ମିଲର୍ସ ମାନୁନାହାନ୍ତି ପ୍ରଦୂଷଣ ନିୟମ: ପ୍ରଦୂଷଣ ବୋର୍ଡ଼ର ଭୂମିକାକୁ ନେଇ କଳ୍ପନାଜଳ୍ପନା

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଶତାଧିକ ରାଇସ ମିଲ୍‌ ଗଢ଼ି ଉଠିଛି। କିନ୍ତୁ କିଛି ରାଇସ୍‌ ମିଲ୍‌ ମାଲିକ(ମିଲର୍ସ) ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିୟମ କାନୁନଙ୍କୁ ଖାତିର କରୁ ନାହାନ୍ତି। କେତେକ ସ୍ଥାନରେ ମିଲ୍‌ରେ ସ୍ଥାପିତ ଧୂଆଁ ନିଷ୍କାସନ ଫେଲ୍‌ ମାରିଥିବାବେଳେ ମିଲ୍‌ରୁ ନିର୍ଗତ ବର୍ଜ୍ୟବସ୍ତୁ ପରିଚାଳନା ମଧ୍ୟ ଠିକ୍‌ଭାବେ ହେଉ ନାହିଁ। ଏହାକୁ ନେଇ ରାଜ୍ୟ ନିୟନ୍ତ୍ରଣ ବୋର୍ଡ଼, ସମ୍ବଲପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଗତ ମାସକ ମଧ୍ୟରେ ଜିଲାର ୫ରାଇସ୍‌ ମିଲ୍‌ର ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛି। ନିର୍ଦ୍ଧାରୀତ ଅବଧି ମଧ୍ୟରେ ସ୍ପଷ୍ଟୀକରଣ ନ ଦେଲେ ସମ୍ପୃକ୍ତ ରାଇସ୍‌ ମିଲ୍‌ ବିରୋଧରେ ଆଇନଗତ କାର୍ଯାନୁଷ୍ଠାନ ନିଆଯିବ ବୋଲି ନୋଟିସ୍‌ରେ ଉଲ୍ଲେଖ ରହିଛି।
ବରଗଡ଼ ଜିଲା ଝାଙ୍କରପାଲିସ୍ଥିତ ଲାଠ୍‌ ଇଣ୍ଟଷ୍ଟ୍ରିଜ୍‌କୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପରିଷଦ ପକ୍ଷରୁ ଦିଆଯାଇଥିବା ନୋଟିସ୍‌ ନଂ-୩୩୬ ତା ୩୧।୧।୨୦୨୫ରିଖରେ ଉଲ୍ଲେଖ ରହିଛି, ଉକ୍ତ ରାଇସ୍‌ ମିଲ ଚଲାଇବା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଦେଇଥିବା ଅନୁମତି ଅବଧି ଆସନ୍ତା ମାର୍ଚ୍ଚ ମାସ ୩୧ତାରିଖ ସୁଦ୍ଧା ରହିଛି। ମାତ୍ର ଅନୁମତି ଦେବା ସମୟରେ ଯେଉଁ ସର୍ତ୍ତ ରଖାଯାଇଥିଲା, ସେଥିରୁ କିଛି ଏଠାରେ ଖିଲାପ୍‌ କରାଯାଇଛି ବୋଲି ନୋଟିସ୍‌ରେ ଉଲ୍ଲେଖ ରହିଛି। ଗତବର୍ଷ ଡିସେମ୍ବର ମାସ ୧୧ତାରିଖ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଏକ ପ୍ରତିନିଧି ଦଳ ଉକ୍ତ ରାଇସ୍‌ ମିଲକୁ ପରିଦର୍ଶନରେ ଯାଇଥିବାବେଳେ ସେଠାରେ ଧୂଆଁ ନିଷ୍କାସନ ଏବଂ ବର୍ଜବସ୍ତୁ ପରିଚାଳନା ଠିକ୍‌ ନଥିବା ଅନୁଧ୍ୟାନ କରିଥିଲେ ବୋଲି ନୋଟିସ୍‌ରେ ଉଲ୍ଲେଖ ରହିଛି। ମିଲ୍‌ରୁ ନିର୍ଗତ ପାଉଁଶ ଗୁଣ୍ଡ(ଆଶ୍‌) ମିଲ୍‌ ବାହାର ଖୋଲାଜମିରେ ପକାଯାଇଥିବା ଏବଂ ତାହା ନ ଉଡ଼ିବା ପାଇଁ ପାଣି ମଧ୍ୟ ସିଞ୍ଚନ କରାଯାଇ ନଥିବା ଦେଖିବାକୁ ମିଳିଥିଲା ବୋଲି ନୋଟିସରେ ଉଲ୍ଲେଖ ରହିଛି। ସେହିପରି ନିର୍ଗତ ବର୍ଜ୍ୟବସ୍ତୁକୁ ମିଲ୍‌ ବାହାରକୁ ବିନା ପରିଚାଳନାରେ ଛଡ଼ା ଯାଉଥିବା ଦେଖିବାକୁ ମିଳିଥିଲା ବୋଲି ଏହି ନୋଟିସ୍‌ରେ ଦର୍ଶାଯାଇଛି। ଫଳରେ ଏ ନେଇ ନୋଟିସ୍‌ ହେବାର ୧୫ଦିନ ମଧ୍ୟରେ ସ୍ପଷ୍ଟୀକରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୧ଦିନ ମଧ୍ୟରେ କୌଣସି ସ୍ପଷ୍ଟୀକରଣ ନ ମିଳିଲେ ଆଇନଗତ କାର୍ଯାନୁଷ୍ଠାନ ନିଆଯିବ ବୋଲି ନୋଟିସ୍‌ରେ ସ୍ପଷ୍ଟ କରି ଦିଆଯାଇଛି।
ଅନୁରୂପଭାବେ ଅତାବିରା ବ୍ଲକ ଅନ୍ତର୍ଗତ ଭୁର୍ଷିପାଲିସ୍ଥିତ ଘଣ୍ଟେଶ୍ୱରୀ ରାଇସ୍‌ ମିଲକୁ ରାଜ୍ୟ ନିୟନ୍ତ୍ରଣ ବୋର୍ଡ଼, ସମ୍ବଲପୁର ଆଞ୍ଚଳିକ କାର୍ଯ୍ୟାଳୟର ପତ୍ରସଂଖ୍ୟା ୪୧, ଗତ ମାସ ୨ ତରିଖରେ ନୋଟିସ୍‌ ଜାରି କରାଯାଇଥିଲା। ସେହିପରି ବରଗଡ଼ ବ୍ଲକ ଧାଙ୍ଗେରସ୍ଥିତ ଶ୍ରୀକ୍ରୀଷ୍ଣା ଫୁଡ୍ସକୁ ପତ୍ରସଂଖ୍ୟା ୨୮୦ ତା ୨୭।୧।୨୦୨୫ରିଖ, ବରପାଲିସ୍ଥିତ ଶ୍ରୀ ମହାଲକ୍ଷ୍ମୀ ରାଇସ୍‌ ଇଣ୍ଡଷ୍ଟ୍ରିଜ୍‌କୁ ପତ୍ରସଂଖ୍ୟା ୩୮ ତା ୨।୧।୨୦୨୫ରିଖ ଏବଂ ବରଗଡ଼ ବ୍ଲକ ଧାଙ୍ଗେରସ୍ଥିତ ଶ୍ୟାମଜୀ ଫୁଡ୍ସକୁ ପତ୍ରସଂଖ୍ୟା ୨୭୭ ତା ୨୭।୧।୨୦୨୫ରିଖରେ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ତେବେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରାଇସ୍‌ ମିଲ୍‌ ସମେତ ବିଭିନ୍ନ ଶିଳ୍ପାନୁଷ୍ଠାନ ଗୁଡ଼ିକୁ ଏଭଳି କାରଣ ଦର୍ଶାଅ ନୋଟିସ୍‌ ଜାରି କରିବା ନୂଆ ନୁହେଁ। ପ୍ରତିବର୍ଷ ଏଭଳି ନୋଟିସ୍‌ ଜାରି କରାଯାଉଛି। ହେଲେ ପରବର୍ତ୍ତୀ ସମୟରେ ନିୟମ ଖିଲାପ୍‌କାରୀଙ୍କ ବିରୋଧରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯାନୁଷ୍ଠାନ ନେବା ପରିଲକ୍ଷିତ ହେଉ ନାହିଁ। କାର୍ଯାନୁଷ୍ଠାନ କେବଳ କାରଣ ଦର୍ଶାଅ ନୋଟିସ୍‌ରେ ସୀମିତ ରହି ଯାଉଥିବା ଯୋଗୁ ଏଥିରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଭୂମିକାକୁ ନେଇ ମଧ୍ୟ ସାଧାରଣରେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri