Mettle Meet 2025: ଫାଇନାଲ୍‌ରେ ହେବ କଡ଼ା ଟକ୍କର

ଭୁବନେଶ୍ୱର,୯।୮: ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଶନିବାର ରାଜ୍ୟସ୍ତରୀୟ କୁଇଜ୍‌ ପ୍ରତିଯୋଗିତାର ସପ୍ତମ ସଂସ୍କରଣ ‘ମେଟେଲ୍‌ ମିଟ୍‌-୨୦୨୫’ ଆରମ୍ଭ ହୋଇଛି। ସ୍ବସ୍ତି ପ୍ରିମିୟମ୍‌ ହୋଟେଲ୍‌ଠାରେ ଆୟୋଜିତ କୁଇଜ୍‌ର ଏହି ମହାକୁମ୍ଭରେ ପ୍ରିଲିମ୍ସ ରାଉଣ୍ଡ୍‌ରେ ଜୁନିୟର ବର୍ଗରେ ୩୯ଟି ଟିମ୍‌ ଓ ସିନିୟର ବର୍ଗରେ ୪୨ଟି ଟିମ୍‌ ଭାଗ ନେଇଥିଲେ। ସେଥି ମଧ୍ୟରୁ ଗ୍ରାଣ୍ଡ୍‌ ଫାଇନାଲ୍ସ ପାଇଁ ୮ଟି ଜୁନିୟର ଟିମ୍‌ ଏବଂ ୮ଟି ସିନିୟର ଟିମ୍‌ ମନୋନୀତ ହୋଇଛନ୍ତି। ରବିବାର ସେମାନଙ୍କ ମଧ୍ୟରେ କଡ଼ା ଟକ୍କର ହେବା ସହିତ ବିଜେତା ଚୟନ କରାଯିବ।

କୁଇଜ୍‌ର ଏହି ମହାକୁମ୍ଭକୁ ଲୋକପ୍ରିୟ କୁଇଜ୍‌ ମାଷ୍ଟର ଅଜୟ ପୁନିଆ ହୋଷ୍ଟ କରିଥିଲେ। ସେହିପରି କାର୍ଯ୍ୟକ୍ରମକୁ ମାନସୀ ମିଶ୍ର ସଂଯୋଜନା କରିଥିଲେ। ମେଟେଲ୍‌ ମିଟ୍‌ ଜୁନିଅର ବର୍ଗରେ ପୁରୀ, କଟକ, ଭୁବନେଶ୍ୱର, ଢେଙ୍କାନାଳ, ସମ୍ବଲପୁର, ରାଉରକେଲା ଓ ଅନୁଗୋଳ ଆଦି ଜିଲାର ଶିକ୍ଷାନୁଷ୍ଠାନରୁ ଛାତ୍ରୀଛାତ୍ର ଭାଗ ନେଇଥିଲେ। ସେହିପରି ସିନିୟର ଗ୍ରୁପ୍‌ରେ ଭୁବନେଶ୍ୱର, ରାୟଗଡ଼ା, ପୁରୀ, କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର, ବୁର୍ଲା ସମେତ ଖଡଗପୁର, ରାୟପୁର, ଝାଡ଼ଖଣ୍ଡ, କୋଲକାତା ଆଦି ରାଜ୍ୟ ବାହାରର ଶିକ୍ଷାନୁଷ୍ଠାନରୁ ଛାତ୍ରୀଛାତ୍ର ଭାଗ ନେଇଥିଲେ। ପ୍ରଥମ ଦିନରେ ଏମାନଙ୍କୁ ନେଇ ପ୍ରିଲିମ୍ସ ରାଉଣ୍ଡ୍‌ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଥମେ ଜୁନିୟର ଏବଂ ପରେ ସିନିୟର ବର୍ଗର ପିଲାଙ୍କୁ ନେଇ ପ୍ରତିଯୋଗିତା ହୋଇଥିଲା। ପ୍ରତିଯୋଗୀମାନଙ୍କୁ ମୋଟ୍‌ ୩୫ଟି ଲେଖାଏ ପ୍ରଶ୍ନର ସାମ୍ନା କରିବାକୁ ପଡିଥିଲା। ଏଥିରେ ସାଧାରଣଜ୍ଞାନ ସହିତ ଅଡିଓ ଭିଜୁଆଲ୍‌ ପ୍ରଶ୍ନ ରହିଥିଲା।

ଜୁନିୟର ଫାଇନାଲିଷ୍ଟ
-କିଟ୍‌ ଇଣ୍ଟରନ୍ୟାଶନାଲ ସ୍କୁଲ, ଭୁବନେଶ୍ୱର
-ସେଣ୍ଟ ପଲ୍ସ ସ୍କୁଲ, ରାଉରକେଲା
-ଲୟୋଲା ସ୍କୁଲ, ଭୁବନେଶ୍ୱର,
-ଡିଏଭି ପବ୍ଲିକ ସ୍କୁଲ, ସିଡିଏ, କଟକ
– ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ, ଭୁବନେଶ୍ୱର
– ଡିଏଭି ପବ୍ଲିକ ସ୍କୁଲ, କଳିଙ୍ଗନଗର
-ଭୁବନେଶ୍ୱର ମଡେଲ ପବ୍ଲିକ୍‌ ସ୍କୁଲ, ଭୁବନେଶ୍ୱର
-ଡିଏଭି ପବ୍ଲିକ ସ୍କୁଲ, ୟୁନିଟ-୮, ଭୁବନେଶ୍ୱର

ସିନିୟର ଫାଇନାଲିଷ୍ଟ
-ଆଇଆଇଏମ, କୋଲକାତା
-ଏମ୍ସ, ଭୁବନେଶ୍ୱର
-ଆଇଆଇଟି, ଖଡଗପୁର
-କିଟ୍‌ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର
-ନାଇଜର, ଜଟଣୀ, ଖୋର୍ଦ୍ଧା
-ଏକ୍ସଏଲଆରଆଇ, ଜାମସେଦପୁର, ଝାଡଖଣ୍ଡ
-ନ୍ୟାଶନାଲ ଲ’ ୟୁନିର୍ଭରସିଟି, କଟକ
-ଭିମ୍‌ସାର, ବୁର୍ଲା, ସମ୍ବଲପୁର

 

Share