେ…

ନୂଆଦିଲ୍ଲୀ,୨୬ା୩: ଆଇପିଏଲ୍‌ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୧୮,୭୭୬ କୋଟି ଟଙ୍କାରେ ବିକ୍ରି ହେବା ପରେ ଏହାର ମୂଳ ମାଲିକ ତଥା ପଳାତକ ବ୍ୟବସାୟୀ ବିଜୟ…

ରୋହିତ ଶର୍ମା-ବିରାଟ କୋହଲି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ କେତେ ମ୍ୟାଚ ଖେଳିବେ, ସିଡ୍ୟୁଲ ଜାରିକଲା BCCI

ନୂଆଦିଲ୍ଲୀ,୨୬।୩: ଆଗାମୀ ବର୍ଷ ପାଇଁ ଟିମ ଇଣ୍ଡିଆର ଘରୋଇ ସିରିଜ ସୂଚୀ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଆଗାମୀ ୧୨ ମାସ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri