ମିଲର୍ସ ମାନୁନାହାନ୍ତି ପ୍ରଦୂଷଣ ନିୟମ: ପ୍ରଦୂଷଣ ବୋର୍ଡ଼ର ଭୂମିକାକୁ ନେଇ କଳ୍ପନାଜଳ୍ପନା

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଶତାଧିକ ରାଇସ ମିଲ୍‌ ଗଢ଼ି ଉଠିଛି। କିନ୍ତୁ କିଛି ରାଇସ୍‌ ମିଲ୍‌ ମାଲିକ(ମିଲର୍ସ) ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିୟମ କାନୁନଙ୍କୁ ଖାତିର କରୁ ନାହାନ୍ତି। କେତେକ ସ୍ଥାନରେ ମିଲ୍‌ରେ ସ୍ଥାପିତ ଧୂଆଁ ନିଷ୍କାସନ ଫେଲ୍‌ ମାରିଥିବାବେଳେ ମିଲ୍‌ରୁ ନିର୍ଗତ ବର୍ଜ୍ୟବସ୍ତୁ ପରିଚାଳନା ମଧ୍ୟ ଠିକ୍‌ଭାବେ ହେଉ ନାହିଁ। ଏହାକୁ ନେଇ ରାଜ୍ୟ ନିୟନ୍ତ୍ରଣ ବୋର୍ଡ଼, ସମ୍ବଲପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଗତ ମାସକ ମଧ୍ୟରେ ଜିଲାର ୫ରାଇସ୍‌ ମିଲ୍‌ର ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛି। ନିର୍ଦ୍ଧାରୀତ ଅବଧି ମଧ୍ୟରେ ସ୍ପଷ୍ଟୀକରଣ ନ ଦେଲେ ସମ୍ପୃକ୍ତ ରାଇସ୍‌ ମିଲ୍‌ ବିରୋଧରେ ଆଇନଗତ କାର୍ଯାନୁଷ୍ଠାନ ନିଆଯିବ ବୋଲି ନୋଟିସ୍‌ରେ ଉଲ୍ଲେଖ ରହିଛି।
ବରଗଡ଼ ଜିଲା ଝାଙ୍କରପାଲିସ୍ଥିତ ଲାଠ୍‌ ଇଣ୍ଟଷ୍ଟ୍ରିଜ୍‌କୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପରିଷଦ ପକ୍ଷରୁ ଦିଆଯାଇଥିବା ନୋଟିସ୍‌ ନଂ-୩୩୬ ତା ୩୧।୧।୨୦୨୫ରିଖରେ ଉଲ୍ଲେଖ ରହିଛି, ଉକ୍ତ ରାଇସ୍‌ ମିଲ ଚଲାଇବା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଦେଇଥିବା ଅନୁମତି ଅବଧି ଆସନ୍ତା ମାର୍ଚ୍ଚ ମାସ ୩୧ତାରିଖ ସୁଦ୍ଧା ରହିଛି। ମାତ୍ର ଅନୁମତି ଦେବା ସମୟରେ ଯେଉଁ ସର୍ତ୍ତ ରଖାଯାଇଥିଲା, ସେଥିରୁ କିଛି ଏଠାରେ ଖିଲାପ୍‌ କରାଯାଇଛି ବୋଲି ନୋଟିସ୍‌ରେ ଉଲ୍ଲେଖ ରହିଛି। ଗତବର୍ଷ ଡିସେମ୍ବର ମାସ ୧୧ତାରିଖ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଏକ ପ୍ରତିନିଧି ଦଳ ଉକ୍ତ ରାଇସ୍‌ ମିଲକୁ ପରିଦର୍ଶନରେ ଯାଇଥିବାବେଳେ ସେଠାରେ ଧୂଆଁ ନିଷ୍କାସନ ଏବଂ ବର୍ଜବସ୍ତୁ ପରିଚାଳନା ଠିକ୍‌ ନଥିବା ଅନୁଧ୍ୟାନ କରିଥିଲେ ବୋଲି ନୋଟିସ୍‌ରେ ଉଲ୍ଲେଖ ରହିଛି। ମିଲ୍‌ରୁ ନିର୍ଗତ ପାଉଁଶ ଗୁଣ୍ଡ(ଆଶ୍‌) ମିଲ୍‌ ବାହାର ଖୋଲାଜମିରେ ପକାଯାଇଥିବା ଏବଂ ତାହା ନ ଉଡ଼ିବା ପାଇଁ ପାଣି ମଧ୍ୟ ସିଞ୍ଚନ କରାଯାଇ ନଥିବା ଦେଖିବାକୁ ମିଳିଥିଲା ବୋଲି ନୋଟିସରେ ଉଲ୍ଲେଖ ରହିଛି। ସେହିପରି ନିର୍ଗତ ବର୍ଜ୍ୟବସ୍ତୁକୁ ମିଲ୍‌ ବାହାରକୁ ବିନା ପରିଚାଳନାରେ ଛଡ଼ା ଯାଉଥିବା ଦେଖିବାକୁ ମିଳିଥିଲା ବୋଲି ଏହି ନୋଟିସ୍‌ରେ ଦର୍ଶାଯାଇଛି। ଫଳରେ ଏ ନେଇ ନୋଟିସ୍‌ ହେବାର ୧୫ଦିନ ମଧ୍ୟରେ ସ୍ପଷ୍ଟୀକରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୧ଦିନ ମଧ୍ୟରେ କୌଣସି ସ୍ପଷ୍ଟୀକରଣ ନ ମିଳିଲେ ଆଇନଗତ କାର୍ଯାନୁଷ୍ଠାନ ନିଆଯିବ ବୋଲି ନୋଟିସ୍‌ରେ ସ୍ପଷ୍ଟ କରି ଦିଆଯାଇଛି।
ଅନୁରୂପଭାବେ ଅତାବିରା ବ୍ଲକ ଅନ୍ତର୍ଗତ ଭୁର୍ଷିପାଲିସ୍ଥିତ ଘଣ୍ଟେଶ୍ୱରୀ ରାଇସ୍‌ ମିଲକୁ ରାଜ୍ୟ ନିୟନ୍ତ୍ରଣ ବୋର୍ଡ଼, ସମ୍ବଲପୁର ଆଞ୍ଚଳିକ କାର୍ଯ୍ୟାଳୟର ପତ୍ରସଂଖ୍ୟା ୪୧, ଗତ ମାସ ୨ ତରିଖରେ ନୋଟିସ୍‌ ଜାରି କରାଯାଇଥିଲା। ସେହିପରି ବରଗଡ଼ ବ୍ଲକ ଧାଙ୍ଗେରସ୍ଥିତ ଶ୍ରୀକ୍ରୀଷ୍ଣା ଫୁଡ୍ସକୁ ପତ୍ରସଂଖ୍ୟା ୨୮୦ ତା ୨୭।୧।୨୦୨୫ରିଖ, ବରପାଲିସ୍ଥିତ ଶ୍ରୀ ମହାଲକ୍ଷ୍ମୀ ରାଇସ୍‌ ଇଣ୍ଡଷ୍ଟ୍ରିଜ୍‌କୁ ପତ୍ରସଂଖ୍ୟା ୩୮ ତା ୨।୧।୨୦୨୫ରିଖ ଏବଂ ବରଗଡ଼ ବ୍ଲକ ଧାଙ୍ଗେରସ୍ଥିତ ଶ୍ୟାମଜୀ ଫୁଡ୍ସକୁ ପତ୍ରସଂଖ୍ୟା ୨୭୭ ତା ୨୭।୧।୨୦୨୫ରିଖରେ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ତେବେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରାଇସ୍‌ ମିଲ୍‌ ସମେତ ବିଭିନ୍ନ ଶିଳ୍ପାନୁଷ୍ଠାନ ଗୁଡ଼ିକୁ ଏଭଳି କାରଣ ଦର୍ଶାଅ ନୋଟିସ୍‌ ଜାରି କରିବା ନୂଆ ନୁହେଁ। ପ୍ରତିବର୍ଷ ଏଭଳି ନୋଟିସ୍‌ ଜାରି କରାଯାଉଛି। ହେଲେ ପରବର୍ତ୍ତୀ ସମୟରେ ନିୟମ ଖିଲାପ୍‌କାରୀଙ୍କ ବିରୋଧରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯାନୁଷ୍ଠାନ ନେବା ପରିଲକ୍ଷିତ ହେଉ ନାହିଁ। କାର୍ଯାନୁଷ୍ଠାନ କେବଳ କାରଣ ଦର୍ଶାଅ ନୋଟିସ୍‌ରେ ସୀମିତ ରହି ଯାଉଥିବା ଯୋଗୁ ଏଥିରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଭୂମିକାକୁ ନେଇ ମଧ୍ୟ ସାଧାରଣରେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ବିଲେଇ ରଖିବାକୁ ନେଇ ଘରେ ହେଉଥିଲା ଯୁକ୍ତିତର୍କ, ଜିଦିରେ ଜୀବନ ହାରିଦେଲେ ଡାକ୍ତର

ନୂଆଦିଲ୍ଲୀ,୨୩।୩: ହାଇଦ୍ରାବାଦର ଆଲୱାଲ ଅଞ୍ଚଳରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ୨୩ ବର୍ଷୀୟା ଏମବିବିଏସ ଡାକ୍ତର ବିଲେଇ ପାଇଁ ଆତ୍ମହତ୍ୟା କରିଛନ୍ତି ।…

ଉତ୍କଟ ହେବାକୁ ଯାଉଛି ଗ୍ୟାସ ସଙ୍କଟ, ୧୪.୨ କିଲୋଗ୍ରାମ ସିଲିଣ୍ଡରରେ ଆଗକୁ ମିଳିବ ମାତ୍ର ଏତିକି କିଲୋ ଗ୍ୟାସ! ପ୍ରସ୍ତୁତ ହେଲାଣି ‘ପ୍ଲାନ ବି’

ନୂଆଦିଲ୍ଲୀ,୨୩।୩: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ହେତୁ ହର୍ମୁଜ ପ୍ରଣାଳୀ ଅବରୋଧ ହେବା ଯୋଗୁ ଭାରତର ତୈଳ ଏବଂ ଗ୍ୟାସ ଯୋଗାଣ ଗୁରୁତର ଭାବରେ ବାଧାପ୍ରାପ୍ତ…

ଭାଜପାରେ ଯୋଗଦେବେ କି ରାଘବ ଚଢା: ସବୁ ଖୋଲି କହିଦେଲେ ସଂଜୟ ସିଂହ

ନୂଆଦିଲ୍ଲୀ,୨୩।୩: ଆମ ଆଦମୀ ପାର୍ଟି (ଆପ)ର ଏମ୍‌ପି ରାଘବ ଚଢା ଦଳ ଛାଡ଼ିବେ ବୋଲି ଜୋରସୋରରେ ଚର୍ଚ୍ଚା ଛାଲିଛି। ଦଳୀୟ କାର୍ଯ୍ୟକ୍ରମଗୁଡ଼ିକରେ ତାଙ୍କର ଦୀର୍ଘ ଅନୁପସ୍ଥିତି, ମଦ…

ମାମୁ ଘର ଆଗରେ ଖେଳୁଥିଲେ ଭୁଷୁଡ଼ିଲା  କାନ୍ଥ:  ଆଖିବୁଜିଲା  କୁନି ଝିଅ, ମା’ ବଡ଼ ଝିଅ…

ତିହିଡି଼,୨୩।୩(ସଞ୍ଜିତ ବଳ): ତିହିଡି଼ ବ୍ଲକ ପୀରହାଟ ଥାନା ସାହାପୁର ପଞ୍ଚାୟତ ଅଧୀନ କାଶୀପୁର ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି l ଗ୍ରାମର ନାରାୟଣ ବେହେରା…

ଗାଁରେ ପଶି ତାଣ୍ଡବ ରଚିଲା ଦନ୍ତା, ଭାଙ୍ଗିଲା ବାଇକ୍‌-ସାଇକେଲ୍‌

ବୌଦ୍ଧ,୨୩।୩: ବୌଦ୍ଧ ଜିଲା ବୌଦ୍ଧ ବନଖଣ୍ଡ ସୁବଳୟା ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ଏନେଇ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ମିଳିଥିବା ସୂଚନା ମୁତାବକ, ରବିବାର ବିଳମ୍ୱିତ ରାତିରେ…

ବିବାଦୀୟ ସ୍ଥାନରେ ବାସନ୍ତୀ ପୂଜା ବନ୍ଦ:୧୬୩ ଧାରା ଜାରିକଲେ ପ୍ରଶାସନ,ଅଶାନ୍ତ ହେଉଛି…             

ଭୋଗରାଇ, ୩।୪ ( ପ୍ରଦୀପ ଦାସ ): ରାତି ପାହିଲେ ମଧୁ ପାର୍ବଣ । ମା ବାସନ୍ତୀ ଦେବୀଙ୍କ ଷଷ୍ଠୀ  ପୂଜା । ସବୁଠି ମାଙ୍କ ଆରାଧନା…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଫୁଲବାଣୀ,୨୩।୩ (ରାକେଶ କୁମାର ରାଉତ): ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ । ତାଙ୍କୁ ପ୍ରଥମେ ଖଜୁରୀପଡା ମେଡିକାଲରେ ଭର୍ତ୍ତି କରାଯିବା ପରେ ଫୁଲବାଣୀ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri