ବନ୍ଧାହେଲେ କୋଟିପତି ଜଙ୍ଗଲବାବୁ: ଘରୁ ମିଳିଥିଲା ୧ କୋଟି ୪୩ ଲକ୍ଷ ଟଙ୍କା, ଦେଢ଼ କେଜି ସୁନା

ଭୁବନେଶ୍ୱର,୨୬।୭: ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ ଶନିବାର ଗିରଫ ହୋଇଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ ତାଙ୍କୁ ଗିରଫ କରିଛି। ଗୋଟିଏ ଦିନ ପୂର୍ବରୁ ରାମଚନ୍ଦ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା। ତାଙ୍କ ଘରୁ ନଗଦ ୧ କୋଟି ୪୩ ଲକ୍ଷ ଟଙ୍କା ଓ ଦେଢ଼ କେଜି ସୁନା ମିଳିଥିଲା। ଏହାସହ ବ୍ୟାଙ୍କ ଆକାଉଣ୍ଟରେ ୧ କୋଟି ୩୩ ଲକ୍ଷରୁ ଅଧିକ ଟଙ୍କା ରହିଛି।
ସୂଚନାଯୋଗ୍ୟ, କାମ ଥିଲା ଜଙ୍ଗଲ ସୁରକ୍ଷା, ହେଲେ ଲକ୍ଷ ତାଙ୍କର ଅମାପ ସମ୍ପତ୍ତି ଅର୍ଜନ କରିବା। ଘରେ ରଖିଥିଲେ ସୁନା ବିସ୍କୁଟ ସମେତ ସୁନା କଏନ ଓ ନାନା ଅଳଙ୍କାର। ସିକ୍ରେଟ୍‌ ଚାମ୍ବରରେ ଲୁଚାଇ ରଖିଥିଲେ ପ୍ରାୟ ଦେଢ଼ କୋଟି ଟଙ୍କା। ଆଉ ମାତ୍ର ୫ ମାସରେ ଚାକିରିରୁ ଅବସର ନେଇଥାନ୍ତେ। ହେଲେ ଏହାପୂର୍ବରୁ ଜୟପୁର ବନାଞ୍ଚଳର ଉପ ବନପାଳ (ଡେପୁଟି ରେଞ୍ଜର) ରାମ ଚନ୍ଦ୍ର ନେପାକ୍‌ ଶୁକ୍ରବାର ଭିଜିଲାନ୍ସ ଜାଲରେ ଫସିବା ପରେ ତାଙ୍କର ସମ୍ପତ୍ତି ସାମ୍ରାଜ୍ୟର ଗୁମର ପଦାକୁ ଆସିଛି। ଆୟ ବିହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ରାମଚନ୍ଦ୍ରଙ୍କ ଜୟପୁର ଓ ଭୁବନେଶ୍ୱରର ୬ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଯାଞ୍ଚ ଜାରି ରହିଥିବା ସ୍ଥାନ ମଧ୍ୟରେ ଜୟପୁରସ୍ଥିତ ଅଫିସ ଚାମ୍ବର ଓ ଜୟପୁର ଟାଉନସ୍ଥିତ ଶ୍ୱଶୁର ଘର ଓ ବାସବଭନ ଆଦି ରହିଛି। ଜୟପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଯାଞ୍ଚ ଚାଲିଥିବାବେଳେ ଏଥିରେ ଭିଜିଲାନ୍ସର ୬ ଡିଏସ୍‌ପି, ୫ ଜଣ ଇନ୍ସପେକ୍ଟର, ୯ ଜଣ ଏଏସଆଇ/ଏଏସ୍‌ଆଇ ଓ ଅନ୍ୟାନ୍ୟ ସହାୟକ କର୍ମଚାରୀ ନିୟୋଜିତ ହୋଇଥିଲେ। ଭିଜିଲାନ୍ସ ଟିମ୍‌ ରାମଚନ୍ଦ୍ରଙ୍କ ବହୁ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଛି।
ଭିଜିଲାନ୍ସ ରିପୋର୍ଟ ଅନୁଯାୟୀ, ରାମଚନ୍ଦ୍ରଙ୍କ କୋରାପୁଟ ଜିଲା ଜୟପୁର ଟାଉନ ପିଆର୍‌ ପେଟା ଏନ୍‌କେଟି ରୋଡରେ ପ୍ରାୟ ୪୦୦୦ ବର୍ଗଫୁଟ ଅଞ୍ଚଳରେ ଏକ ୩ ମହଲା କୋଠା ଠାବ ହୋଇଛି। ସେହିପରି ଭୁବନେଶ୍ୱର ରଘୁନାଥପୁର ଜାଲିରେ ଏକ ୩ ବିଏଚ୍‌କେ ଫ୍ଲାଟ୍‌ ଓ ଜୟପୁର ଟାଉନ ପିଆର୍‌ ପେଟାସ୍ଥିତ ଏକ ଆପାର୍ଟମେଣ୍ଟରେ ୨ଟି ୨ ବିଏଚ୍‌କେ ଫ୍ଲାଟ୍‌ ଠାବ ହୋଇଛି। ଘରୁ ମୋଟ ୧ କୋଟି ୪୩ ଲକ୍ଷ ୩୪ ହଜାର ଟଙ୍କା ଜବତ ହୋଇଛି। ଏହା ମଧ୍ୟରୁ ଜୟପୁରସ୍ଥିତ ଫ୍ଲାଟ୍‌ର ସିକ୍ରେଟ୍‌ ଟ୍ରେଜେରିରୁ ୧ କୋଟି ୩୮ ଲକ୍ଷ ୯୦ ହଜାର ମିଳିଥିବା ବେଳେ ଜୟପୁର ଟାଉନସ୍ଥିତ ବାସଭବନରୁ ୪ ଲକ୍ଷ ୪୪ ହଜାର ଟଙ୍କା ମିଳିଛି। ୧.୫ କେଜି ସୁନା ଓ ୪.୬୩୭ କେଜି ରୁପା ମିଳିଛି। ମିଳିଛି। ଏଥିରେ ୧୦ ଗ୍ରାମର ୧୬ଟି ସୁନା ବିସ୍କୁଟ ଓ ଏକାଧିକ ସୁନା କଏନ୍‌ ଓ ବିଭିନ୍ନ ଅଳଙ୍କାର ରହିଛି। ଜୟପୁର ଟାଉନରେ ଦୁଇଟି ବହୁମୂଲ୍ୟ ପ୍ଲଟ୍‌ ଠାବ ହୋଇଛି। ତେବେ ରାମଚନ୍ଦ୍ର ଓ ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ୪ଟି ବ୍ୟାଙ୍କରେ ୧୦ ଆକାଉଣ୍ଟ ଥିବା ବେଳେ ଏସବୁରେ ୧ କୋଟି ୩୨ ଲକ୍ଷ ୧୯ ହଜାର ୭୩୦ ଟଙ୍କା ଓ ଜୀବନବୀମା ଜମା ୬୬ ହଜାର ରହିଛି। ରାମଚନ୍ଦ୍ରଙ୍କ ଘରୁ ଦୁଇଟି ଦୁଇ ଚକିଆ ଯାନ (କିଆ କାରେନ୍ସ ଓ ଟାଟା ଏସିଇ) ଓ ୩ଟି ଦୁଇ ଚକିଆ ଯାନ ଠାବ ହୋଇଛି। ସେହିପରି ୧୫.୫୦ ଲକ୍ଷ ଟଙ୍କାର ଘରୋଇ ଉପକରଣ ମଧ୍ୟ ଠାବ ହୋଇଛି। ବନୀକରଣ ଏବଂ ବୃକ୍ଷରୋପଣରେ ଦୁର୍ନିତି କରି ରାମଚନ୍ଦ୍ର ଏହି ସମ୍ପତ୍ତିର ସାମ୍ରାଜ୍ୟ ଛିଡ଼ା କରିଥିବା ଭିଜିଲାନ୍ସ ଚର୍ଚ୍ଚା ହେଉଛି।

ଗୋଟିଏ ଜିଲାରେ ୩୭ ବର୍ଷ
ରାମଚନ୍ଦ୍ର ନେତା ଓ ବଡ଼ ଅଧିକାରୀଙ୍କୁ ହାତରେ ରଖି ଗୋଟିଏ ଜିଲାରେ ପୁରା ଚାକିରି କାଳ କଟାଇଦେଇଥିବା ଚର୍ଚ୍ଚାର ବିଷୟ ହୋଇଛି। ଭିଜିଲାନ୍ସ ସୂତନା ଅନୁଯାୟୀ, ରାମଚନ୍ଦ୍ର ୧୯୮୯ ମସିହା ମାର୍ଚ୍ଚ ୯ରେ କୋରାପୁଟ ସୋସିଆଲ୍‌ ଫରେଷ୍ଟ୍ରି ଡିଭିଜନ୍‌ର ସୋସିଆଲ ଫରେଷ୍ଟ୍ରିରେ ଗ୍ରାମ ବନକର୍ମୀ (ଭିଲେଜ୍‌ ଫରେଷ୍ଟ ୱାର୍କର) ଭାବେ ଚାକିରି ଆରମ୍ଭ କରିଥିଲେ। ପରେ ଜୟପୁର ବନ(ଟେରିଟୋରିଆଲ୍‌) ଖଣ୍ଡରେ ସୋସିଆଲ୍‌ ଫରେଷ୍ଟ୍ରି ଡିଭିଜନ୍‌ ମିଶିବା ପରେ ରାମଚନ୍ଦ୍ର ଏଠାକୁ ଆସିଥିଲେ। ବର୍ତ୍ତମାନ ରାମଚନ୍ଦ୍ର ଜୟପୁର ବନାଞ୍ଚଳର ଉପ ବନପାଳ ତଥା ଭାରପ୍ରାପ୍ତ ବନପାଳ ଭାବେ କାମ କରୁଛନ୍ତି। ତାଙ୍କର ମାସକୁ ନେଟ୍‌ ସାଲାରି ୬୯ ହଜାର ୬୮୦ ଟଙ୍କା ଓ ଗ୍ରସ୍‌ ସାଲାରି ୭୬ ହଜାର ୮୮୦ ରହିଛି। ତେବେ ରାମଚନ୍ଦ୍ରଙ୍କ ଚାକିରିକୁ ୩୬ ବର୍ଷ ୪ ମାସ ହୋଇଥିବାବେଳେ ଚଳିତବର୍ଷ ଡିସେମ୍ବର ମାସରେ ଅବସର ନେଇଥାନ୍ତେ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri