Posted inଜାତୀୟ

କୋରାପୁଟରେ ତିଆରି ହେବ ମିଗ୍‌ ବିମାନ ଇଞ୍ଜିନ୍‌

ନୂୂଆଦିଲ୍ଲୀ,୨।୩(ପି.ଟି.) : ବ୍ରହ୍ମୋସ୍‌ ସୁପରସୋନିକ କ୍ରୁଜ୍‌ ମିଶାଇଲ, ରାଡାର, ଓ୍ବିପନ୍‌ ସିଷ୍ଟମ, ମିଗ୍‌-୨୯ ଜେଟ୍‌ ବିମାନ ପାଇଁ ଏରୋ-ଇଞ୍ଜିନ୍‌ ସମେତ ୫ ପ୍ରତିରକ୍ଷା ସାମଗ୍ରୀ କ୍ରୟ ଲାଗି ଭାରତ ଶୁକ୍ରବାର ବିଭିନ୍ନ ସଂସ୍ଥା ସହ ୩୯,୧୨୫ କୋଟି ଟଙ୍କାର ଚୁକ୍ତିନାମା ସ୍ବାକ୍ଷର କରିଛି। ଏହି ସମସ୍ତ ପ୍ରତିରକ୍ଷା ସରଞ୍ଜାମ ସଶସ୍ତ୍ର ବଳର ଆକ୍ରମଣ କ୍ଷମତା ବଢ଼ାଇବ। ଆର୍‌ଡି-୩୩ ଏରୋ ଇଞ୍ଜିନ୍‌ ପାଇଁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ହିନ୍ଦୁସ୍ତାନ ଏରୋନଟିକ୍ସ ଲିଃ (ହାଲ୍‌) ସହ ୫,୨୪୯.୭୨ କୋଟିର ଚୁକ୍ତି ସ୍ବାକ୍ଷର ହୋଇଛି। ହାଲ୍‌ର କୋରାପୁଟ ଡିଭିଜନରେ ଏରୋ ଇଞ୍ଜିନ ତିଆରି ହେବ ବୋଲି ମନ୍ତ୍ରଣାଳୟ କହିଛି। ଏହି ଇଞ୍ଜିନ ଭାରତୀୟ ବାୟୁସେନାର ମିଗ୍‌-୨୯ ଯୁଦ୍ଧବିମାନଗୁଡ଼ିକର ଅପରେଶନ କ୍ଷମତା ବଢ଼ାଇବ। ରୁଷିଆର ମୂଳ ନିର୍ମାତାଙ୍କଠାରୁ ପ୍ରଯୁକ୍ତି ହସ୍ତାନ୍ତର ଲାଇସେନ୍ସ ଜରିଆରେ ଏହି ଏରୋ-ଇଞ୍ଜିନ ନିର୍ମାଣ କରାଯିବ। ସେହିପରି ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ର ପାଇଁ ବ୍ରହ୍ମୋସ୍‌ ଏରୋସ୍ପେସ୍‌ ପ୍ରା.ଲିଃ (ବିଏପିଏଲ୍‌) ସହ ୧୯,୫୧୮.୬୫ କୋଟି ଟଙ୍କାର ଚୁକ୍ତି ହୋଇଥିବାବେଳେ ଜାହାଜରୁ ଛଡ଼ାଯାଇପାରୁଥିବା ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ର ଲାଗି ୯୮୮ କୋଟି ଟଙ୍କାର ଅନ୍ୟ ଏକ ଚୁକ୍ତି ସ୍ବାକ୍ଷର ହୋଇଛି। ଏହା ବ୍ୟତୀତ କ୍ଲୋଜ୍‌-ଇନ୍‌ ଓ୍ବିପନ୍‌ ସିଷ୍ଟମ (ସିଆଇଡବ୍ଲ୍ୟୁଏସ୍‌) କ୍ରୟ ପାଇଁ ଲାର୍ସନ ଆଣ୍ଡ୍‌ ଟୁବ୍ରୋ ଲିଃ ସହ ମନ୍ତ୍ରଣାଳୟ ୭,୬୬୮.୮୨ କୋଟି ଟଙ୍କାର ଚୁକ୍ତି ସ୍ବାକ୍ଷର କରିଛି। ସେହିପରି ଉଚ୍ଚ କ୍ଷମତାସମ୍ପନ୍ନ ରାଡାର ସିଷ୍ଟମ୍‌ କ୍ରୟ ନିମନ୍ତେ ଲାର୍ସନ ଆଣ୍ଡ୍‌ ଟୁବ୍ରୋ ସହ ୫,୭୦୦ କୋଟିର ଚୁକ୍ତି ସ୍ବାକ୍ଷର ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ପ୍ରତିରକ୍ଷା ସଚିବ ଗିରିଧର ଅରମାନେଙ୍କ ଉପସ୍ଥିତିରେ ବିଭିନ୍ନ ପ୍ଲାଟ୍‌ଫର୍ମ ଓ ଓ୍ବିପନ୍‌ ସିଷ୍ଟମ ପାଇଁ ଚୁକ୍ତି ସ୍ବାକ୍ଷର ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା: ପୋଲିସର ଚାଞ୍ଚଲ୍ୟକର ଖୁଲାସା

ଢାକା,୨୫।୧୨: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତକଙ୍କ ନାମ ଅମୃତ ମଣ୍ଡଳ ଓରଫ ସମ୍ରାଟ। ପୋଲିସ ଦାବି କରିଛି, ରାଜବାଡ଼ିର...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଆଉ ତା’ପରେ ଘଟିଗଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ରାସ୍ତାର ଦ୍ବାର ଗାଁ ମୁଖ୍ୟରାସ୍ତା କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ...

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସହାୟତା ଦାବି

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ଗତ...

ମତ୍ସ୍ୟ ଚାଷ ପ୍ରତି ବଢୁଛି ଆଗ୍ରହ: ଚାଷୀଙ୍କୁ ୪୦ ରୁ ୫୦ ପ୍ରତିଶତ ମିଳୁଛି ସବସିଡି

ଭଞ୍ଜନଗର,୨୫/୧୨(ବାବୁଲା ପ୍ରଧାନ): ଚିକେନ, ମଟନ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ମାଛ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। କିନ୍ତୁ ଗଞ୍ଜାମ ଜିଲାରେ ଆବଶ୍ୟକତା...

ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ପୋଷା କୁକୁର ପାଇଁ ଫିନାଇଲ ପିଇ ଜୀବନ ହାରିଲେ ଦୁଇ ଭଉଣୀ

ନୂଆଦିଲ୍ଲୀ,୨୫।୧୨: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୁଇ ଭଉଣୀ ଫିନାଇଲ୍ ପିଇ ଆତ୍ମହତ୍ୟା କରିଛନ୍ତି । ଏହାର  କାରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri