ଆଜି ଗ୍ରାଣ୍ଡ୍‌ ଫାଇନାଲ୍ସ: ରେଜିଷ୍ଟ୍ରେଶନ ଆରମ୍ଭ

ଭୁବନେଶ୍ୱର,୧୦।୮:ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଶନିବାର ରାଜ୍ୟସ୍ତରୀୟ କୁଇଜ ପ୍ରତିଯୋଗିତାର ସପ୍ତମ ସଂସ୍କରଣ ‘ମେଟଲ ମିଟ-୨୦୨୫’ ଗ୍ରାଣ୍ଡ ଫାଇନାଲ ଆରମ୍ଭ ହୋଇଛି। ସ୍ବସ୍ତି ପ୍ରିମିୟମ ହୋଟେଲ୍ଠାରେ ଆୟୋଜିତ କୁଇଜରେ ଏହି ମହାକୁମ୍ଭରେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟରୁ ମୋଟ ୮୧ଟି ଟିମ ଅଂଶଗ୍ରହଣ କରିଥିଲେ। ପ୍ରିଲିମ୍ସ ରାଉଣ୍ଡ୍ର ଜୁନିୟର ବର୍ଗରେ ୩୯ ଓ ସିନିୟର ବର୍ଗରେ ୪୨ ଟିମ ଭାଗ ନେଇଥିଲେ। ସେଥିମଧ୍ୟରୁ ଗ୍ରାଣ୍ଡ ଫାଇନାଲ୍ସ ପାଇଁ ଉଭୟ ବର୍ଗରୁ ୮ଟି ଲେଖାଏ ଟିମ ମନୋନୀତ ହୋଇଛନ୍ତି। ତେବେ ଆଜି ଗ୍ରାଣ୍ଡ ଫାଇନାଲରେ ହେବ କଡ଼ା ଟକ୍କର।

ଦିନ ୧୨ଟାରୁୁ ଏହି କୁଇଜ ମହାକୁମ୍ଭ ପାଇଁ ରେଜିଷ୍ଟ୍ରେଶନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପ୍ରିଲିମରୁ ମନୋନୀତ ହୋଇଥିବା ୮ଟି ଲେଖାଏ ସିନିୟର ଓ ଜୁନିୟର ଟିମ୍‌ ମଧ୍ୟରେ ହେବ କଡା ଟକ୍କର। ରେଜିଷ୍ଟ୍ରେଶନ ପରେ ଦିନ ୨ଟାରୁ ଗ୍ରାଣ୍ଡ ଫାଇନାଲ ଆରମ୍ଭ ହେବ।

ଜୁନିୟର ଫାଇନାଲିଷ୍ଟସ

କିଟ ଇଣ୍ଟରନ୍ୟାଶନାଲ ସ୍କୁଲ, ଭୁବନେଶ୍ୱର
ସେଣ୍ଟ ପଲ୍ସ ସ୍କୁଲ, ରାଉରକେଲା
ଲୟୋଲା ସ୍କୁଲ, ଭୁବନେଶ୍ୱର
ଡିଏଭି ପବ୍ଲିକ ସ୍କୁଲ, ସିଡିଏ, କଟକ
ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ, ଭୁବନେଶ୍ୱର
ଡିଏଭି ପବ୍ଲିକ ସ୍କୁଲ, କଳିଙ୍ଗନଗର
ଭୁବନେଶ୍ୱର ମଡେଲ ପବ୍ଲିକ ସ୍କୁଲ, ଭୁବନେଶ୍ୱର
ଡିଏଭି ପବ୍ଲିକ ସ୍କୁଲ, ୟୁନିଟ-୮, ଭୁବନେଶ୍ୱର

ସିନିୟର ଫାଇନାଲିଷ୍ଟସ

ଆଇଆଇଏମ, କୋଲ୍କାତା
ଏମ୍ସ, ଭୁବନେଶ୍ୱର
ଆଇଆଇଟି, ଖଡ଼ଗପୁର
କିଟ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର
ନାଇଜର, ଜଟଣୀ, ଖୋର୍ଦ୍ଧା
ଏକ୍ସଏଲଆର୍‌ଆଇ, ଜାମସେଦ୍ପୁର, ଝାଡ଼ଖଣ୍ଡ
ନ୍ୟାଶନାଲ ଲ’ ୟୁନିଭରସିଟି, କଟକ
ଭିମ୍ସାର, ବୁର୍ଲା, ସମ୍ବଲପୁର