ଏମ୍‌ଜି ପକ୍ଷରୁ ‘ଆଡ୍‌ଭାନ୍ସଡ୍‌ ଗ୍ଲୋଷ୍ଟର୍‌’ ଉନ୍ମୋଚିତ

ନୂଆଦିଲ୍ଲୀ,୬ା୯: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ମୋରିସ ଗ୍ୟାରେଜ (ଏମ୍‌ଜି)ର ବହୁ ପ୍ରତୀକ୍ଷିତ ଆଡ୍‌ଭାନ୍ସଡ୍‌ ଗ୍ଲୋଷ୍ଟର୍‌ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏମ୍‌ଜି ମୋଟର ପକ୍ଷରୁ ନିକଟରେ ‘ଆଡ୍‌ଭାନ୍ସଡ୍‌ ଗ୍ଲୋଷ୍ଟର୍‌’ର ସର୍ବଭାରତୀୟସ୍ତରରେ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଭାରତର ପ୍ରଥମ ଅଟୋନୋମସ୍‌ (ଲେଭେଲ୍‌-୧) ପ୍ରିମିୟମ ଏସ୍‌ୟୁଭି ଏବେ ନୂଆ ଓ ଆଡ୍‌ଭାନ୍ସଡ୍‌ ସେଫ୍ଟି, ଷ୍ଟାଇଲ୍‌ ଓ ଟେକ୍ନୋଲୋଜି ଏନ୍‌ହାନ୍ସମେଣ୍ଟ ସହ ଆସିଛି। ଗ୍ଲୋଷ୍ଟର୍‌ର ଆଡ୍‌ଭାନ୍ସଡ୍‌ ଡ୍ରାଇଭର ଆସିଷ୍ଟ ସିଷ୍ଟମ (ଏଡିଏଏସ୍‌)ରେ ଡୋର୍‌ ଓପନ୍‌ ୱାର୍ନିଂ (ଡିଓଡବ୍ଲ୍ୟୁ), ରିୟର କ୍ରସ୍‌ ଟ୍ରାଫିକ୍‌ ଆଲର୍ଟ (ଆର୍‌ସିଟିଏ) ଓ ଲେନ୍‌ ଚେଞ୍ଜ୍‌ ଆସିଷ୍ଟ (ଏଲ୍‌ସିଏ) ଭଳି ଅତିରିକ୍ତ ଫିଚର ରହିଛି। ୩୦ଟି ଷ୍ଟାଣ୍ଡାର୍ଡ ସେଫ୍ଟି ଫିଚର ସହ ଅନ୍ତର୍ଭୁକ୍ତ ନୂଆ ଫିଚରଗୁଡିକ ଆଡ୍‌ଭାନ୍ସଡ୍‌ ଗ୍ଲୋଷ୍ଟର୍‌କୁ ଏକ ସୁରକ୍ଷିତ ଓ ସୁଗମ ଡ୍ରାଇଭ୍‌ରେ ପରିଣତ କରିଛି। ନୂଆକରି ଶୁଭାରମ୍ଭ ହୋଇଥିବା ‘ଡିପ୍‌ ଗୋଲ୍ଡେନ୍‌’ ରଙ୍ଗ ବିକଳ୍ପରେ ଏହାକୁ ଏବେ ପ୍ରଦାନ କରାଯାଉଛି, ଯାହା ଏସ୍‌ୟୁଭିର ବିଳାସପୂର୍ଣ୍ଣ ଆବେଦନକୁ ଉନ୍ନତ କରୁଛି। ଏହା ପୂର୍ବରୁ ବିଦ୍ୟମାନ ଥିବା ମେଟାଲ ବ୍ଲାକ୍‌, ମେଟାଲ୍‌ ଆଶ୍‌ ଓ ୱାର୍ମ ହ୍ବାଇଟ୍‌
ରଙ୍ଗରେ ସାମିଲ ରହିଛି। ଏମ୍‌ଜି ମୋଟର ଇଣ୍ଡିଆର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ରାଜୀବ ଛାବା କହିଛନ୍ତି, ଏଥିରେ ବୈଷୟିକ ବ୍ୟାଘାତ, କ୍ରମାଗତ ବିବର୍ତ୍ତନ ଓ ସର୍ବୋତ୍ତମ ଶ୍ରେଣୀର ଗ୍ରାହକ ଅଭିଜ୍ଞତା ଆଦି ଆମ ପାଇଁ ପ୍ରମୁଖ ପ୍ରାଥମିକତା । ଏହାର ପ୍ରାରମ୍ଭିକ ମୂଲ୍ୟ (ଏକ୍ସ ଶୋ’ରୁମ୍‌ ନୂଆଦିଲ୍ଲୀ) ୩୧.୯୯ ଲକ୍ଷ ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରପ୍ତାନି ୨.୨୫% ବୃଦ୍ଧି, ବାଣିଜ୍ୟ ନିଅଣ୍ଟ କମିଲା

ନୂଆଦିଲ୍ଲୀ,୧୬-୮: ଜୁଲାଇରେ ଦେଶର ରପ୍ତାନି ୨.୨୫ପ୍ରତିଶତ ବୃଦ୍ଧି ପାଇ ୨୬.୩୩ ବିଲିୟନ ଡଲାରରେ ପହଞ୍ଚତ୍ଛି ବୋଲି ସରକାରୀ ତଥ୍ୟରୁ ପ୍ରକାଶ। ଏହି ଅବଧିରେ ଦେଶର ଆମଦାନୀ...

ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମହଙ୍ଗା ଭତ୍ତା ୧୬୧.୨୨%

ଭୁବନେଶ୍ୱର,୨୯-୨(ବ୍ୟୁରୋ): ଦେଶର ଶିଳ୍ପ ଶ୍ରମିକଙ୍କ ଲାଗି ଉଦ୍ଦିଷ୍ଟ ହାରାହାରି ଖାଉଟି ମୂଲ୍ୟ ସୂଚୀ ଜାନୁୟାରୀରେ ଅପରିବର୍ତ୍ତିତ ୩୩୦ ପଏଣ୍ଟ ରହିଛି। ତାଳଚେର ଏବଂ ଅନୁଗୋଳରେ ଏହା...

ହିନ୍ଦୁ ଦେବଦେବୀଙ୍କୁ ଆମାଜନର ଅପମାନ: ସୋସିଆଲ ମିଡିଆରେ ବିରୋଧ

ନୂଆଦିଲ୍ଲୀ,୧୭।୫: ଇ-କମର୍ସ କମ୍ପାନୀ ଆମାଜନ ସୋସିଆଲ ମିଡିଆରେ ଲୋକଙ୍କ କ୍ରୋଧର ଶିକାର ହୋଇଛି। କମ୍ପାନୀର ଟଏଲେଟ ସିଟ ବିକ୍ରି ହେଉଥିବା ସ୍ଥାନରେ ଟଏଲେଟ କଭର୍‌ ଉପରେ...

ନିବେଶକଙ୍କ ସମ୍ପତ୍ତି ୨୫.୪୬ ଲକ୍ଷ କୋଟି ବୃଦ୍ଧି

ମୁମ୍ବାଇ: ଚଳିତ ଆର୍ଥତ୍କ ବର୍ଷର ପ୍ରଥମ ୩ ମାସରେ ପୁଞ୍ଜିବଜାର ନିବେଶକଙ୍କ ସମ୍ପତ୍ତି ୨୫.୪୬ ଲକ୍ଷ କୋଟି ଟଙ୍କା ବୃଦ୍ଧି ଘଟିଛି। ପୁଞ୍ଜିବଜାରରକୁ ନେଇ ନିବେଶକଙ୍କ...

ମୁଦ୍ରାସ୍ଫୀତି ଜୁନ୍‌ରେ ୩.୧୮%କୁ ବୃଦ୍ଧି

ନୂଆଦିଲ୍ଲୀ,୧୩।୭: ଖାଦ୍ୟଶସ୍ୟ, ଡାଲି, ମାଂସ, ମାଛ ଆଦି ପ୍ରୋଟିନଯୁକ୍ତ ଖାଦ୍ୟପଦାର୍ଥର ଦର ବୃଦ୍ଧି ଯୋଗୁ ଜୁନ୍‌ରେ ଖୁଚୁରା ମୁଦ୍ରାସ୍ଫୀତି ୩.୧୮ ପ୍ରତିଶତକୁ ବୃଦ୍ଧି ପାଇଛି। ସରକାରୀ...

ବେଦାନ୍ତର ବାଲ୍‌କୋ ମେଡିକାଲ ସେଣ୍ଟର ସହ ଓଡ଼ିଶା ସରକାରଙ୍କ ରାଜିନାମା

ଭୁବନେଶ୍ୱର,୪।୨ କେନ୍ଦ୍ରୀୟ ଭାରତର ଜଣାଶୁଣା କ୍ୟାନ୍‌ସର ହସ୍ପିଟାଲ ବେଦାନ୍ତର ବାଲ୍‌କୋ ମେଡିକାଲ ସେଣ୍ଟର(ବିଏମ୍‌ସି) ସହ ଓଡ଼ିଶା ସରକାର ନିକଟରେ ଏକ ରାଜିନାମା ସ୍ବାକ୍ଷର କରିଛନ୍ତି। ଏହି...

ସବୁ ରେକର୍ଡ ଭାଙ୍ଗିଲା ବିଟ୍‌ କଏନ୍‌

ନୂଆଦିଲ୍ଲୀ: କ୍ରିପ୍ଟୋ କରେନ୍ସି ବିଟ୍‌ କଏନ୍‌ ବୁଧବାର ସମସ୍ତ ରେକର୍ଡକୁ ଭାଙ୍ଗି ଦେଇଛି। ପ୍ରଥମଥର ଲାଗି ଏହି କ୍ରିପ୍ଟୋ କରେନ୍ସିର ମୂଲ୍ୟ ୨୦ ହଜାର ଡଲାର...

ଜିଏସ୍‌ଟି ପଞ୍ଜୀକରଣ କଡ଼ାକଡ଼ି କରିବାକୁ ପ୍ରସ୍ତାବ

ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ପଞ୍ଜୀକରଣ ଧାରାକୁ କଡ଼ାକଡ଼ି କରିବାକୁ ଜିଏସ୍‌ଟି ପରିଷଦର ଆଇନ ସଂକ୍ରାନ୍ତ କମିଟି ପ୍ରସ୍ତାବ ଦେଇଛି। ଜାଲ୍‌ ଇନଭଏସ୍‌ ଦ୍ୱାରା...

Advertisement
Archives

Model This Week