ବନ୍ଧାହେଲେ କୋଟିପତି ଜଙ୍ଗଲବାବୁ: ଘରୁ ମିଳିଥିଲା ୧ କୋଟି ୪୩ ଲକ୍ଷ ଟଙ୍କା, ଦେଢ଼ କେଜି ସୁନା

ଭୁବନେଶ୍ୱର,୨୬।୭: ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ ଶନିବାର ଗିରଫ ହୋଇଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ ତାଙ୍କୁ ଗିରଫ କରିଛି। ଗୋଟିଏ ଦିନ ପୂର୍ବରୁ ରାମଚନ୍ଦ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା। ତାଙ୍କ ଘରୁ ନଗଦ ୧ କୋଟି ୪୩ ଲକ୍ଷ ଟଙ୍କା ଓ ଦେଢ଼ କେଜି ସୁନା ମିଳିଥିଲା। ଏହାସହ ବ୍ୟାଙ୍କ ଆକାଉଣ୍ଟରେ ୧ କୋଟି ୩୩ ଲକ୍ଷରୁ ଅଧିକ ଟଙ୍କା ରହିଛି।
ସୂଚନାଯୋଗ୍ୟ, କାମ ଥିଲା ଜଙ୍ଗଲ ସୁରକ୍ଷା, ହେଲେ ଲକ୍ଷ ତାଙ୍କର ଅମାପ ସମ୍ପତ୍ତି ଅର୍ଜନ କରିବା। ଘରେ ରଖିଥିଲେ ସୁନା ବିସ୍କୁଟ ସମେତ ସୁନା କଏନ ଓ ନାନା ଅଳଙ୍କାର। ସିକ୍ରେଟ୍‌ ଚାମ୍ବରରେ ଲୁଚାଇ ରଖିଥିଲେ ପ୍ରାୟ ଦେଢ଼ କୋଟି ଟଙ୍କା। ଆଉ ମାତ୍ର ୫ ମାସରେ ଚାକିରିରୁ ଅବସର ନେଇଥାନ୍ତେ। ହେଲେ ଏହାପୂର୍ବରୁ ଜୟପୁର ବନାଞ୍ଚଳର ଉପ ବନପାଳ (ଡେପୁଟି ରେଞ୍ଜର) ରାମ ଚନ୍ଦ୍ର ନେପାକ୍‌ ଶୁକ୍ରବାର ଭିଜିଲାନ୍ସ ଜାଲରେ ଫସିବା ପରେ ତାଙ୍କର ସମ୍ପତ୍ତି ସାମ୍ରାଜ୍ୟର ଗୁମର ପଦାକୁ ଆସିଛି। ଆୟ ବିହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ରାମଚନ୍ଦ୍ରଙ୍କ ଜୟପୁର ଓ ଭୁବନେଶ୍ୱରର ୬ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଯାଞ୍ଚ ଜାରି ରହିଥିବା ସ୍ଥାନ ମଧ୍ୟରେ ଜୟପୁରସ୍ଥିତ ଅଫିସ ଚାମ୍ବର ଓ ଜୟପୁର ଟାଉନସ୍ଥିତ ଶ୍ୱଶୁର ଘର ଓ ବାସବଭନ ଆଦି ରହିଛି। ଜୟପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଯାଞ୍ଚ ଚାଲିଥିବାବେଳେ ଏଥିରେ ଭିଜିଲାନ୍ସର ୬ ଡିଏସ୍‌ପି, ୫ ଜଣ ଇନ୍ସପେକ୍ଟର, ୯ ଜଣ ଏଏସଆଇ/ଏଏସ୍‌ଆଇ ଓ ଅନ୍ୟାନ୍ୟ ସହାୟକ କର୍ମଚାରୀ ନିୟୋଜିତ ହୋଇଥିଲେ। ଭିଜିଲାନ୍ସ ଟିମ୍‌ ରାମଚନ୍ଦ୍ରଙ୍କ ବହୁ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଛି।
ଭିଜିଲାନ୍ସ ରିପୋର୍ଟ ଅନୁଯାୟୀ, ରାମଚନ୍ଦ୍ରଙ୍କ କୋରାପୁଟ ଜିଲା ଜୟପୁର ଟାଉନ ପିଆର୍‌ ପେଟା ଏନ୍‌କେଟି ରୋଡରେ ପ୍ରାୟ ୪୦୦୦ ବର୍ଗଫୁଟ ଅଞ୍ଚଳରେ ଏକ ୩ ମହଲା କୋଠା ଠାବ ହୋଇଛି। ସେହିପରି ଭୁବନେଶ୍ୱର ରଘୁନାଥପୁର ଜାଲିରେ ଏକ ୩ ବିଏଚ୍‌କେ ଫ୍ଲାଟ୍‌ ଓ ଜୟପୁର ଟାଉନ ପିଆର୍‌ ପେଟାସ୍ଥିତ ଏକ ଆପାର୍ଟମେଣ୍ଟରେ ୨ଟି ୨ ବିଏଚ୍‌କେ ଫ୍ଲାଟ୍‌ ଠାବ ହୋଇଛି। ଘରୁ ମୋଟ ୧ କୋଟି ୪୩ ଲକ୍ଷ ୩୪ ହଜାର ଟଙ୍କା ଜବତ ହୋଇଛି। ଏହା ମଧ୍ୟରୁ ଜୟପୁରସ୍ଥିତ ଫ୍ଲାଟ୍‌ର ସିକ୍ରେଟ୍‌ ଟ୍ରେଜେରିରୁ ୧ କୋଟି ୩୮ ଲକ୍ଷ ୯୦ ହଜାର ମିଳିଥିବା ବେଳେ ଜୟପୁର ଟାଉନସ୍ଥିତ ବାସଭବନରୁ ୪ ଲକ୍ଷ ୪୪ ହଜାର ଟଙ୍କା ମିଳିଛି। ୧.୫ କେଜି ସୁନା ଓ ୪.୬୩୭ କେଜି ରୁପା ମିଳିଛି। ମିଳିଛି। ଏଥିରେ ୧୦ ଗ୍ରାମର ୧୬ଟି ସୁନା ବିସ୍କୁଟ ଓ ଏକାଧିକ ସୁନା କଏନ୍‌ ଓ ବିଭିନ୍ନ ଅଳଙ୍କାର ରହିଛି। ଜୟପୁର ଟାଉନରେ ଦୁଇଟି ବହୁମୂଲ୍ୟ ପ୍ଲଟ୍‌ ଠାବ ହୋଇଛି। ତେବେ ରାମଚନ୍ଦ୍ର ଓ ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ୪ଟି ବ୍ୟାଙ୍କରେ ୧୦ ଆକାଉଣ୍ଟ ଥିବା ବେଳେ ଏସବୁରେ ୧ କୋଟି ୩୨ ଲକ୍ଷ ୧୯ ହଜାର ୭୩୦ ଟଙ୍କା ଓ ଜୀବନବୀମା ଜମା ୬୬ ହଜାର ରହିଛି। ରାମଚନ୍ଦ୍ରଙ୍କ ଘରୁ ଦୁଇଟି ଦୁଇ ଚକିଆ ଯାନ (କିଆ କାରେନ୍ସ ଓ ଟାଟା ଏସିଇ) ଓ ୩ଟି ଦୁଇ ଚକିଆ ଯାନ ଠାବ ହୋଇଛି। ସେହିପରି ୧୫.୫୦ ଲକ୍ଷ ଟଙ୍କାର ଘରୋଇ ଉପକରଣ ମଧ୍ୟ ଠାବ ହୋଇଛି। ବନୀକରଣ ଏବଂ ବୃକ୍ଷରୋପଣରେ ଦୁର୍ନିତି କରି ରାମଚନ୍ଦ୍ର ଏହି ସମ୍ପତ୍ତିର ସାମ୍ରାଜ୍ୟ ଛିଡ଼ା କରିଥିବା ଭିଜିଲାନ୍ସ ଚର୍ଚ୍ଚା ହେଉଛି।

ଗୋଟିଏ ଜିଲାରେ ୩୭ ବର୍ଷ
ରାମଚନ୍ଦ୍ର ନେତା ଓ ବଡ଼ ଅଧିକାରୀଙ୍କୁ ହାତରେ ରଖି ଗୋଟିଏ ଜିଲାରେ ପୁରା ଚାକିରି କାଳ କଟାଇଦେଇଥିବା ଚର୍ଚ୍ଚାର ବିଷୟ ହୋଇଛି। ଭିଜିଲାନ୍ସ ସୂତନା ଅନୁଯାୟୀ, ରାମଚନ୍ଦ୍ର ୧୯୮୯ ମସିହା ମାର୍ଚ୍ଚ ୯ରେ କୋରାପୁଟ ସୋସିଆଲ୍‌ ଫରେଷ୍ଟ୍ରି ଡିଭିଜନ୍‌ର ସୋସିଆଲ ଫରେଷ୍ଟ୍ରିରେ ଗ୍ରାମ ବନକର୍ମୀ (ଭିଲେଜ୍‌ ଫରେଷ୍ଟ ୱାର୍କର) ଭାବେ ଚାକିରି ଆରମ୍ଭ କରିଥିଲେ। ପରେ ଜୟପୁର ବନ(ଟେରିଟୋରିଆଲ୍‌) ଖଣ୍ଡରେ ସୋସିଆଲ୍‌ ଫରେଷ୍ଟ୍ରି ଡିଭିଜନ୍‌ ମିଶିବା ପରେ ରାମଚନ୍ଦ୍ର ଏଠାକୁ ଆସିଥିଲେ। ବର୍ତ୍ତମାନ ରାମଚନ୍ଦ୍ର ଜୟପୁର ବନାଞ୍ଚଳର ଉପ ବନପାଳ ତଥା ଭାରପ୍ରାପ୍ତ ବନପାଳ ଭାବେ କାମ କରୁଛନ୍ତି। ତାଙ୍କର ମାସକୁ ନେଟ୍‌ ସାଲାରି ୬୯ ହଜାର ୬୮୦ ଟଙ୍କା ଓ ଗ୍ରସ୍‌ ସାଲାରି ୭୬ ହଜାର ୮୮୦ ରହିଛି। ତେବେ ରାମଚନ୍ଦ୍ରଙ୍କ ଚାକିରିକୁ ୩୬ ବର୍ଷ ୪ ମାସ ହୋଇଥିବାବେଳେ ଚଳିତବର୍ଷ ଡିସେମ୍ବର ମାସରେ ଅବସର ନେଇଥାନ୍ତେ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

ବିମାନ ଭଡ଼ା ସୀମା ଉଠାଇ ଦେଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ; କାହିଁକି ଏହି ନିଷ୍ପତ୍ତି ନିଆଯାଇଛି ଜାଣନ୍ତୁ

ନୂଆଦିଲ୍ଲୀ,୨୨।୩: ଘରୋଇ ବିମାନ ଯାତ୍ରା ଉପରେ ଲାଗୁ ହୋଇଥିବା ଅସ୍ଥାୟୀ ସୀମା ୨୩ ମାର୍ଚ୍ଚ, ୨୦୨୬ ରୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି ବେସାମରିକ ବିମାନ ଚଳାଚଳ…

ବାବର ଆଜମଙ୍କ ଭବିଷ୍ୟତକୁ ନେଇ ଉଠିଲା ପ୍ରଶ୍ନ, ଭିଡ଼ିଓ ଭାଇରାଲ, ୟୁଜର୍ସ କହିଲେ ଢାବା…

ଇସଲାମାବାଦ,୨୨।୩: ବାବର ଆଜମ ବର୍ତ୍ତମାନ କ୍ରିକେଟରୁ ବିରତି ନେଇଛନ୍ତି। ଆଘାତ ଯୋଗୁ ସେ ବାଂଲାଦେଶ ବିପକ୍ଷରେ ଏକଦିବସୀୟ ସିରିଜ ହରାଇଥିଲେ ଏବଂ ଜାତୀୟ ଟି-୨୦ କପ ମଧ୍ୟ…

ମୁନିଗୁଡାରେ ୩ ଘର ଉପରକୁ ମାଡ଼ିଗଲା ଟ୍ୟାଙ୍କର: ପରେ…

ମୁନିଗୁଡା,୨୨।୩(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ମୁନିଖୋଲ କନକ ପରମେଶ୍ୱରୀ ମନ୍ଦିର ନିକଟରେ ରବିବାର ଭୋର ସମୟରେ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ବକ୍ସାଇଟ…

ବିପଦରେ ଲଣ୍ଡନ, ପ୍ୟାରିସ, ବର୍ଲିନ: ଚେତାଇଲା IDF, ଘନ ଘନ ମିସାଇଲ ମାଡ଼ରେ… 

ଜେରୁଜେଲାମ,୨୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବା ବେଳେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ଇରାନର ବଢୁଥିବା ସାମରିକ ଶକ୍ତିକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ…

ଭୁଶୁଡୁଛି ବିଜେଡି ଗଡ଼: ଇସ୍ତଫା ଦେଲେ ଆଉ ୨….

ଭୁବନେଶ୍ୱର,୨୨।୩: ବିଜେଡିକୁ ବଡ଼ ଝଟ୍‌କା। ବାଲିଆପାଳ ବ୍ଲକ ବିଜେଡି ଯୁବ ଓ ଛାତ୍ର ସଭାପତି ଇସ୍ତଫା ରବିବାର ଇସ୍ତଫା ଦେଇଛନ୍ତି। ବ୍ଲକ ଯୁବ ସଭାପତି ସଂଗ୍ରାମ ପରିଡ଼ା,…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌ ପରେ ବିପଜ୍ଜନକ ଧମକ ଦେଲା ଇରାନ, ଭୟରେ ଥରହର ସାରା ବିଶ୍ୱ

ଓ୍ବାଶିଂଟନ୍‌,୨୨।୩: ଆମେରିକା-ଇସ୍ରାଏଲ ଯୁଦ୍ଧ ଏବେ ଆରବ ଦେଶଗୁଡ଼ିକୁ ତୃଷାର୍ତ୍ତ କରିପାରେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟାର ଅଲ୍ଟିମେଟମ୍‌ ପରେ ଇରାନ ପ୍ରତିଆକ୍ରମଣ ଆରମ୍ଭ କରିଛି…

ସକାଳୁଆ ସ୍କୁଲକୁ ନେଇ ଆସିଲା ବଡ଼ ଖବର, ଏହିଦିନ ଠୁ…

ଭୁବନେଶ୍ୱର,୨୨ା୩(ସୁଚିସ୍ମିତା ସାହୁ): ଖୁବ୍‌ଶୀଘ୍ର ସକାଳୁଆ ହେବ ସ୍କୁଲ। ରାଜ୍ୟରେ ତାପମାତ୍ରା ସହ ଖରା ପ୍ରକୋପ ଅଧିକ ରହୁଛି। ମାର୍ଚ୍ଚରେ ବିଭିନ୍ନ ସ୍ଥାନରେ ଅସହ୍ୟ ଗରମ ଅନୁଭବ ହେଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri