ବନ୍ଧାହେଲେ କୋଟିପତି DFO ନିତ୍ୟାନନ୍ଦ ନାୟକ: ୧୧୫ ପ୍ଲଟ୍‌ ସମେତ ଘରୁ ମିଳିଥିଲା ପୁଳାପୁଳା ସୁନା

ଭୁବନେଶ୍ୱର,୨୨।୭:କେନ୍ଦୁଝର କେନ୍ଦୁପତ୍ର ଡିଭିଜନ DFO ନିତ୍ୟାନନ୍ଦ ନାୟକ ଶେଷରେ ଗିରଫ ହୋଇଛନ୍ତି। ଗିରଫ ପରେ ତାଙ୍କୁ କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଛି। ୩ ଦିନ ହେବ ନିତ୍ୟାନନ୍ଦଙ୍କ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲା ଭିଜିଲାନ୍ସ ଟିମ। ୮ ଲକ୍ଷ ୫୦ ହଜାର ଟଙ୍କା ସହ ସରକାରୀ କ୍ବାର୍ଟର୍ସରୁ ମିଳିଛି ଗୋଟିଏ ବନ୍ଧୁକ ମିଳିଥିଲା। ତାଙ୍କ କ୍ବାର୍ଟର୍ସରୁ ଜବତ ୧୦ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଥିଲା।
ସୂଚନାଯୋଗ୍ୟ, କେନ୍ଦୁଝର ଜିଲା କେନ୍ଦୁପତ୍ର ଡିଭିଜନର ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ) ନିତ୍ୟାନନ୍ଦ ନାୟକଙ୍କ ଘରେ ଭିଜିଲାନ୍ସ ଯେତେ ଯାଞ୍ଚ କରୁଥିଲା ସେତେ ସମ୍ପତ୍ତି ଠାବ ହେଉଥିଲା। ଚଢ଼ାଉବେଳେ ତାଙ୍କର ବହୁ ସମ୍ପତ୍ତି ଠାବ ହୋଇଛି। ଏପରିକି ସମ୍ପତ୍ତି ତାଲିକାରେ ନିତ୍ୟାନନ୍ଦ ଜମି କିଣା ତଥ୍ୟ ଲୁଚାଇଥିଲେ ବୋଲି ଜଣାପଡ଼ିଛି। ନିତ୍ୟାନନ୍ଦଙ୍କୁ ଭିଜିଲାନ୍ସ ଟିମ୍‌ କେନ୍ଦୁଝରସ୍ଥିତ ଫରେଷ୍ଟ କଲୋନୀରେ ଥିବା ସରକାରୀ ବାସଭବନରେ ଯାଞ୍ଚ କରିଥିଲା। କ୍ୱାର୍ଟରରୁ ୮.୫ ଲକ୍ଷ ଟଙ୍କା ଠାବ ହୋଇଛି। ଫଳରେ ମୋଟ ଜବତ ଟଙ୍କାର ପରିମାଣ ୧୦ ଲକ୍ଷରେ ପହଞ୍ଚତ୍ଥିଲା।

ନିତ୍ୟାନନ୍ଦ ଓ ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ୯ଟି ବ୍ୟାଙ୍କ ଆକାଉଣ୍ଟ ଥିବା ଜଣାପଡ଼ିଥିବାବେଳେ ଏସବୁଥିରେ ୫୦ଲକ୍ଷ ଟଙ୍କା ଜମା ରହିଛି। ଏଥିସହ ତାଙ୍କ ପାଖରୁ ଆହୁରି ଜମି ଦସ୍ତାବିଜ୍‌, ବ୍ୟାଙ୍କ ପାସବୁକ୍‌ ଓ ଜୀବନବୀମା ଜମା ଦସ୍ତାବିଜ୍‌ ଆଦି ଠାବ ହୋଇଥିବାବେଳେ ଏସବୁ ସମ୍ପର୍କରେ ଭିଜିଲାନ୍ସ ଟିମ୍‌ ଅଧିକ ଯାଞ୍ଚ ଚଳାଇଛି। ତେବେ ବଡ଼ କଥା ହେଲା, ନିତ୍ୟାନନ୍ଦ ସରକାରଙ୍କୁ ଦେଇଥିବା ସମ୍ପତ୍ତି ତାଲିକାରେ ମାତ୍ର ୧୨ଟି ପ୍ଲଟ ଥିବା ଦର୍ଶାଇଥିବା ବେଳେ ଅନ୍ୟ ପ୍ଲଟ ସମ୍ପର୍କିତ ତଥ୍ୟ ଲୁଚାଇଥିଲେ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ମଙ୍ଗଳବାର ତାଙ୍କ ଅଫିସ ଚାମ୍ବର ଓ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଯାଞ୍ଚ ହୋଇଥିଲା।
ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରବିବାର ନିତ୍ୟାନନ୍ଦଙ୍କ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ଯାଞ୍ଚବେଳେ ୧୧୫ଟି ପ୍ଲଟ୍‌, ଅନୁଗୋଳ ଟାଉନରେ ୪ମହଲାର ଏକ ଆଲିଶାନ୍‌ କୋଠା, ଘରୁ ୨୦୦ ଗ୍ରାମ ସୁନା ଅଳଙ୍କାର, କାଠ ନିର୍ମିତ ବିଭିନ୍ନ ଆକର୍ଷଣୀୟ କଳାକୃତି ଓ ତୀର, ବନ୍ଧୁକ, ଟାଙ୍ଗିଆ ଆଦି ଜବତ ହୋଇଛି। ଏଥିସହ ୧୫ ଲକ୍ଷ ଟଙ୍କାର ଘରୋଇ ଉପକରଣ ଏବଂ ଦୁଇଟି ଚାରିଚକିଆ ଯାନ ଓ ୪ଟି ଦୁଇଚକିଆ ଯାନ ଠାବ ହୋଇଥିଲା। ମଙ୍ଗଳବାର ଆୟହବିର୍ଭୂତ ସମ୍ପତ୍ତି ଠୁଳ ନେଇ ମାମଲା ରୁଜୁ ହେବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

କମାଲ୍‌ କଲେ ସାରା ଅର୍ଜୁନ: ଧୂରନ୍ଧର: ଦି ରିଭେଞ୍ଜରେ…

‘ଧୂରନ୍ଧର: ଦି ରିଭେଞ୍ଜ’ର ଟ୍ରେଲର ରିଲିଜ ହୋଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ଏହି ଟ୍ରେଲର ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଦର୍ଶକ ପୁଣି…

ବରଗଡ଼ରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା, ସ୍ପଷ୍ଟ ଦିବାଲୋକରେ ଟ୍ରକ୍‌ ଚାଳକଙ୍କୁ ଛୁରାମାଡ଼

ବରଗଡ଼,୭ା୩(ପ୍ରେମାନନ୍ଦ ଖମାରୀ): ଶାନ୍ତିପ୍ରିୟ ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇପଡ଼ିଛି। ଦିନ ଦ୍ବିପ୍ରହରରେ ଏଠାକାର ବିଚ୍‌ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି। ଛୁରି, ଭୁଜାଲି…

କାଲି ମିଳିବ ସୁଭଦ୍ରା ଟଙ୍କା, ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ କହିଲେ…

ଭୁବନେଶ୍ୱର,୭ା୩: ଆସନ୍ତାକାଲି ଅର୍ଥାତ୍‌ ରବିବାର ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା। ଏନେଇ ଶନିବାର ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ୧ କୋଟି ୧୨…

ସରକାରଙ୍କ ବଡ଼ ଘୋଷଣା: ତୃତୀୟ ସନ୍ତାନ ଜନ୍ମ ହେଲେ ମିଳିବ ୨୫,୦୦୦ ଟଙ୍କା

ହାଇଦ୍ରାବାଦ୍‌,୭।୩: ଆନ୍ଧ୍ର ପ୍ରଦେଶ ସରକାର ଏକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ବିଧାନସଭାରେ କହିଛନ୍ତି,ରାଜ୍ୟର ଜନ୍ମହାର ନିରନ୍ତର ହ୍ରାସ ପାଉଛି…

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ପୋଲିସ ପଚାରିବାରୁ କହିଲେ କାଲି ରାତିର ଘଟଣା…

ଦେବଗଡ଼,୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଆଇଆରବି ବାଟାଲିୟନ ପଛପାଖରୁ ଜଣେ ମହିଳାଙ୍କ ମୃତଦେହ ଜବତ ହେଇଥିବା ଜଣାପଡ଼ିଛି। ତେବେ ଘରୋଇ କଳିରୁ…

୭ ବର୍ଷର ଶିଶୁକୁ ଅପହରଣ କରି ଗଳାକାଟି ହତ୍ୟା: ଟଙ୍କାମାଗିଲେ, ପରେ  ମୃତଦେହ ବସ୍ତାରେ ବାନ୍ଧି…

ବିଷମକଟକ,୭।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯିବା ଘଟଣା…

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ, ଗ୍ରାମବାସୀଙ୍କ ହୋ-ହଲ୍ଲା ପରେ…

ବାସୁଦେବପୁର,୭ା୩(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତର ଚାନ୍ଦିମାଳଠାରେ ଥିବା ଜବାହୀ ନବୋଦୟ ବିଦ୍ୟାଳୟରେ ପଢୁଥିବା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri