ବନ୍ୟାବିପନ୍ନ ଦୁଗ୍ଧଚାଷୀଙ୍କୁ ମିଲ୍କ ମନ୍ତ୍ରର ସହାୟତା

milk mantra

ଭୁବନେଶ୍ୱର, ୧୫।୯ : ଚଳିତ ବର୍ଷ ବନ୍ୟାରେ ପ୍ରଭାବିତ ହୋଇଥିବା ପୁରୀ ଜିଲା କଣାସ ବ୍ଲକର ଶତାଧିକ ଦୁଗ୍ଧଚାଷୀଙ୍କୁ ଷ୍ଟାର୍ଟଅପ କମ୍ପାନୀ ମିଲ୍କ ମନ୍ତ୍ର ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି। ଗତ ୧୦ ତାରିଖରେ ସ୍ଥାନୀୟ ଗଡମାଠିଆ ପଡା ଗ୍ରାମର ପ୍ରାୟ ୬୦୦ ଗାଈ ବାଛୁରୀଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ଆବଶ୍ୟକ ଚିକିସତ୍ା କରାଯାଇଥିଲା। ସେହିଭଳି ୨୮୪ ଜଣ ଦୁଗ୍ଧଚାଷୀଙ୍କୁ ଗୋଖାଦ୍ୟ କମ୍ପାନୀ ପକ୍ଷରୁ ପ୍ରଦାନ କରାଯାଇଥିଲା। କମ୍ପାନୀର ଦୁଗ୍ଧ ସଂଗ୍ରହ ଯୋଜନାରେ ଅନ୍ତର୍ଭକ୍ତ ଦୁଗ୍ଧଚାଷୀଙ୍କ ସାଙ୍ଗରେ ମିଲ୍କ ମନ୍ତ୍ରା ସବୁ ବେଳେ ଛିଡାହୋଇ ରହିଥିବା କହିଛି। ଖରାପ ପରିସ୍ଥିତିରେ ଚାଷୀଙ୍କୁ ଆବଶ୍ୟକ ସହାୟତା ମଧ୍ୟ କମ୍ପାନୀ ପକ୍ଷରୁ ଯୋଗାଇ ଦିଆଯାଉଛି। କମ୍ପାନୀର ପ୍ରାୟ ୬୦ ହଜାର ଦୁଗ୍ଧଚାଷୀ ରହିଥିବା ସୂଚନା ମିଳିଛି। ଏ ସମ୍ପର୍କରେ କମ୍ପାନୀର ମୁଖ୍ୟ ପରିଚାଳନା ଅଧିକାରୀ ବିଭୁପ୍ରସାଦ ନନ୍ଦ ସୂଚନା ଦେଇ କହିଛନ୍ତି ଯେ, ପ୍ରାକୃତିକ ବିପର୍ଯ୍ୟୟ ସମସ୍ତଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। କମ୍ପାନୀ ଏହାକୁ ଧ୍ୟାନରେ ରଖି ଚାଷୀଙ୍କ ସହ ଛିଡାହୋଇ ରହିଛି। ଚାଷୀର ଉନ୍ନତି ପାଇଁ ଆବଶ୍ୟକ ସହଯୋଗ କମ୍ପାନୀ ପକ୍ଷରୁ ବିଭିନ୍ନ ସମୟରେ କରାଯାଇଛି। ଗୋପାଳନ ପ୍ରଚାର ପ୍ରସାର ପାଇଁ କମ୍ପାନୀ ସବୁବେଳେ କାର୍ଯ୍ୟ କରିଆସୁଛି। ଚାଷୀର ବିକାଶ ହେଲେ କମ୍ପାନୀର ବିକାଶ ହୋଇପାରିବ ବୋଲି ସେ ମତ ଦେଇଛନ୍ତି। ବିଭିନ୍ନ ସମୟ ଓ ଅସମୟରେ କମ୍ପାନୀ ଆମ ସହ ରହିଛି । ଆମର ଭଲ ମନ୍ଦ ସହ ଅସୁବିଧା ସମୟରେ ସହାୟତାର ହାତ ବଢାଇଛି ବୋଲି ଦୁଗ୍ଧଚାଷୀ ମଳୟ କୁମାର ବିହାରୀ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ବନ୍ଦ ହୋଇଯିବ ATM? ଆଉ ମିଳିବନି କ୍ୟାଶ୍‌!

ନୂଆଦିଲ୍ଲୀ,୫।୬: ଆମକୁ ଯେତେବେଳେ ବି କ୍ୟାଶ (ନଗଦ ଟଙ୍କା) ର ଆବଶ୍ୟକତା ପଡ଼ିଥାଏ, ଆମେ ଏଟିଏମ (ATM) ଯାଇ ତୁରନ୍ତ ବାହାର କରିନେଇଥାଉ। କିନ୍ତୁ ଏବେ ସମସ୍ୟା…

ସାଧାରଣ ଲୋକଙ୍କ ପକେଟ ଉପରେ ପଡିବ ମହଙ୍ଗା ମାଡ଼: ବଢ଼ିବ ମୁଦ୍ରାସ୍ଫୀତି, ଚମକାଇଲା RBIର ଆକଳନ

ନୂଆଦିଲ୍ଲୀ,୫।୬: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଗଭର୍ନର ସଞ୍ଜୟ ମାଲହୋତ୍ରା ରେପୋ ହାର ଉପରେ ତାଙ୍କର ନିଷ୍ପତ୍ତି ଘୋଷଣା କରିଛନ୍ତି। ଏଥର, ରିଜର୍ଭ ବ୍ୟାଙ୍କ ରେପୋ ହାରକୁ…

ବଢ଼ିବନି ହୋମ କିମ୍ବା କାର୍‌ ଲୋନ୍‌ EMI; ଆରବିଆଇର ବଡ଼ ନିଷ୍ପତ୍ତି: ଅପରିବର୍ତ୍ତିତ ରହିଲା ରେପୋ ରେଟ୍‌

ନୂଆଦିଲ୍ଲୀ,୫।୬: ରିଜର୍ଭ ବ୍ୟାଙ୍କ ଗଭର୍ନର ସଞ୍ଜୟ ମାଲହୋତ୍ରାଙ୍କ ନେତୃତ୍ୱରେ ତିନି ଦିନ ଧରି ଚାଲିଥିବା ମନିଟାରୀ ପଲିସି କମିଟି (MPC) ବୈଠକ ପରେ ରେପୋ ରେଟ୍‌ ଉପରେ…

କୋର୍ଟ ମ୍ୟାରେଜ୍‌ କରୁଛନ୍ତି କି? ଜାଣନ୍ତୁ କେତେ ଟଙ୍କା ଖର୍ଚ୍ଚ ହୁଏ…

ନୂଆଦିଲ୍ଲୀ,୪।୬: ଆମ ମଧ୍ୟରୁ ଅନେକ ଲୋକ କୋର୍ଟ ମ୍ୟାରେଜ (Court Marriage) କରିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି। ଯଦି ଆପଣ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ, ତେବେ…

ଟିପିସିଓଡିଏଲ୍‌ର ନୂଆ ସିଇଓ ଗଜାନନ ଏସ୍‌.କାଲେ

ଭୁବନେଶ୍ୱର, ୩ା୬: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟାଟା ପାଓ୍ବାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌)ର ନୂଆ ସିଇଓ ଭାବେ ଗଜାନନ…

ପେଟ୍ରୋଲ ଟେନଶନ ଶେଷ! ଜୁନ ୩ରେ ଲଞ୍ଚ୍‌ ହେବ ଦେଶର ପ୍ରଥମ ୧୦୦% ଇଥାନଲ ଚାଳିତ ବାଇକ୍‌, ଜାଣନ୍ତୁ କେତେ ରେଟ୍‌…

ନୂଆଦିଲ୍ଲୀ,୨।୬: ଯଦି ଆପଣ ପେଟ୍ରୋଲର ଆକାଶଛୁଆଁ ଦରକୁ ନେଇ ଚିନ୍ତିତ ଏବଂ ପ୍ରତିଦିନର ଯାତ୍ରା ଖର୍ଚ୍ଚ କମାଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖୁସି…

ସାଧାରଣ ଜନତାଙ୍କୁ ମହଙ୍ଗା ମାଡ଼, ୧୨ ଟଙ୍କା ଯାଏଁ ବଢ଼ିପାରେ ପେଟ୍ରୋଲ-ଡିଜେଲ ଦାମ! ଜାଣନ୍ତୁ ଆଜିର ରେଟ୍‌

ନୂଆଦିଲ୍‌ଲୀ,୨।୬: ଯଦି ଆପଣ ପେଟ୍ରୋଲ ଏବଂ ଡିଜେଲର ବୃଦ୍ଧିରୁ ଶୀଘ୍ର ମୁକ୍ତି ପାଇବା ପାଇଁ ଆଶା କରୁଛନ୍ତି, ତେବେ ଏଠାରେ କିଛି ଚିନ୍ତାଜନକ ଖବର ଅଛି। ଗତ…

ଆଜିଠାରୁ ଲାଗୁ ହେଲା ସିଲିଣ୍ଡର ବୁକିଂ, ଡେଲିଭରିର ନୂଆ ସିଷ୍ଟମ, ଜାଣିରଖନ୍ତୁ ନଚେତ୍‌ ହେବେ ହଇରାଣ

ନୂଆଦିଲ୍ଲୀ,୧।୬: ଭାରତର ରନ୍ଧନ ଗ୍ୟାସ ଏବଂ ପାଇପ ଲାଇନ ଗ୍ୟାସ (PNG) ଗ୍ରାହକଙ୍କ ପାଇଁ ଆଜି ଏକ ନୂତନ ଡିଜିଟାଲ ଏବଂ ଆଇନଗତ ସକାଳ ଆସିଛି। କେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri