ପୁଣି ସହରକୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ

ନୂଆଦିଲ୍ଲୀ,୩୦।୬ : ଲକ୍‌ଡାଉନରେ ବିଭିନ୍ନ ସମସ୍ୟା ସାମ୍ନା କରିବା ଯୋଗୁ ପ୍ରବାସୀ ଶ୍ରମିକମାନେ ନିଜ ଗାଁକୁ ଚାଲି ଚାଲି ଫେରିଥିବା ଦେଖାଯାଇଥିଲା। ସହରକୁ କାମଧନ୍ଦା ଆଶାରେ ଆସି ଲକ୍‌ଡାଉନରେ ବିଭିନ୍ନ ଦୀର୍ଘଦିନ ଧରି ବିନା କାମ ବସିବା ଏବଂ ହଇରାଣ ହରକତ ହେବା ଯୋଗୁ ଗାଁମୁହାଁ ହୋଇଥିଲେ। ମାତ୍ର ଗାଁରେ ମଧ୍ୟ ଠିକ୍‌ ଭାବେ କାମ ମିଳୁ ନ ଥିବା ଯୋଗୁ ପ୍ରବାସୀ ଶ୍ରମିକମାନେ ଗୁଜରାଟ, ମହାରାଷ୍ଟ୍ର, କର୍ନାଟକ ଏବଂ ତେଲଙ୍ଗାନା ସମେତ ପଞ୍ଜାବ ଭଳି ରାଜ୍ୟକୁ ଫେରୁଥିବା ଦେଖାଯାଉଛି। ଏହି ସମୟରେ କରୋନା ଭାଇରସ୍‌କୁ ବେଖାତିର କରି ସେମାନେ କାମଧନ୍ଦା ଆଶାରେ ପୁଣି ଥରେ ନିଜ ଗାଁ ଛାଡି ସହର ମୁହଁା ହେଉଛନ୍ତି। ଶ୍ରମିକଙ୍କୁ ପୁଣି ଥରେ ଶିଳ୍ପ ୟୁନିଟ୍‌କୁ ଫେରାଇ ଆଣିବା ଲାଗି ଟ୍ରେନ, ଫ୍ଲାଇଟ ଟିକେଟ ବ୍ୟବସ୍ଥା କରାଯାଉଛି। ଲକ୍‌ଡାଉନ କଟକଣା ଉଠିବା ଯୋଗୁ ବର୍ତ୍ତମାନ ଧୀରେ ଧୀରେ କଳକାରଖାନା, ନିର୍ମାଣ କାର୍ଯ୍ୟ, ମାନୁଫାକଚରିଂ ଟ୍ରାକ୍‌କୁ ଫେରୁଛି। କେତେକ ସ୍ଥାନରେ ବସ୍‌ ଯୋଗୁ ଶ୍ରମିକଙ୍କୁ କଳକାରଖାନାକୁ ଫେରାଉ ଅଣାଯାଉଛି। କୁଶଳୀ ଏବଂ ଅର୍ଦ୍ଧକୁଶଳୀ ଶ୍ରମିକଙ୍କୁ ଫେରାଇ ଆଣିବା ଲାଗି ଚାର୍ଟାର୍ଡ ଫ୍ଲାଇଟ ବ୍ୟବସ୍ଥା କରାଯାଉଥିବା ଦେଖାଯାଉଛି। ସେହିଭଳି ଶ୍ରମିକଙ୍କୁ ଫେରାଇ ଆଣିବା ଲାଗି ଲୋଭନୀୟ ଅଫର ମଧ୍ୟ କେତେକ ସ୍ଥଳେ ଦିଆଯାଉଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟାଟା ସନ୍ସ ଅଧ୍ୟକ୍ଷ ପଦବୀକୁ ଫେରିବାକୁ ଇଚ୍ଛୁକ ନୁହନ୍ତି ମିସ୍ତ୍ରି

ନୂଆଦିଲ୍ଲୀ,୨୬।୧୨: ଟାଟା ସନ୍ସର ଅଧ୍ୟକ୍ଷ ପଦବୀକୁ ପୁଣି ଫେରିବାକୁ ସାଇରସ ମିସ୍ତ୍ରି ଇଚ୍ଛୁକ ନ ଥିବା ଜଣାପଡିଛି। ଏକ ଜାତୀୟ ମୁଦ୍ରିତ ଗଣମାଧ୍ୟମରେ ଏ ସମ୍ପର୍କରେ...

୭ମାସରେ ଚାକିରି ଛାଡ଼ିଛନ୍ତି ୫୮ ସିଇଓ-ଏମ୍‌ଡି

ନୂଆଦିଲ୍ଲୀ,୨୩-୮: ଇଣ୍ଡିଆ ଇଙ୍କ୍‌ର କର୍ନର ଅଫିସ୍‌ରୁ ଚଳିତ ବର୍ଷର ୭ ମାସ ମଧ୍ୟରେ ୫୮ ଜଣ ସିଇଓ-ଏମ୍‌ଡି ଚାକିରି ଛାଡ଼ିଛନ୍ତି। ପ୍ରାଇମ ଡାଟାବେସ୍‌ ପକ୍ଷରୁ ଏନ୍‌ଏସ୍‌ଇଇନ୍‌ଫୋବେସ୍‌...

ମାନୁଫାକ୍‌ଚରିଂକୁ ଉତ୍ସାହିତ କରିବେ ସରକାର;ଅର୍ଥ ବ୍ୟବସ୍ଥାକୁ ଗତି ଦେବା ଲାଗି ପ୍ରୟାସ

ନୂଆଦିଲ୍ଲୀ,୨୬।୬ : କରୋନା ମହାମାରୀ ଯୋଗୁ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପଡିଛି। ଚଳିତ ବର୍ଷ ଭାରତର ଜିଡିପି ୪.୫% ଖସିଯିବ...

ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ଠକେଇ ମାମଲା;ସାମ୍ନାକୁ ଆସିଲା ଅଡିଟରଙ୍କ କାରସାଦି

ନୂଆଦିଲ୍ଲୀ,୧୦-୬: ଋଣ ସଙ୍କଟରେ ଫସିଥିବା ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ରେ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି। କମ୍ପାନୀକୁ ଗୋଷ୍ଠୀଗତ ଭାବେ ଲୁଟ କରାଯାଇଥିବା ବେଳେ ଏହି ଧାରାରେ ଅଡିଟରମାନେ...

ବିଶ୍ୱକପ କ୍ରିକେଟ ପ୍ରଭାବ;ବଡ଼ ସ୍କ୍ରିନ୍‌ ଟିଭି ବିକ୍ରି ୧୦୦% ବୃଦ୍ଧି

ନୂଆଦିଲ୍ଲୀ,୧୭-୬: କ୍ରିକେଟପ୍ରେମୀଙ୍କ ମଧ୍ୟରେ ଏବେ ବିଶ୍ୱକପ୍‌ କ୍ରିକେଟ ଜ୍ୱର ବଢ଼ିବାରେ ଲାଗିଛି। ଏଥିଯୋଗୁ ବଡ଼ ସ୍କ୍ରିନ୍‌ର ଟିଭି ସେଟ୍‌ର ଚାହିଦା ବେଶ୍‌ ବଢ଼ିଥିବା ଦେଖାଯାଇଛି। ବର୍ଷା...

ଆମାଜନ ଗ୍ଲୋବାଲରେ ଏମ୍‌ଏସ୍‌ଏମ୍‌ଇଙ୍କ ୨ ବିଲିୟନ ଡଲାର ରପ୍ତାନି

ନୂଆଦିଲ୍ଲୀ,୨୦।୭: ପ୍ରମୁଖ ଇ-କମର୍ସ କମ୍ପାନୀର ବିଶ୍ୱ ବଜାର ବିକ୍ରି କାର୍ଯ୍ୟକ୍ରମ ଆମାଜନ ଗ୍ଲୋବାଲରେ ଦେଶର ଏମ୍‌ଏସ୍‌ଏମ୍‌ଇଗୁଡିକ ୨ ବିଲିୟନ ଡଲାର ସାମଗ୍ରୀ ରପ୍ତାନି କରିବାକୁ ସକ୍ଷମ...

ହାଇକୋର୍ଟ ଗଲେ ନୀରବ ମୋଦି

ଲଣ୍ଡନ,୧।୬: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦି ଲଣ୍ଡନ ହାଇକୋର୍ଟରେ ଜାମିନ ଲାଗି ଆବେଦନ କରିଛନ୍ତି। ସ୍ଥାନୀୟ ଓ୍ବେଷ୍ଟମିନିଷ୍ଟର କୋର୍ଟ ୩ ଥର ତାଙ୍କର ଜାମିନ...

ବଜାରରେ ରେନୋ ଇଣ୍ଡିଆର ନୂଆ ଡକ୍ଟର, ମୂଲ୍ୟ ୭.୯୯ ଲକ୍ଷ ଟଙ୍କାରୁ ଆରମ୍ଭ

ନୂଆଦିଲ୍ଲୀ,୯-୭: ରେନୋ ଇଣ୍ଡିଆ ପକ୍ଷରୁ ନୂଆ ଡଷ୍ଟର ମଡେଲର ବଜାର ପ୍ରବେଶ ହୋଇଛି। ଏଥିରେ ୨୫ ନୂଆ ଫିଚର ଏବଂ ଟେକ୍ନୋଲୋଜି ରହିଛି। ମଡେଲଟିରେ ଆକର୍ଷଣୀୟ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *