Posted inଜାତୀୟ

ବେଙ୍ଗାଲୁରୁରେ ରାତିଅଧିଆ ଦଙ୍ଗା

ବେଙ୍ଗାଲୁରୁ,୧୩ା୮: ସୋସିଆଲ ମିଡିଆରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୋଧରେ ଆପତ୍ତିଜନକ ପୋଷ୍ଟରୁ ମଙ୍ଗଳବାର ବିଳମ୍ବିତ ରାତିରେ ବେଙ୍ଗାଲୁରୁରେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି ହୋଇଛି। ଏହାକୁ ନେଇ ଭଙ୍ଗାରୁଜା ଓ ପୋଡ଼ାଜଳା ଚାଲିଥିବାବେଳେ ଜନତାଙ୍କ ଉପରକୁ ପୋଲିସ ଗୁଳି ଚଳାଇଛି। ଗୁଳିମାଡ଼ରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକେ ଆହତ ହୋଇଛନ୍ତି। ଲୋକଙ୍କ ଆକ୍ରୋଶର ଶିକାର ହୋଇ ପ୍ରାୟ ୬୦ ପୋଲିସ କର୍ମୀ ଆହତ ହୋଇଥିବା ଜଣାପଡ଼ିଛି। ସୋସିଆଲ ମିଡିଆରେ ସାମ୍ପ୍ରଦାୟିକ ପ୍ରସଙ୍ଗରେ ପୋଷ୍ଟ କରିଥିବା ଅଭିଯୁକ୍ତ ପି. ନବୀନଙ୍କ ସମେତ ୧୧୦ ଦଙ୍ଗାକାରୀଙ୍କୁ ପୋଲିସ ଗିରଫ କରିଛି।
ସୂଚନା ଅନୁସାରେ କର୍ନାଟକ ରାଜଧାନୀ ବେଙ୍ଗାଲୁରୁସ୍ଥିତ ପୁଲକେଶୀନଗରର କଂଗ୍ରେସ ବିଧାୟକ ଆର୍‌. ଅଖଣ୍ଡ ଶ୍ରୀନିବାସ ମୂର୍ତ୍ତିଙ୍କ ପୁତୁରା ପି. ନବୀନ ଫେସ୍‌ବୁକ୍‌ରେ ଇସ୍‌ଲାମ ବିରୋଧୀ ପୋଷ୍ଟ କରିଥିଲେ। ଏଥିରେ ପ୍ରୋଫେଟ୍‌ ମହମ୍ମଦଙ୍କ ସମ୍ପର୍କରେ ଅପମାନଜନକ ଭାଷା ବ୍ୟବହାର କରାଯାଇଥିଲା। ଏହାକୁ ନେଇ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ଉତ୍ତ୍ୟକ୍ତ ହୋଇଥିଲେ। କେତେଜଣ ଲୋକ ରାତି ୧ଟାରେ ବିଧାୟକଙ୍କ ଘରକୁ ଟାର୍ଗେଟ କରି ସେଠାରେ ଥିବା ଗାଡ଼ିଗୁଡ଼ିକୁ ଜାଳିଦେଇଥିଲେ। ପରେ ସେମାନେ ଡିଜେ ହାଲ୍ଲି ଥାନାକୁ ଯାଇ ଭଙ୍ଗାରୁଜା ଓ ଜଳାପୋଡ଼ା କରିଥିଲେ। ପ୍ରାୟ ୧ ହଜାର ଲୋକ ଏହି ଦଙ୍ଗାରେ ସମ୍ପୃକ୍ତ ଥିବା ପୋଲିସ କହିଛି। ସେମାନଙ୍କ ମଧ୍ୟରୁ ୧୧୦ ଜଣଙ୍କୁ ଗିରଫ କରାଯାଇଛି।
ଗୃହମନ୍ତ୍ରୀ ବାସବରାଜ ବୋମାଇ ଦଙ୍ଗା ଓ ରାହାଜାନିକୁ ଆଇନ ବିରୋଧୀ କହି ହିଂସା ନିୟନ୍ତ୍ରଣ ପାଇଁ କାର୍ଯ୍ୟାନୁଷ୍ଠାନ ନେବା ସକାଶେ ପୋଲିସକୁ ସ୍ବାଧୀନତା ଦିଆଯାଇଛି ବୋଲି କହିଥିଲେ। ଏହା ପରେ ବିଧାୟକ ଅଖଣ୍ଡ ଶ୍ରୀନିବାସ ମୂର୍ତ୍ତି ଶାନ୍ତି ବଜାୟ ରଖିବା ଲାଗି ମୁସଲିମ ସମ୍ପ୍ରଦାୟକୁ ଏକ ଭିଡିଓ ମେସେଜ୍‌ରେ ଅନୁରୋଧ କରିଥିଲେ। ବେଙ୍ଗାଲୁରୁ ପୋଲିସ କମିଶନର କମଳ ପନ୍ଥ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ତେବେ ତାଙ୍କ ହସ୍ତକ୍ଷେପ ସତ୍ତ୍ୱେ ଦଙ୍ଗାକାରୀମାନେ ତୁମୁଳକାଣ୍ଡ ଭିଆଇ ଚାଲିଥିଲେ। ପରେ ପୋଲିସ ପକ୍ଷରୁ ଟୁଇଟ୍‌ କରାଗଲା ଯେ, ଉତ୍ତ୍ୟକ୍ତ ଭିଡ଼କୁ ନିୟନ୍ତ୍ରଣକୁ ଆଣିବା ପାଇଁ ଲୁହବୁହା ବାଷ୍ପ ପ୍ରୟୋଗ ସହ ଲାଠିଚାର୍ଜ କରାଯାଇଛି ଏବଂ ଶେଷରେ ଗୁଳି ଚଳାଯାଇଛି। ପୋଲିସ ଗୁଳିରେ ୩ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିବା ପରେ ଡିଜେ ହାଲ୍ଲି ଏବଂ କେଜି ହାଲ୍ଲି ଥାନା ଅଞ୍ଚଳରେ ସ୍ଥିତି ଅଣାୟତ୍ତ ହୋଇଯାଇଥିଲା। ଲୋକେ ଟେକାପଥର ଫିଙ୍ଗିବା ସହ ପୋଲିସ ବିରୋଧରେ ସ୍ଲୋଗାନ ଦେଇଥିଲେ।
ଏନେଇ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା କହିଛନ୍ତି, ସରକାର ଏଭଳି ଉତ୍ତେଜନାମୂଳକ କାର୍ଯ୍ୟ ଓ ଗୁଜବକୁ ଆଦୌ ବରଦାସ୍ତ କରିବେ ନାହିଁ। ଦଙ୍ଗା ସୃଷ୍ଟିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଲୋକେ ଶାନ୍ତି ବଜାୟ ରଖନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି। ବିରୋଧୀ କଂଗ୍ରେସ ଓ ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍‌) ୟେଦୁରପ୍ପା ସରକାରଙ୍କୁ ସମର୍ଥନ କରି ସହରରେ ଶାନ୍ତି ପ୍ରତିଷ୍ଠା ଲାଗି ଉଦ୍ୟମ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୃଦ୍ଧାଙ୍କୁ ଆକ୍ରମଣ: ଘରେ ଏକୁଟିଆ ଥିବାବେଳେ ଟାଣି ନେଇ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମର ଏନ.କସ୍ତୁରୀ ରେଡ୍ଡୀ(୭୦)ଙ୍କୁ ତାଙ୍କ ପଡୋଶୀ ଭି.ଭିକି ରେଡ୍ଡୀ,ଭି. ମାମି ରେଡ୍ଡୀ…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଆକ୍ରମଣ: ୨ ଭାଇ ଗିରଫ, ଜାମିନ ଆବେଦନ ଖାରଜ ହେବାରୁ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ପାରିବାରିକ ହିଂସା ଘଟଣାରେ କେ.ନୂଆଗାଁ ଥାନା ନୂଆପଡ଼ା…

ଟିଏମ୍‌ସି ନା ଭାଜପା: ଏଥର ପଶ୍ଚିମବଙ୍ଗରେ କିଏ କରିବ ଶାସନ, ଚମକାଇଲା ଜନମତ ସର୍ଭେ

ନୂଆଦିଲ୍ଲୀ,୬।୪: ଚଳିତ ବର୍ଷ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିମଧ୍ୟରୁ ପଶ୍ଚିମବଙ୍ଗ ଏବଂ ଆସାମରେ ବିଧାନସଭା ନିର୍ବାଚନ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ…

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଆକ୍ରମଣ: ଲୁଟିନେଲେ ରୁପା ଅଳଙ୍କାର

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋର, ଲୁଟେରାମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୁଟେରାଙ୍କ ଏଭଳି କାର୍ଯ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ମମିତାଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଚାରିଆଡ଼ୁ ମିଳୁଛି ଶୁଭେଚ୍ଛା

ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

ଓଡ଼ିଆ ପକ୍ଷ ଅବସରରେ ଝାଡୁ ମାରି ସଫାକଲେ ପ୍ରଶାସନିକ ଅଧିକାରୀ

ପାଟଣା,୬।୪(ବୀର କିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଥିବାବେଳେ ସୋମବାର କେନ୍ଦୁଝର ଜିଲା ପାଟଣା ବ୍ଲକର ରାଜନଗର ରଘୁନାଥ ଜିଉ ମଠ, ଟାଙ୍ଗରପଡ଼ା ମଠ, ଭୀମକୁଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri