କ୍ଷୀର ଦାମ୍‌ ବଢ଼ିଲା, ଜାଣନ୍ତୁ ଲିଟର ପିଛା କେତେ…

ଭୁବନେଶ୍ୱର,୨୧ା୬: ଓମଫେଡ୍‌ କ୍ଷୀର ଦାମ୍‌ ବଢ଼ିଛି। ବଜାରକୁ ଏବେ ଏହାର ନୂଆ ଦର ଆସିଛି। ପ୍ରିମିୟମ ଓ ଟୋନେଡ୍‌ କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି ହୋଇଥିବାବେଳେ ଗୋଲ୍ଡ କ୍ଷୀର ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ହୋଇଛି। ଏନେଇ ଓମଫେଡ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଥାଉକି, ପୂର୍ବରୁ ଜୁନ୍‌ ୧ରେ କ୍ଷୀରର ଦର ବୃଦ୍ଧି ନେଇ ରାଜ୍ୟ ସରକାର ଘୋଷଣା କରିଥିବାବେଳେ ତାହା ଆଜି ଅର୍ଥାତ୍‌ ଶନିବାର(ଜୁନ୍‌ ୨୧)ରୁ ଲାଗୁ ହୋଇଛି। ଫଳରେ ଓମ୍‌ଫେଡ୍‌ କ୍ଷୀର ଲିଟର ପିଛା ୫୨ ଟଙ୍କା ଥିବାବେଳେ ଏବେ ୨ ଟଙ୍କା ବୃଦ୍ଧି ହୋଇ ୫୪ ଟଙ୍କା ହୋଇଛି। ସେହିପରି ଖାଉଟିମାନଙ୍କ ପାଇଁ ଲିଟର ପିଛା ୪ ଟଙ୍କା ବୃଦ୍ଧି ହୋଇଥିବାବେଳେ ଆଉ ୨ ଟଙ୍କା ରାଜ୍ୟ ସରକାର ବହନ କରିବେ।

Share