ଆରମ୍ଭ ହେଲା କୁଇଜ୍‌ର ମହାକୁମ୍ଭ ‘ମେଟଲ ମିଟ୍‌ ୨୦୨୪’

ଭୁବନେଶ୍ୱର,୩।୮: ଆରମ୍ଭ ହୋଇଛି କୁଇଜର ମହାକୁମ୍ଭ ‘ମେଟଲ ମିଟ୍‌ ୨୦୨୪’। ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ପ୍ରତିବର୍ଷ ଆୟୋଜିତ ହେଉଥିବା କୁଇଜର ମହାକୁମ୍ଭ ‘ମେଟଲ ମିଟ’ ଚଳିତବର୍ଷ ତା’ର ଷଷ୍ଠ ସଂସ୍କରଣ ଶନିବାର ୧୧.୩୦ରେ ଆରମ୍ଭ ହୋଇଛି। ଭୁବନେଶ୍ୱରସ୍ଥିତ କ୍ରିଷ୍ଟାଲ କ୍ରାଉନ ହୋଟେଲରେ ହେବାକୁ ଥିବା ଏହି ରାଜ୍ୟସ୍ତରୀୟ କୁଇଜ ପ୍ରତିଯୋଗିତା ଦୁଇଦିନ ଧରି ଅନୁଷ୍ଠିତ ହେବ। ପ୍ରଥମ ଦିନ ପ୍ରିଲିମ ହେବାକୁ ଥିବାବେଳେ ଦ୍ୱିତୀୟ ଦିନ ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହେବ। ଶନିବାର ସକାଳ ପ୍ରାୟ ୯ଟାରୁ ରେଜିଷ୍ଟ୍ରେଶନ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

କ୍ୱିଜିଙ୍ଗ ପ୍ରତି ଛାତ୍ରୀଛାତ୍ରଙ୍କ ଆଗ୍ରହ ବୃଦ୍ଧି କରିବା ସହିତ ରାଜ୍ୟରେ କ୍ୱିଜିଙ୍ଗକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ ୨୦୧୬ରେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ତା’ର ଲକ୍ଷ୍ୟ ହାସଲ କରିପାରିଛି। ୨୦୧୬ ପ୍ରଥମ ସଂସ୍କରଣରେ ମାତ୍ର ୧୮ଟି ଶିକ୍ଷାନୁଷ୍ଠାନ ଭାଗ ନେଇଥିବାବେଳେ ଏବେ ତାହା ୮୦ ଉପରେ ପହଞ୍ଚିଛି। ଉଚ୍ଚମାନର କ୍ୱିଜିଙ୍ଗ ପ୍ରତି ଛାତ୍ରୀଛାତ୍ରଙ୍କ ଆଗ୍ରହ ବଢ଼ିଥିବାବେଳେ ପ୍ରତିବର୍ଷ ଏଥିରେ ଅଂଶଗ୍ରହଣ କରିବା ପାଇଁ ଏମାନେ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି। ଚଳିତବର୍ଷ ରାଜ୍ୟରୁ ମୋଟ ୮୨ଟି ଶିକ୍ଷାନୁଷ୍ଠାନରୁ ଛାତ୍ରୀଛାତ୍ରମାନେ ଅଂଶଗ୍ରହଣ କରିଛନ୍ତି।

ଜୁନିୟର ଗ୍ରୁପରେ ୪୨ଟି ଟିମ ଥିବାବେଳେ ସିନିୟର ଗ୍ରୁପରେ ୪୦ଟି ଟିମ ରହିଛନ୍ତି। ଜୁନିୟର ଗ୍ରୁପରେ ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା, ବୁର୍ଲା, ବାଲେଶ୍ବର, ଭଦ୍ରକ ଓ ଢେଙ୍କାନାଳର ଶିକ୍ଷାନୁଷ୍ଠାନରୁ ଛାତ୍ରୀଛାତ୍ର ଭାଗ ନେଇଥିବାବେଳେ ସିନିୟର ଗ୍ରୁପରେ ଭୁବନେଶ୍ୱର, କଟକ, ପୁରୀ, କୋରାପୁଟ, ବାଲେଶ୍ବର, ବ୍ରହ୍ମପୁର, ରାଉରକେଲା ଏବଂ ବୁର୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଛାତ୍ରୀଛାତ୍ର ଭାଗ ନେଇଛନ୍ତି। ଏଥର ବି ‘ମେଟଲ ମିଟ’ରେ କୁଇଜ ମାଷ୍ଟର ଅଜୟ ପୁନିଆ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IAS ସ୍ତରରେ ବଡ଼ ଧରଣର ଅଦଳବଦଳ: ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ୱ ବିଭାଗ

ଭୁବନେଶ୍ୱର,୫।୨: ଓଡିଶା ସରକାର ସଚିବ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି। ଅନେକ ଅଭିଜ୍ଞ IAS ଅଧିକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ସହ ଅତିରିକ୍ତ କାର୍ଯ୍ୟଭାର ମଧ୍ୟ ଅର୍ପଣ…

ଆସିଲା ନୂଆ ଆଇନ, ମହିଳାଙ୍କୁ ମିଳିଲା ମୋଟରସାଇକେଲ ଚଳାଇବାକୁ ଅନୁମତି

ତେହେରାନ,୫।୨: ଇରାନ ସରକାର ମହିଳାମାନଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଇରାନ ମହିଳାମାନଙ୍କୁ ଆଇନଗତ ଭାବରେ ମୋଟରସାଇକେଲ ଚଲାଇବାକୁ ଅନୁମତି ଦିଆଯାଇଛି।…

IND vs PAK: ‘ଆମର ଫ୍ଲାଇଟ ବୁକ୍‌ ଅଛି…’, କାହିଁକି ଏମିତି କହିଲେ ସୂର୍ଯ୍ୟକୁମାର? ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୫।୨: ପାକିସ୍ତାନ ସରକାର ସ୍ପଷ୍ଟ କରିଛନ୍ତି ଯେ ସେମାନଙ୍କ ଦଳ 2026 T-20 ବିଶ୍ୱକପ ଖେଳିବ, କିନ୍ତୁ କେବଳ ଫେବୃଆରୀ ୧୫ରେ ଭାରତ ବିପକ୍ଷରେ ମ୍ୟାଚ ଖେଳିବ।…

T20 WC Opening Ceremony:ନୋରା ଫତେହିଙ୍କ ଡ୍ୟାନ୍ସ ସାଙ୍ଗକୁ ବାଦଶାହାଙ୍କ ଜଲଓ୍ବା! ଓପନିଂ ସେରିମନିରେ ଲାଗିବ ବଲିଉଡ ତଡକା

ନୂଆଦିଲ୍ଲୀ,୫।୨: T20 World Cup 2026 ଶନିବାର, ଫେବୃଆରୀ ୭ରେ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ତିନୋଟି ମ୍ୟାଚ ଖେଳାଯିବ, ଯେଉଁଥିରେ ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡ…

ୟୁରୋପ, ଆମେରିକା ପରେ ଭାରତ ଟାର୍ଗେଟରେ ଏସବୁ ଧନୀ ଦେଶ; ଖୁବଶୀଘ୍ର ହେବ ବାଣିଜ୍ୟ ଚୁକ୍ତି

ନୂଆଦିଲ୍ଲୀ,୫।୨: ଅନେକ ଆଲୋଚନା ପରେ ଭାରତ ୟୁରୋପ, ଆମେରିକା ସହିତ ବାଣିଜ୍ୟ ଚୁକ୍ତି କରିବାରେ ସଫଳ ହୋଇଛି। ଏହି ଚୁକ୍ତି ଭାରତ ଅର୍ଥନୀତି ପାଇଁ ଖୁବ ସୁଯୋଗ…

ପାକିସ୍ତାନୀ-ବାଂଲାଦେଶୀ ଭାଇ ଭାଇ, 2026 T20 World Cup ପୂର୍ବରୁ ପାକିସ୍ତାନୀ କ୍ୟାପଟେନଙ୍କ ବୟନକୁ ନେଇ ବିବାଦ

ନୂଆଦିଲ୍ଲୀ,୫।୨: ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ସଲମାନ ଆଗା ICCକୁ ଉସୁକାଇବାକୁ ଚେଷ୍ଟା କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ବାଂଲାଦେଶ କ୍ରିକେଟ ଦଳକୁ 2026 T20…

ଅଶ୍ବିନୀ ବୈଷ୍ଣବଙ୍କୁ ଓଡିଶାରେ ପୁରାଇ ଦେବୁନି..’: ରାଜ୍ୟସଭାରେ ଗର୍ଜିଲେ ମୁନ୍ନା ଖାଁ

ନୂଆଦିଲ୍ଲୀ,୫।୨: ରାଜ୍ୟସଭାରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଟାର୍ଗେଟ କରି ଗର୍ଜିଛନ୍ତି ଏମପି ମୁନ୍ନା ଖାଁ। ନବରଙ୍ଗପୁର ଏବଂ ମାଲକାନଗିରି ଜିଲାକୁ ରେଳପଥ ସଂଯୋଗ ପାଇଁ କେନ୍ଦ୍ର ସରକାରଙ୍କ…

ସ୍ପଷ୍ଟ କଲା ଭାରତ, ନଇଁବ ନାହିଁ ଦେଶ ରୁଷିଆରୁ କିଣିବ ତେଲ!

ନୂଆଦିଲ୍ଲୀ,୫।୨: ଭାରତ ଏବଂ ଆମେରିକା ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ଉପରେ ସହମତ ହୋଇଛି। ଏହା ସହିତ, ଏକ ପ୍ରମୁଖ ପ୍ରଶ୍ନ ଉଠିଛି: ଭାରତ ରୁଷିଆରୁ ତେଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri