ପ୍ରଶ୍ୱାସରେ ମାଇକ୍ରୋପ୍ଲାଷ୍ଟିକ୍‌

ଓ୍ବାଶିଂଟନ୍‌,୨୨।୬,ଜ୍ୟୋର୍ତିମୟୀ ସେଠୀ: ଦୈନନ୍ଦିନ ଜୀବନରେ ପ୍ଳାଷ୍ଟିକ୍‌ର ବ୍ୟବହାର ବଢ଼ିଚାଲିଛି। ଫଳରେ ପୁନଃଚକ୍ରଣ ହୋଇପାରୁ ନ ଥିବା ପ୍ଲାଷ୍ଟିକ୍‌ ବର୍ଷ ବର୍ଷ ଧରି ଗୋଟିଏ ସ୍ଥାନରେ ଜମା ହୋଇ ମାଇକ୍ରୋ ବା ଅତି କ୍ଷୁଦ୍ର ପ୍ଲାଷ୍ଟିକ୍‌ରେ ପରିଣତ ହେଉଛି। ଏହି ଅତି କ୍ଷୁଦ୍ର କଣିକା ସ୍ଥଳଭାଗରୁ ଜଳଭାଗ ଓ ବାୟୁମଣ୍ଡରେ ଘୂରିବୁଲୁଛି। ମନୁଷ୍ୟ ଶ୍ୱାସକ୍ରିୟାରେ ବ୍ୟବହାର କରୁଥିବା ବାୟୁ ମଣ୍ଡଳର ଅମ୍ଳଜାନ ଜରିଆରେ ଏହା ଶରୀରରେ ଜମା ହେଉଥିବା ଏକ ଅଧ୍ୟୟନ ରିପୋର୍ଟରେ କୁହାଯାଇଛି। ଗୋଟିଏ ଘଣ୍ଟାର ପ୍ରଶ୍ୱାସରେ ମନୁଷ୍ୟ ୧୬.୨ ଖଣ୍ଡ ମାଇକ୍ରୋପ୍ଲାଷ୍ଟିକ୍‌ ଗ୍ରହଣ କରିଥାଏ। ସେହିପରି ସପ୍ତାହକ ମଧ୍ୟରେ ମନୁଷ୍ୟ ଶରୀରରେ ଗୋଟିଏ କ୍ରେଡିଟ୍‌ କାର୍ଡ ପରିମାଣର ମାଇକ୍ରୋପ୍ଲାଷ୍ଟିକ୍‌ ପ୍ରବେଶ କରୁଥିବା ଅଷ୍ଟ୍ରେଲିଆ ୟୁନିଭର୍ସିଟି ବୈଜ୍ଞାନିକମାନେ କହିଛନ୍ତି।
ଜର୍ନାଲ ଫିଜିକ୍ସ ଅଫ୍‌ ଫ୍ଲୁଇଡ୍‌ରେ ପ୍ରକାଶ ପାଇଥିବା ଅଧ୍ୟୟନ ରିପୋର୍ଟ ଅନୁସାରେ, ବାୟୁ ମଣ୍ଡଳରେ ଥିବା ମାଇକ୍ରୋ ପ୍ଲାଷ୍ଟିକ୍‌ କିପରି ଭାବେ ମନୁଷ୍ୟ ଶରୀରକୁ ପ୍ରବେଶ କରୁଛି ତା’ ବିଷୟରେ ଜାଣିବା ଲାଗି ବୈଜ୍ଞାନିକମାନେ କମ୍ପ୍ୟୁଟର ମଡେଲ୍‌ର ବ୍ୟବହାର କରିଛନ୍ତି। ମାଇକ୍ରୋ ପ୍ଲାଷ୍ଟିକ୍‌ର ଆକାର ୫ ମିଲିମିଟରରୁ ମଧ୍ୟ କମ୍‌। କିନ୍ତୁ ମନୁଷ୍ୟ ପ୍ରଶ୍ୱାସରେ ନାକ ଓ ଗଳା ମଧ୍ୟରେ ପ୍ରବେଶ କରୁଥିବା କ୍ଷୁଦ୍ର ପ୍ଲାଷ୍ଟିକ୍‌ର ଆକାର ୫.୫୬ ମାଇକ୍ରନ୍ସ ଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଶ୍ୱାସକ୍ରିୟା ଜରିଆରେ ମନୁଷ୍ୟ ଶରୀର ଭିତରେ ମାଇକ୍ରୋ ପ୍ଲାଷ୍ଟିକ୍‌ ପ୍ରବେଶ କରୁଥିବା ପ୍ରଥମ କରି ୨୦୨୨ରେ ଜଣାପଡ଼ିଥିଲା, ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଥିବା ୟୁନିଭର୍ସିଟି ଅଫ୍‌ ଟେକ୍‌ନୋଲୋଜି ସିଡ୍‌ନୀର କୋ-ଅଥର୍‌ ମହମ୍ମଦ ଏସ୍‌. ଇସ୍‌ଲାମ କହିଛନ୍ତି। ମାଇକ୍ରୋ ପ୍ଲାଷ୍ଟିକ୍‌ ମନୁଷ୍ୟ ଶରୀରର ବହୁତଗୁଡ଼ିଏ କ୍ଷତି ଘଟାଇପାରିବ। ମନୁଷ୍ୟ ଶରୀରର କୋଷିକା ନଷ୍ଟ କରିବା ସହ ଅଙ୍ଗ, ପ୍ରତ୍ୟଙ୍ଗରେ ଜମା ହୋଇ ଏହାର କାର୍ଯ୍ୟରେ ବାଧା ସୃଷ୍ଟି କରିବ। ଅନ୍ୟପକ୍ଷ ଇନ୍‌ଫେକ୍ସନ ଜରିଆରେ ଶରୀରରେ ବହୁତ ରୋଗ ସୃଷ୍ଟି କରିବ। ମାଇକ୍ରୋ ପ୍ଲାଷ୍ଟିକ୍‌ ଜଳଚର ପ୍ରାଣୀମାନଙ୍କ ଜୀବନ ପାଇଁ ବିପଦ ସାଜିଥିବାବେଳେ ଏହାକୁ ଦୃଷ୍ଟିରେ ରଖି ମନୁଷ୍ୟ ସଚେତନ ଓ ସତର୍କ ରହିବାର ଆବଶ୍ୟତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri