ମିଆଁ ବାଇ ତନିସ୍କର ନୂତନ ଷ୍ଟୋର

ସମ୍ବଲପୁର,୩ା୮(ବି.ଶଙ୍କର): ମିଆଁ ବାଇ ତନିସ୍କର ନୂତନ ଷ୍ଟୋର ସମ୍ବଲପୁର ସହର ବୁଢ଼ାରଜା-ଅଇଁଠାପାଲି ରାସ୍ତାରେ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି ା ତନିସ୍କ ଫାଇନାନ୍ସ ମୁଖ୍ୟ ବିକ୍ରମ ରେଡ୍ଡୀ ଅତିଥି ଭାବେ ଯୋଗଦେଇ ସ୍ବତନ୍ତ୍ର ଷ୍ଟୋର୍‌କୁ ଶୁଭାରମ୍ଭ କରିଥିଲେ। ବ୍ୟବସାୟ ସହଯୋଗୀ ମଞ୍ଜିତ୍‌ ସିଂ ନୂତନ ଭାବେ ଉଦ୍‌ଘାଟିତ ଷ୍ଟୋର୍‌ ଶୁଭାରମ୍ଭ କାର୍ଯ୍ୟ ପରିଚାଳନା କରିଥିଲେ। ଭାରତର ମୂଲ୍ୟବାନ୍‌ ସୂକ୍ଷ୍ମ ଅଳଙ୍କାର ବ୍ରାଣ୍ଡ ମଧ୍ୟରୁ ମିଆଁ ବାଇ ତନିସ୍କ ଅନ୍ୟତମ। ଗ୍ରାହକଙ୍କ ଋଚିକୁ ଦୃଷ୍ଟିରେ ରଖି ସମ୍ବଲପୁର ସହରରେ ଏହାର ପ୍ରଥମ ସ୍ବତନ୍ତ୍ର ଷ୍ଟୋର ଆରମ୍ଭ କରାଇପାରିଛି। ଏହି ଷ୍ଟୋର୍‌ର ସମୁଦାୟ କ୍ଷେତ୍ର ୧୦୫୦ ବର୍ଗ ଫୁଟ ରହିଛି। ଅଳଙ୍କାରଗୁଡ଼ିକ ବିଭିନ୍ନ ରଙ୍ଗର ପଥରରେ ଖଚିତ ହୋଇ ଗ୍ରାହକମାନଙ୍କୁ ଆକୃଷ୍ଟ କରିଛି। ସୁନା, ହୀରା ଏବଂ ରୁପାର କାନଫୁଲ, ବ୍ରେସ୍‌ଲେଟ୍‌, ହାର, ଆଙ୍ଗୁଠି ମୁଦି, ମଙ୍ଗଳସୂତ୍ର ଏବଂ ଅନ୍ୟାନ୍ୟ ନୂତନ ଡିଜାଇନ୍‌ଗୁଡିକ ଶୋ’ରୁମ୍‌ରେ ଉପଲବ୍ଧ ରହିଛି, ଯାହା ଗ୍ରାହକଙ୍କ ପସନ୍ଦକୁ ପୂରଣ କରିଛି ା ଅଳଙ୍କାରଗୁଡିକ ବେଶ୍‌ ମନଲୋଭା ଓ ଚମତ୍କାର ହୋଇଛି। ମିଆଁ ବାଇ ତନିସ୍କ ଷ୍ଟୋର୍‌ରେ ଗ୍ଲୋ ଉଇଥ୍‌ ପ୍ଲୋ, ଗ୍ଲୋ ଏବଂ କ୍ୟୁପିଡ୍‌ ଏଡିଟ୍‌ ଡିଜାଇନ୍‌ର କଲେକ୍ସନ ରହିଛି। ୧୪ କ୍ୟାରେଟ ସୁନାରେ ନିର୍ମିତ ୨୦୦ରୁ ଅଧିକ ଡିଜାଇନ୍‌ର ଅତ୍ୟାଧୁନିକ ଅଳଙ୍କାର ଗ୍ରାହକଙ୍କୁ ଆକୃଷ୍ଟ କରିବ। ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ ସର୍କଲ ବିଜ୍‌ନେସ୍‌ ମ୍ୟାନେଜର ଅରିନ୍ଦମ ପ୍ରମାଣିକ କହିଛନ୍ତି, ସମ୍ବଲପୁର ଏକ ସମୃଦ୍ଧ ସହର। ଆମେ ଆଧୁନିକ ତଥା ଫ୍ୟାଶନେବଲ ମହିଳାମାନଙ୍କୁ ଏକ ଅଦ୍ୱିତୀୟ ସୂକ୍ଷ୍ମ ଅଳଙ୍କାର ଯୋଗାଇଦେବାକୁ ଲକ୍ଷ୍ୟ ରଖିଛୁ। ପ୍ରକୃତରେ ପ୍ରମୁଖ ବଜାର ଭାବେ ଓଡ଼ିଶା ଓ ସମ୍ବଲପୁର ପ୍ରତି ଆମର ପ୍ରତିବଦ୍ଧତା ରହିଛି ା ଏହାକୁ ଦୃଷ୍ଟିରେ ରଖି ଆମେ ମିଆଁ ବାଇ ତନିସ୍କ ଷ୍ଟୋର୍‌ ଶୁଭାରମ୍ଭ କରିଛୁ। ଅଗଷ୍ଟ ୪ ପର୍ଯ୍ୟନ୍ତ ଗ୍ରାହକମାନଙ୍କ ଲାଗି ବିଭିନ୍ନ ଅଫର ରହିଛି ବୋଲି ପ୍ରମାଣିକ କହିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?