Posted inଜାତୀୟ

ଭାରତର ସବୁ ଲୁଣ, ଚିନିରେ ମାଇକ୍ରୋପ୍ଲାଷ୍ଟିକ୍‌

ନୂଆଦିଲ୍ଲୀ, ୧୪।୮:ଭାରତୀୟ ବଜାରରେ ବିକ୍ରି ହେଉଥିବା ସମସ୍ତ ବ୍ରାଣ୍ଡ୍‌ର ଲୁଣ ଏବଂ ଚିନିରେ କ୍ଷୁଦ୍ର ପ୍ଲାଷ୍ଟିକ୍‌ କଣିକା(ମାଇକ୍ରୋପ୍ଲାଷ୍ଟିକ୍‌) ରହିଛି। ବଡ଼ ବ୍ରାଣ୍ଡ୍‌ ହେଉ ଅବା ଛୋଟ ବ୍ରାଣ୍ଡ୍‌, ପ୍ୟାକେଟରେ ବିକ୍ରି ହେଉ ଅବା ଖୋଲାରେ ମିଳୁଥିବା ସମସ୍ତ ପ୍ରକାରର ଲୁଣ ଏବଂ ଚିନିରେ ମାଇକ୍ରୋପ୍ଲାଷ୍ଟିକ୍‌ର ଉପସ୍ଥିତି ରହିଛି। ପରିବେଶ ଗବେଷଣା ସଙ୍ଗଠନ ଟକ୍ସିକ୍ସ ଲିଙ୍କ ପକ୍ଷରୁ ମଙ୍ଗଳବାର ପ୍ରକାଶ ପାଇଥିବା ‘ମାଇକ୍ରୋପ୍ଲାଷ୍ଟିକ୍ସ ଇନ୍‌ ସଲ୍ଟ ଆଣ୍ଡ ସୁଗାର’ ଶୀର୍ଷକ ଏକ ଅଧ୍ୟୟନରୁ ଏହି ତଥ୍ୟ ଜଣାପଡ଼ିଛି। ଉକ୍ତ ସିଦ୍ଧାନ୍ତରେ ପହଞ୍ଚିବା ପାଇଁ ଟକ୍ସିକ୍ସ ଲିଙ୍କ ପକ୍ଷରୁ ଟେବଲ ସଲ୍ଟ, ରକ୍‌ ସଲ୍ଟ, ସି ସଲ୍ଟ, ଲୋକାଲ ର ସଲ୍ଟ ଆଦି ୧୦ ପ୍ରକାରର ଲୁଣ ଉପରେ ଅଧ୍ୟୟନ କରାଯାଇଥିଲା। ସେହିପରି ଅନ୍‌ଲାଇନ ଏବଂ ସ୍ଥାନୀୟ ବଜାରରୁ କିଣାଯାଇଥିବା ୫ ପ୍ରକାର ଲେଖାଏ ଚିନିକୁ ମଧ୍ୟ ପରୀକ୍ଷା କରାଯାଇଥିଲା। ଅଧ୍ୟୟନରେ ଲୁଣ ଏବଂ ଚିନିର ସମସ୍ତ ନମୁନାରେ କ୍ଷୁଦ୍ର ପ୍ଲାଷ୍ଟିକ୍‌ କଣିକାର ଉପସ୍ଥିତି ସାମ୍‌ନାକୁ ଆସିଥିଲା। ଭାରତୀୟ ବଜାରରେ ଉପଲବ୍ଧ ଥିବା ଲୁଣ ଏବଂ ଚିନି ମଧ୍ୟରେ ମାଇକ୍ରୋପ୍ଲାଷ୍ଟିକ୍‌ଗୁଡ଼ିକ ଫାଇବର, ପେଲେଟ, ଫିଲ୍ମ ଏବଂ ଫ୍ରାଗମେଣ୍ଟ୍‌ ଆଦି ବିଭିନ୍ନ ରୂପରେ ରହିଥିବା ଉକ୍ତ ଅଧ୍ୟୟନ ପ୍ରକାଶ କରିଛି। ତେବେ ଏହି କ୍ଷୁଦ୍ର ପ୍ଲାଷ୍ଟିକ କଣିକାଗୁଡ଼ିକର ଆକାର ୦.୧ ମିଲିିମିଟରରୁ ୫ ମିଲିମିଟର ପର୍ଯ୍ୟନ୍ତ ରହିଛି। ଅଧ୍ୟୟନ ଅନୁଯାୟୀ, ଆୟୋଡିନଯୁକ୍ତ ଲୁଣରେ ସର୍ବାଧିକ ମାତ୍ରାରେ ମାଇକ୍ରୋପ୍ଲାଷ୍ଟିକ୍‌ ରହିଛି। ବହୁ ରଙ୍ଗର ପତଳା ଫାଇବର ଏବଂ ଫିଲ୍ମ ଆକାରରେ କ୍ଷୁଦ୍ର ପ୍ଲାଷ୍ଟିକ କଣିକାଗୁଡ଼ିକ ଆୟୋଡିନଯୁକ୍ତ ଲୁଣ ମଧ୍ୟରେ ଥିବା ଅଧ୍ୟୟନରେ ଉଲ୍ଲେଖ କରାଯାଇଛି। ତେବେ ପରୀକ୍ଷା କରାଯାଇଥିବା ଲୁଣ ନମୁନାରେ ମାଇକ୍ରୋପ୍ଲାଷ୍ଟିକର ସାନ୍ଦ୍ରତା କିଲୋଗ୍ରାମ ପ୍ରତି ୬.୭୦ରୁ ୮୯.୧୫ ଖଣ୍ଡ ମଧ୍ୟରେ ରହିଛି। ଆୟୋଡିନଯୁକ୍ତ ଲୁଣରେ ମାଇକ୍ରୋପ୍ଲାଷ୍ଟିକର ସାନ୍ଦ୍ରତା ସର୍ବାଧିକ କିଲୋଗ୍ରାମ ପ୍ରତି ୮୯.୧୫ ଖଣ୍ଡ ରହିଛି। ସେହିପରି ଅର୍ଗାନିକ ରକ୍‌ ସଲ୍ଟରେ କ୍ଷୁଦ୍ର ପ୍ଲାଷ୍ଟିକ କଣିକାର ସାନ୍ଦ୍ରତା ସର୍ବନିମ୍ନ କିଲୋଗ୍ରାମ ପ୍ରତି ୬.୭୦ ଖଣ୍ଡ ରହିଛି। ଅନ୍ୟପକ୍ଷରେ ଚିନି ନମୁନାଗୁଡ଼ିକରେ ମାଇକ୍ରୋପ୍ଲାଷ୍ଟିକର ସାନ୍ଦ୍ରତା କିଲୋଗ୍ରାମ ପ୍ରତି ୧୧.୮୫ରୁ ୬୮.୨୫ ଖଣ୍ଡ ମଧ୍ୟରେ ରହିଛି। ଅଣଜୈବିକ ଚିନିରେ ମାଇକ୍ରୋପ୍ଲାଷ୍ଟିକ୍‌ର ସାନ୍ଦ୍ରତା ସର୍ବାଧିକ ରହିଛି।
ମାଇକ୍ରୋପ୍ଲାଷ୍ଟିକ ଉପରେ ରହିଥିବା ବୈଜ୍ଞାନିକ ଡେଟାବେସ୍‌କୁ ଆହୁରି ମଜଭୁତ କରିବା ଏହି ଅଧ୍ୟୟନର ଉଦ୍ଦେଶ୍ୟ ବୋଲି ଟକ୍ସିକ୍ସ ଲିଙ୍କ୍‌ର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ରବି ଅଗ୍ରଓ୍ବାଲ କହିଛନ୍ତି। ଏହାଦ୍ୱାରା ‘ବୈଶ୍ୱିକ ପ୍ଲାଷ୍ଟିକ୍‌ ଚୁକ୍ତି’ କ୍ଷୁଦ୍ର ପ୍ଲାଷ୍ଟିକ କଣିକା ସମ୍ବନ୍ଧିତ ସମସ୍ୟାକୁ ଅଧିକ ଧ୍ୟାନଦେଇ ଠୋସ୍‌ ଭାବେ ସମାଧାନ କରିପାରିବ ବୋଲି ସେ କହିଛନ୍ତି। ଟକ୍ସିକ୍ସ ଲିଙ୍କ୍‌ର ସହଯୋଗୀ ନିର୍ଦ୍ଦେଶକ ସତୀଶ ସିହ୍ନା କହିଛନ୍ତି, ଅଧ୍ୟୟନରେ ପରୀକ୍ଷା କରାଯାଇଥିବା ସମସ୍ତ ବ୍ରାଣ୍ଡ୍‌ର ଚିନି ଏବଂ ଲୁଣରୁ ବହୁମାତ୍ରାରେ କ୍ଷୁଦ୍ର ପ୍ଲାଷ୍ଟିକ୍‌ କଣିକାର ସନ୍ଧାନ ମିଳିଛି, ଯାହା ଅତ୍ୟନ୍ତ ଚିନ୍ତାଜନକ। ମାନବ ସ୍ବାସ୍ଥ୍ୟ ଉପରେ ମାଇକ୍ରୋପ୍ଲାଷ୍ଟିକ୍‌ର ଦୀର୍ଘ ମିଆଦୀ ପ୍ରଭାବ ନେଇ ବ୍ୟାପକ ଗବେଷଣାର ଆବଶ୍ୟକତା ରହିଥିବା ଉକ୍ତ ଅଧ୍ୟୟନରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri